ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତସରକାରଙ୍କ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

ଭବାନୀପାଟଣା ତା ୧୨.୬.୨୦୨୨:( ମ ନି ସ )  ଭାରତ ସରକାରଙ୍କ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି। ଆଜି ସକାଳ ୧୧.୩୦ ମିନିଟ ସମୟରେ ସ୍ଥାନୀୟ ଉତ୍କେଲା ଏୟାର ଷ୍ଟ୍ରିପ ଠାରେ ଅବତରଣ କରିଥିଲେ। ରାଷ୍ଟ୍ର ଅତିଥି ରୁପେ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କୁ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା ଓ ପ୍ରଶାସନ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ପୁଷ୍ପ ଗୁଛ ଦେଇ ମର୍ଯ୍ୟଦା ସହକାରେ ସ୍ବାଗତ କରିଥିଲେ। ଆକାଂକ୍ଷି ଜିଲ୍ଲାର ରୂପାନ୍ତରଣ ଯୋଜନା ର ଅଂଶବିଶେଷ କଳାହାଣ୍ଡି ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାର ସଠିକ୍ ରୂପାୟନ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ । ପ୍ରଥମେ କେନ୍ଦ୍ର ମନ୍ତ୍ରୀ କେସିଙ୍ଗା ଏନ୍ ଏ ସି ଅନ୍ତର୍ଗତ ବୋରିଂପଦର୍ ସ୍ଥିତ ପୁନର୍ବାସ କଲୋନୀ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୪ ଟି ହିତାଧିକାରୀ ପରିବାରବର୍ଗଙ୍କୁ ଭେଟି ସୁବିଧା ଅସୁବିଧା ଉପରେ ପଚାରି କଲୋନୀ ରେ ପ୍ରଶାସନ ତରଫରୁ କରାଯାଇଥିବା ରାସ୍ତା,ଲାଇଟ୍, ଡ୍ରେନ ଓ ପାରିପାର୍ଶ୍ବିକ ଅବସ୍ଥିତିକୁ ଦେଖି ଖୁସି ପ୍ରକଟ କରିଥିଲେ।ଏହାପରେ କେସିଙ୍ଗା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସ୍କୁଲର ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ, ଶୌଚାଳୟ ପରିଦର୍ଶନ କରିଥିଲେ ଓ ଶିକ୍ଷକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।କେସିଙ୍ଗା ସ୍ଥିତ ସି ଏଚ ସି ଡାକ୍ତରଖାନା ପରିଦର୍ଶନ କରି କତୃପକ୍ଷଙ୍କ ସହ ବିଭିନ୍ନ ତଥ୍ୟ ପଚାରିଥିଲେ । ଅପରାହ୍ନ ସମୟରେ ସୁକୁନାଭଟା ସ୍ତିତ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଗ୍ରାମ୍ୟ ପାର୍କ ପରିଦର୍ଶନ କରି ସ୍ଥାନୀୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ଙ୍କୁ ଭେଟିଥିଲେ।ଏହାପରେ ଭଙ୍ଗାବାରି ସ୍ଥିତ ନିର୍ମାଣଧିନ ସରକାରୀ ମେଡିକାଲ କଲେଜର ଅଗ୍ରଗତି କୁ ଦେଖିଥିଲେ। ୫ ଟି ହାଇସ୍କଲ ରୂପାନ୍ତରଣ ଅନ୍ତର୍ଭୁକ୍ତ ମାଣିକେଶ୍ଵରୀ ହାଇସ୍କୁଲ ପରିଦର୍ଶନ ସହ ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ପଲିଟେକନିକ୍ କେନ୍ଦ୍ରର ତାଲିମ ନେଉଥିବା ଶିକ୍ଷାର୍ଥୀ ଙ୍କ ସହ ବାର୍ତ୍ତାଳାପ କରିଥିଲେ। ଆସନ୍ତାକାଲି ଜିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକ ର କାର୍ଯକ୍ରମ ରହିଛି।ଏହି କେନ୍ଦ୍ର ମନ୍ତ୍ରୀଙ୍କ ପରିଦର୍ଶନ କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପ ଜିଲ୍ଲାପାଳ ସଚିନ ପାୱାର, ଏସ ଈ , ଆର୍ ଏଣ୍ଡ ବି ଶ୍ରୀ ଅଜିତ ବାବୁ, ସି ଡ଼ି ଏମ ଓ ଡ କସ୍ତୁରୀ ମିଶ୍ର, ଡି ଡି, ପ୍ଲାନିଂଶ୍ରୀକାନ୍ତ ଦଳେଇ, ଡି ଇ ଓ ଶ୍ରୀ ସୁଶାନ୍ତ ଚୋପଦାର, ଡି ଆଈ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଇ ଓ, ଏନ୍ ଏ ସି , କେସିଙ୍ଗା କିରଣ ବେହେରା,ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ଅଜିତ ଉତ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ 

Sunil Chandra Nayak

ବାଉଁଶ ପାଳ ଗ୍ରାମ ରେ ମା ଦୁର୍ଗାଙ୍କ ଷୋଳ ପୂଜା ବିଧି ସଂପନ୍ନ

Sunil Chandra Nayak

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!