Uncategorizedକୁନା ସେଠୀ ଙ୍କ କବିତା ଈର୍ଷାର ଦାଉ by Sunil Chandra NayakJuly 15, 20220247 Share1 ଈର୍ଷାର ଦାଉ କୁନା ସେଠୀ ଈର୍ଷାର ଦାଉ ବଡ଼ ଅସମ୍ଭାଳ ନିଆଁ ପରି ଜାଳି ଦେଲା ହେ ଆଗକୁ ବଢ଼ିବା ହେଲା ଅସୁବିଧା ବଡ଼ କଲବଲ କଲା ହେ । ଭଲର ପାଖରେ ଇର୍ଷା ଠିଆ ହୋଇ ଗୋଡ଼ ଟାଣି ଟାଣି ଗଲା ହେ ଉନ୍ନତି ଆଗରେ ସିଏ ଠିଆ ହୋଇ ଅବନ୍ନତି ବାଟ ଦେଲା ହେ । ଚିହ୍ନା ଓ ଅଚିହ୍ନା ବୁଝିବା ଆଗରୁ ଇର୍ଷା ଯେ ଗୁଣି କଲା ହେ ଇର୍ଷାରେ ପଡି ଛଟପଟ ହୋଇ ଜୀବନ ଯେ ପାଣି ହେଲା ହେ । ଇର୍ଷା ଯେ ଦେଲା ମୃତ୍ୟୁ ର ଠିକଣା ହିଂସାକୁ ସାଥି କଲା ହେ ପ୍ରତିହିଂସା ତହିଁ ଜନମ କରିଲା ଉଡାଇ ଈର୍ଷାର ବାନା ହେ । ମଣିଷ ମଣିଷ ଇର୍ଷାରେ ଜଳନ୍ତି ବୁଝି ନ ପାରନ୍ତି ସିନା ହେ ଈର୍ଷାଟା ପରା ସଭିଙ୍କୁ ଖାଉଛି ବୁଝା ଅବୁଝାର ବିନା ହେ । ଭୁତସରସିଙ୍ଗି, ଗଞ୍ଜାମ