ଭବାନୀପାଟଣା -: (ମ ନି ସ) ଐତିହ୍ୟ , ସଂସ୍କୃତି , ପରମ୍ପରା ଓ ଭାଇଚାରାର ପର୍ବ ନୁଆଖାଇ । ତେବେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ତିନୋଟି ପର୍ଯ୍ୟାୟରେ ନୁଆଖାଇଥାନ୍ତି । ପ୍ରଥମେ ଭାଦ୍ରବ ମାସ ସପ୍ତୁପୁରି ଅମାବସ୍ୟା ପ୍ରତିପଦା ଦିନ ପଥର୍ଲା ଗ୍ରାମବାସୀ ଏବଂ ପଂଚମି ତିଥିରେ ସାରା ପଶ୍ଚିମ ଓଡିଶା ରେ ନୁଆ ଖାଇ ସାରିଥିବା ବେଳେ ଆଜି ମାଁ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହୋଇଛି । କଳାହାଣ୍ଡି ଜିଲ୍ଲାର ଗଡଜାତ ଅଂଚଳ ଭବାନୀପାଟଣା , ଲାଞ୍ଜିଗଡ , ମଦନପୁର ରାମପୁର , ଥୁଆମୁଳ ରାମପୁର , ଜୟପାଟଣା , କର୍ଲାପାଟ , ମହୁଲପାଟଣା ଆଦି ଜମିଦାରୀ ଅଂଚଳରେ ତୃତୀୟ ପାର୍ଯ୍ୟୟ ନୁଆଖାଇ । ଆଜି ଦସମୀ ତିଥିରେ ମାଁ ମାଣିକେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ପରେ ଅନୁଷ୍ଠିତ ହୋଇଛି ନୂଆଖାଇ । ଲଗ୍ନ ଅନୁଯାୟୀ ଆଜି ସକାଳ 9.15 ରୁ 9.40 ମିନିଟ ମଧ୍ୟରେ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ପରେ ସର୍ବ ସାଧାରଣ ନୁଆ ଅନ୍ନ ଗ୍ରହଣ କରିଛନ୍ତି । ଏନେଇ ଆଜି ସକାଳୁ ସକାଳୁ ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିରହିଛି ଦୁଇ ବର୍ଷ କରୋନା ମହାମାରି ପାଇଁ ମନ୍ଦିର ବନ୍ଦ ହେବା ଯୋଗୁଁ ନୁଆ ଚୁଡା ପାଇ ପାରିନଥିଲା ବେଳେ ଆଜି ପାଇ ଖୁସି ର ଲହର ମନ୍ଦିର ରେ ମାଁ ଙ୍କୁ ପୂଜା କରି ଭୋଗ ଲଗାଇ ନେଇଛନ୍ତି ।