ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ବ୍ଲକ ସ୍ତରୀୟ ରଜ ମହୋତ୍ସବର ୩ୟ ସନ୍ଧ୍ୟାରେ ଦୁଲୁକିଲା ସୁନ୍ଦରପୁର ପଡିଆ

ବାଲେଶ୍ବର,୧୫/୬/୨୨- ବାଲେଶ୍ବର ଜିଲ୍ଲା ଖଇରା ଵ୍ଲକ ନୟାଖଣ୍ଡି ପଞ୍ଚାୟତ ସୁନ୍ଦରପୁର ଠାରେ ରଜ ମହୋତ୍ସବର ୩ୟ ସନ୍ଧ୍ୟାରେ ଦୁଲୁକିଲା ସୁନ୍ଦରପୁର ପଡିଆ । ଏହି ଅବସରରେ ରଜ ମହୋତ୍ସବ କମିଟିର ଉପଦେଷ୍ଟା ବାବାଜୀ ଚରଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସୋର ମେଡିକାଲର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବ୍ରଜ କିଶୋର ସ୍ବାଇଁ, ମୁଖ୍ୟବକ୍ତା ଭାବେ ଖଇରା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରତିନିଧି ଜୟନ୍ତ କୁମାର ରାଉତ, ରଜ କମିଟିର ଉପଦେଷ୍ଟା ମାନସ କୁମାର ମହାପାତ୍ର, ପିତବାସ ମୁଖୀ, ପ୍ରଭାତ କୁମାର ନାୟକ, ବାଲ୍ମୀକି କୁମାର ନାୟକ, ସୁବାଷ କୁମାର ଜେନା, କମଳାକାନ୍ତ ନାୟକ, ଡାକ୍ତର ହରେକୃଷ୍ଣ ରାଉତ, ସମ୍ମାନିତ ବକ୍ତା ଭାବେ ସୁନ୍ଦରପୁର ନୀଳସୁନ୍ଦର ଜୀଉ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣୀ ରାଉତ, ପ୍ରମୁଖ ମଞ୍ଚାସୀନ ହୋଇ ହଜି ଯାଉଥିବା ଓଡିଆ ପରମ୍ପରା ଓ ସଂସ୍କୃତିକୁ ଏହି ରଜ ମହୋତ୍ସବ ମାଧ୍ୟମରେ ବଞ୍ଚାଇ ରଖିବା, ଭାଇଚାର ସୃଷ୍ଟି କରାଯାଇ ପରସ୍ପର ମଧ୍ୟରେ ସମ୍ପର୍କକୁ ନିକଟତର କରିବା ଏବଂ ରଜ ମହୋତ୍ସବର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ପ୍ରଶାନ୍ତ କୁମାର ଦାସ, ଚନ୍ଦ୍ରକାନ୍ତ କୁଅଁର, ପ୍ରହଲ୍ଲାଦ ରାୟ, ବସନ୍ତ ପାଢୀ, ଜୟନ୍ତ ବେହେରା,କରୁଣାକର ପାଣି, ସୁଲୋଚନା ଭୋଳ, ନୃସିଂହ ପାଣି, ପ୍ରଭାତ ନାୟକ, ବିରଞ୍ଚି ନାରାୟଣ ପଣ୍ଡା, ଲକ୍ଷ୍ମୀଧର ବେହେରା ଓ ସୁରେନ୍ଦ୍ର ସାହୁ ପ୍ରମୁଖ କମିଟିର ସଦସ୍ୟ/ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଗ୍ରାମରେ ଥିବା ମା’ ତାରିଣୀ ୟୁଥ୍ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ୱ ତୁଲାଇବାରେ ପୂର୍ଣ୍ଣ ସାହାଯ୍ୟ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଇରା ବ୍ଲକରେ ୧୦ମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ବର୍ଷା ମହାପାତ୍ର

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ପ୍ରକୃତି କବି ଗଙ୍ଗାଧର

Sunil Chandra Nayak

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!