ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେଲେଙ୍ଗାନା ଇଟା ଭାଟି ରେ ନିର୍ଯାତିତ ଅଟକ ଦାଦନ ଉଦ୍ଧାର

ପୋଲିସ ସହାୟତା ରେ ନିଜ ଭିଟାମାଟି କୁ ଫେରିଲେ 

ଧର୍ମଗଡ :୩୦/୩/୨୨:ଦ

ଦଣ୍ଡପାଟ ଅଞ୍ଚଳ ରେ ଦାଦନ ସମସ୍ୟା ଦିନକୁଦିନ ବଢ଼ିବାକୁ ଲାଗିଛି। କେତେବେଳେ ଦାଦନ ଙ୍କ ମୃତ ଦେହ ଘର ବାହୁଡା ହେଉଛି ତ,କେତେବେଳେ ନିର୍ଯ୍ୟାତନା ଖବର ଲାଗି ରହିଛି। ତେଲେଙ୍ଗାନା ରେ ଇଟାଭାଟି ରେ ଦାଦନ ଖଟୁଥିବା ଶ୍ରମିକ ମାନେ ଜଣେ ଠିକାଦାର ଙ୍କ ନିର୍ଯ୍ୟାତନା ରେ ଶିକାର ହେବା ନେଇ ଭିଡ଼ିଓ ଭାଇରାଲ୍ ହେବା ପରେ ଏ ସମ୍ପର୍କ ରେ ଗଣ ମାଧ୍ୟମରେ ଖବର ପ୍ରକାଶନ ପରେ ଆଜି ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।

ଅଟକ ରହିଥିବା ଦାଦନ ଶ୍ରମିକ ମାନେ ଉଦ୍ଧାର ପାଇଁ କାକୁତି ବିନତିର ଏକ ଭିଡିଓ ସୋସିଆଲ ମେଡିଆ ରେ ଭାଇରାଲ କରିବା ସହ ଏହି ଘଟଣା କୁ ନେଇ ଅଟକ ଥିବା ଦାଦନ ଶ୍ରମିକ ମାନେ କଳାହାଣ୍ଡି ଏସ ପି ଙ୍କୁ ଫୋନ ରେ ଗୁହାରୀ କରିଥିଲେ । କଳାହାଣ୍ଡି ଏସ୍ପି ଏହି ବିଷୟରେ ତେଲେଙ୍ଗାନା ଏସ୍ପି ଙ୍କୁ ଯୋଗା ଯୋଗ କରି ତେଲେଙ୍ଗାନା ଖାଲମ ଜିଲ୍ଲା ଯୁଜୁରାପେଟା ଠାରେ ଅଟକ ଥିବା ମୋଟ ୬୦ ଜଣ ଦାଦନ ଶ୍ରମିକ ଙ୍କୁ ଉଧାର କରି ଏକ ଘରୋଇ ବସରେ ଆଣି ନିଜ ଭିଟାମାଟି ରେ ସୁରକ୍ଷିତ ଭାବେ ଛାଡ଼ିଛନ୍ତି।

ଉଦ୍ଧାର ହୋଈ ଥିବା ଏହି ଶ୍ରମିକ ମାନେ ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ଏଵଂ ପଡୋଶୀ ଛତିଶଗଡ଼ ଅଞ୍ଚଳ ର ହୋଇଥିବା ବେଳେ ଏମାନଙ୍କ ୨୪ ପରିବାର ର ସ୍ତ୍ରୀ ପୁରୁଷ ଓ ଛୋଟ ଶିଶୁ ଙ୍କୁ ମିଶାଇ ୬୦ ଜଣ ଲୋକ ଙ୍କୁ ସେମାନଙ୍କ ଘର କୁ ପଠା ଯାଇଛି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ନୂଆଖାଇ

Sunil Chandra Nayak

ନର୍ଲାଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

Sunil Chandra Nayak

Leave a Comment

error: Content is protected !!