ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାୟାସ ତରଫରୁ ୨୩ ତମ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ( ମ.ନି.ସ) ୦୫/୧୦_ଆଜି ସ୍ଥାନୀୟ ମନିଷ୍ଟାଡିୟମ ଠାରେ ପ୍ରୟାସ ପକ୍ଷରୁ ରାବଣ ପୋଡି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ତାଙ୍କ ସହିତ ଉପସ୍ଥିତ ଥିଲେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ଢେଙ୍କାନାଳ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର , ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁନ ରଥ ଓ ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତି ଜୟନ୍ତୀ ପାତ୍ର ଉପସ୍ଥିତ ଥିଲେ । ପ୍ରଥମେ ଅତିଥି ମାନଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା, ଓ ବ୍ୟାଚ ଦେଇ ସ୍ଵାଗତଃ କରାଯାଇ ଥିଲା। ତାପରେ ଢେଙ୍କାନାଳ ଜିଲ୍ଲା ର କୃତିତ୍ଵ ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ସମାଜସେବୀ ମାନଙ୍କୁ କେନ୍ଦ୍ର ମନ୍ତ୍ରୀ ସମ୍ବର୍ଦ୍ଧନା କରିଥିଲେ । ପ୍ରାୟସ ପକ୍ଷରୁ ବିଭିନ୍ନ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଶଣ କରାଯାଇ ଥିଲା। ଶେଷରେ କେନ୍ଦ୍ରମନ୍ତ୍ରୀ ଙ୍କ ଦ୍ଵାରା ରାବଣ ଠାରେ ଅଗ୍ନି ସଂଯୋଗ କରାଯାଇ ରାବଣ କୁ ପୋଡା ଯାଇଥିଲା ଓ କଟକ ଆଠଗଡ଼ ବ୍ଲକ ତିଗିରିଆ ଅଞ୍ଚଳର ବାଣ ବ୍ୟବସାୟୀ ଙ୍କ ଦ୍ଵାରା ବିଭିନ୍ନ ଆକାଶବାଣି ବାଣ ପ୍ରଦର୍ଶନ କରାଯାଇଥିଲା । ଶେଷରେ ବାପୁ କର ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରାବଣ ପୋଡି ଉତ୍ସବରେ ଢେଙ୍କାନାଳ ସହରର ପ୍ରାୟ ୧୦ ହଜାର ଦର୍ଶକ ଉପସ୍ଥିତି ଥିଲା । ପ୍ରାୟାସ୍ ର ସମସ୍ତ କମିକର୍ତ୍ତ। ଙ୍କ ଉପସ୍ଥିତି ରେ ଏହି ୨୩ତମ ରାବଣ ପୋଡି ଉତ୍ସବ ଟି ସଂପୂର୍ଣ୍ଣ ହୋଇଥିଲା l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବୋର୍ଡl ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ନୂତନ ପାଣି ଟାଙ୍କି ନିର୍ମାଣ ଦାବି ,କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଗମ୍ଭାରୀଗୁଡା ବାସୀ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ପୁଣ୍ୟ ନୀଳାଚଳ

Sunil Chandra Nayak

Leave a Comment

error: Content is protected !!