ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

 ଜୁନାଗଡ଼,୨୧/୪ମ ନି ସ) ଆଜାଦୀ କା ଅମୃତ ମହୋତ୍ସବ ଅବସର ରେ କେନ୍ଦ୍ର ସରକାର ଙ୍କ ଆୟୁଷ୍ମାନ ଭାରତ ଯୋଜନା ରେ କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ମେଳା ଆର. ଏମ. ସି. ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜୁନାଗଡ଼ ବ୍ଲକ ର ବିଭିନ୍ନ ଅଂଚଳ ରୁ ୪୯୨ ଜଣ ରୋଗୀ ଆୟୁଷ୍ମାନ ଭାରତ ଯୋଜନା ରେ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏହି ରୋଗୀ ଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ଯୋଗାଇ ଦିଆଯାଇଥିଲା l ଏହି ଅବସରରେ ୭ ଜଣ ସ୍ବେଚ୍ଛାକୃତ ରକ୍ତ ଦାନ କରିଥିଲେ l ଏହି ସ୍ୱାସ୍ଥ୍ୟ ମେଳା ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି, ସିଡ଼ିଏମଓ କସ୍ତୁରୀ ମିଶ୍ର, ବି. ଡି. ଓ ଦୁଲାରାମ ମାରାଣ୍ଡି,ଜୁନାଗଡ଼ ଏନଏସି ଅଧକ୍ଷ୍ୟ ମୁକେଶ ଅଗ୍ରୱାଲ,ଡିପିଏମ ଅବନୀ ରଞ୍ଜନ ମହାପାତ୍ର,ଅନ୍ତୋଦୟ ଅଧ୍ୟକ୍ଷ ଦିଲ୍ଲୀପ ଦାଶ, କର୍ତବ୍ୟ ସଂସ୍ଥା ମୁଖ୍ୟ ଅଶୋକ ପଟ୍ଟନାୟକ, ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡ଼କ୍ଟର ଭଗବାନ ପଣ୍ଡା, ଭାରତୀ ବ୍ରହ୍ମା, ଡ଼କ୍ଟର HV ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଏଥିରେ ସହାୟତା କରିଥିଲେ l ବିନୟ ସାହୁ ମଞ୍ଚ ପରିଚାଳନା କରିଥିଲେ lଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ରୋଗୀ ଏହାଦ୍ୱାରା ଉପକୃତ ହୋଇଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଲୋକଙ୍କ ଗୁହାରି ଶୁଣିଲେ ରେଲୱେ ବୋର୍ଡ୍ କର୍ତ୍ତୃପକ୍ଷ 

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଯାହାକୁ ଯେଉଁ ଥାନ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ସ୍ୱର୍ଥାନ୍ଧକୁ ନାସ୍ତିକ କହେ ମୋ ଅଭିଧାନ

Sunil Chandra Nayak

Leave a Comment

error: Content is protected !!