ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା

କବିତା

     ବେଣୁଧର ସୂତାର

 

ମନ କଳ୍ପନାର ତଟିନୀ ତଟେମୋ

ତୁମେ ମଧୁମିତା ଅପରାଜିତା ଗୋ

ରୂପମୟୀ ଚାରୁଶୀଳା

ଭରା ବଉଳର ଝରା ଝରା କଥା

ନିଃଶବ୍ଦ ନିଶିର ଭାଙ୍ଗେ ନିରବତା

 ଗୀତି ଗୁଞ୍ଜନର ମାଳା    

ତୁମେ ଭାବମୟ ଶବ୍ଦର ଝଙ୍କାର

ସାରସ୍ବତ ସ୍ବର ଲଳିତ ଓଁକାର

ଆବେଗର ହସ୍ତାକ୍ଷର

ପୁଲକିତ ମନେ ନବ ଆଲୋଡନ

ଦିବ୍ୟ କଳ୍ପନାର ଅମୃତ ସୃଜନ

କବିତାର ସାତସୁର ।।

ବିମୁଗ୍ଧ ବିଳାସେ ଅନ୍ତରଙ୍ଗ ଆଳେ

ଭାବ ରୂପ ରସ ପ୍ରେମସୁଧା ଛଳେ

କଳ୍ପନାର ଚିତ୍ରପଟେ

ସଂପ୍ରୀତିର ସ୍ରୋତେ

                   ବିଭୋର ଅଧୀର

ନୈସର୍ଗିକ ଧାର କଳ୍ପନା ନିର୍ଝର

ସପନ ତଟିନୀ ତଟେ ।।

ଶବ୍ଦ ବର୍ଣ୍ଣାଳୀର ଚାରୁ ଚିତ୍ରାବଳୀ

ମାନସରେ ଆସେ ମୃଦୁପଦ ଚାଳି

ଭାବନାର ଅନ୍ତରାଳେ

ଅନୁରାଗ ଭରା ମଧୁର ଆଶ୍ଳେଷ

ଭାଷା ଵିଭବର ମଞ୍ଜୁଳ ବିନ୍ୟାସ

ଅମାପ ଆବେଗ ତୋଳେ ।।

ପ୍ରାଚୁର୍ଯ୍ୟ ଛନ୍ଦର ମଧୁ ମନ୍ଦାକିନୀ

ଭାବବିନୋଦିନୀ କବିତା କାମିନୀ 

ମଧୁକାର୍ଣ୍ଣିକାର ଜ୍ୟୋତି

ଆଭା ଦୀପ୍ତିମନ୍ତ ବାଣୀରେ ବସନ୍ତ

ବାଣୀ ଅନୁଗ୍ରହେ ହୁଏ ପ୍ରାଣବନ୍ତ

କବିତା ଅମିୟ ପ୍ରୀତି ।।

ଭାଷା ସଂସ୍କୃତିର ଅନୁପମ ଧନ

ବାଣୀ ବିପଣୀର ମିଠା ସମ୍ମୋହନ

ମଧୁମୟ ଉଦଭାସ

ଦିବ୍ୟ ଚେତନାର ସୂକ୍ଷ୍ମ କଳାକୃତି

କବି କବିତାର ନିବିଡ଼ ସଂପ୍ରୀତି

ସମର୍ପିତ ଭାଵାବେଶ ।।

ଜ୍ଞାନ ଶ୍ରେଷ୍ଠଧନ ଜ୍ଞାନ ହିଁ ଜୀବନ

ସେ ସବୁ ଅଟଇ ତୁମ ଅନୁଦାନ

ଜ୍ଞାନ ଦିଏ ପରିଚୟ

ନିଖିଳ ମୋହିନୀ ତୁମେ ଚିରନ୍ତନୀ

ତୁମ କୃପାଘେନି ମୂର୍ଖହୁଏ ଜ୍ଞାନୀ

ବିଶ୍ବ ହୁଏ ମଧୁମୟ ।।

କେଶଦୁରାପାଳ 

କେନ୍ଦୁଝର 

 

Related posts

ତ୍ରିଲୋଚନ ପାଢୀ ଙ୍କ କବିତା ଜୀବନ ନଈରେ ଢେଉ

Sunil Chandra Nayak

ସସ୍ମିତାରାଣୀ ନାୟକ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!