ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିନି ଅଭିଯୁକ୍ତ ଗିରଫ 

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନାରେ ଗତ ଜୁନ ୨୨ ତାରିଖରେ ଭୋଜପୁର ପଞ୍ଚାୟତ ଝିତିରିଢୋଡା ଗ୍ରାମର ତୁଳସୀ ତାଣ୍ଡିଙ୍କ ଫାର୍ମ ହାଉସରୁ ଜନରେଟର ଷ୍ଟାଣ୍ଡ, ଲୁହ ରଡ଼, ଲୁହା ଏଙ୍ଗଲ, କୋଦଳ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହୋଇଥିଲା । ଏନେଇ ଫାର୍ମ ହାଉସରେ କାର୍ଯ୍ୟ କରୁଥିବା ପଦ୍ମିନୀ ତାଣ୍ଡି ଗତ ଜୁନ ୨୪ ତାରିଖରେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପି ଏସ ୨୩୧/୨୨ ଇଉ ଏସ ୪୫୪/୩୮୦ ଆଇ ପି ସି ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା । ପୁଲିସ ସୂତ୍ରରୁ ପ୍ରକାଶ ଯେ ଧରମ ସିଂ ପରଭୋଇ (୨୨) ବର୍ଷ, ଅକ୍ଷୟ ସତନାମୀ (୨୬) ବର୍ଷ ଗ୍ରାମ ଭୋଜପୁର ଓ ଅନ୍ୟ ଜଣେ ତୁଳସୀ ରାମ ଲୁହାର (୨୩) ବୋଡେ଼ନ ବ୍ଲକ ବିନୋପୁର ଗ୍ରାମଙ୍କୁ ଜୁନ ୨୫ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ ସମ୍ପୃକ୍ତ ତିନି ଜଣ ଯୁବକ ଫାର୍ମ ହାଉସରୁ ସାମଗ୍ରୀ ଚୋରି କରି ଭୋଜି ଭାତ କରିଥିବା ବେଳେ ସେମାନଙ୍କ ଠାରୁ କୃଷି ସାମଗ୍ରୀକୁ କିଣିଥିବା ଅରୁଣ ମେହେର ଓ ମନୀଷ ସିଂହଳଙ୍କ ନାମରେ ୪୧୧/୩୪ ଆଇ ପି ସି ଧାରା ଲାଗୁ କରି ଚାରସିଟ ହୋଇଥିବ। ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରଏନ ଗୁଡା କଂକ୍ରିଟ ରାସ୍ତାରେ ଆଣ୍ଠୁଏ ପାଣି ପଞ୍ଚାୟତ କର୍ତ୍ତୃପକ୍ଷ ନୀରବ 

Sunil Chandra Nayak

ମାନବିକତା ଦେଖାଇଲେ ପୋଲିସ ଓ ଜନ ପ୍ରତିନିଧି, ଯୁବକଙ୍କ ମୃତଦେହକୁ ଦେଲେ ସମ୍ମାନ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଅର୍ଥନୈତିକ ସ୍ଵାଧୀନତା ପାଇଁ ଯୁଦ୍ଧ

Sunil Chandra Nayak

Leave a Comment

error: Content is protected !!