ନୂଆପଡା ଜିଲ୍ଲା ଖଡ଼ିଆଳ ଥାନାରେ ଗତ ଜୁନ ୨୨ ତାରିଖରେ ଭୋଜପୁର ପଞ୍ଚାୟତ ଝିତିରିଢୋଡା ଗ୍ରାମର ତୁଳସୀ ତାଣ୍ଡିଙ୍କ ଫାର୍ମ ହାଉସରୁ ଜନରେଟର ଷ୍ଟାଣ୍ଡ, ଲୁହ ରଡ଼, ଲୁହା ଏଙ୍ଗଲ, କୋଦଳ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହୋଇଥିଲା । ଏନେଇ ଫାର୍ମ ହାଉସରେ କାର୍ଯ୍ୟ କରୁଥିବା ପଦ୍ମିନୀ ତାଣ୍ଡି ଗତ ଜୁନ ୨୪ ତାରିଖରେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପି ଏସ ୨୩୧/୨୨ ଇଉ ଏସ ୪୫୪/୩୮୦ ଆଇ ପି ସି ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା । ପୁଲିସ ସୂତ୍ରରୁ ପ୍ରକାଶ ଯେ ଧରମ ସିଂ ପରଭୋଇ (୨୨) ବର୍ଷ, ଅକ୍ଷୟ ସତନାମୀ (୨୬) ବର୍ଷ ଗ୍ରାମ ଭୋଜପୁର ଓ ଅନ୍ୟ ଜଣେ ତୁଳସୀ ରାମ ଲୁହାର (୨୩) ବୋଡେ଼ନ ବ୍ଲକ ବିନୋପୁର ଗ୍ରାମଙ୍କୁ ଜୁନ ୨୫ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ ସମ୍ପୃକ୍ତ ତିନି ଜଣ ଯୁବକ ଫାର୍ମ ହାଉସରୁ ସାମଗ୍ରୀ ଚୋରି କରି ଭୋଜି ଭାତ କରିଥିବା ବେଳେ ସେମାନଙ୍କ ଠାରୁ କୃଷି ସାମଗ୍ରୀକୁ କିଣିଥିବା ଅରୁଣ ମେହେର ଓ ମନୀଷ ସିଂହଳଙ୍କ ନାମରେ ୪୧୧/୩୪ ଆଇ ପି ସି ଧାରା ଲାଗୁ କରି ଚାରସିଟ ହୋଇଥିବ। ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post