ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଉଭୟ ପକ୍ଷରୁ ୨ ଟି ମାମଲା ରୁଜୁ

ଡାବୁଗାଁ, ୧୩/୧୦ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଉଭୟ ପକ୍ଷରୁ ୨ ଟି ମାମଲା ବୁଧବାର ରୁଜୁ ହୋଇଛି | ସୂଚନାଯୋଗ୍ୟ ଯେ ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ପଞ୍ଚାୟତ ସିନ୍ଧିକାଗୁଡା ଗ୍ରାମରେ ସରପଞ୍ଚ ଘର | ଗତ ୭ ତାରିଖ ଦିନ ୧୧ ଘ. ସମୟରେ ସରପଞ୍ଚ ରମେଶ ମାଝି ଘରେ ନଥିବା ସମୟରେ ଉକ୍ତ ଗ୍ରାମର ନରସିଂ ଭତ୍ରା ଓ କଇନ ଭତ୍ରା ସରପଞ୍ଚ ଙ୍କ ସ୍ତ୍ରୀ ସୁମାରୀ ମାଝିଙ୍କୁ ସରପଞ୍ଚ ଅଛି କି ନାହିଁ ପଚାରି ଗାଳି ଗୁଲଜ କରିବା ସହ ଟଣାଓଟରା କରି ଅସଦାଚରଣ କରିଥିଲେ | ସେହି ଦିନ ସନ୍ଧ୍ୟା ସମୟରେ ସରପଞ୍ଚ ଓ ତାଙ୍କ ବାପା ଭାସ୍କର ମାଝି ୨ ଜଣ ମିଶି ନରସିଂ ଭତ୍ରା ଓ କଇନ ଭତ୍ରାଙ୍କ ଘରକୁ ଯାଇ ପଚାରିବାରୁ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ପରେ ଗ୍ରାମରେ ବୈଠକ ବସି କୌଣସି ସମାଧାନ ହୋଇନଥିଲା | ବୁଧବାର ଏନେଇ ସରପଞ୍ଚ ଙ୍କ ସ୍ତ୍ରୀ ସୁମାରୀ ମାଝି ଡାବୁଗାଁ ଥାନାରେ ନରସିଂ ଭତ୍ରା ଓ କଇନ ଭତ୍ରା ଙ୍କ ନାମରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୫୬/୨୨ ରେ ଏକ ମାମଲା ରୁଜୁ କରାଯାଇଛି | ଅପରପକ୍ଷେ ନରସିଂ ଭତ୍ରାର ସ୍ତ୍ରୀ ମନକ ଭତ୍ରା ମଧ୍ୟ ସରପଞ୍ଚ ରମେଶ ମାଝି, ଭାସ୍କର ମାଝି ଓ ଭଗବାନ ମାଝି ଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ | ତାଙ୍କ ଏତଳକୁ ଭିତ୍ତି କରି ଥାନା କେସ ନଂ ୧୫୭/୨୨ ରେ ଏକ ମାମଲା ରୁଜୁ କରାଯାଇଛି | ୨ଟି ଯାକ ମାମଲାର ତଦନ୍ତ ଚାଲିଥିବା ଆଇଆଇସି ପ୍ରମୋଦ କୁମାର ନାୟକ କହିଛନ୍ତି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଅଲ ଓଡିଶା ଆଶା କର୍ମୀ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଵିରହୀ ଗୀତ

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ଜଳଯୋଗାଣ ଦାବି , ନିର୍ବାହି ଯନ୍ତ୍ରୀଙ୍କ ଦ୍ୱାରସ୍ତ ହେଲେ ୩ ପଞ୍ଚାୟତର ଚାଷୀ

Sunil Chandra Nayak

Leave a Comment

error: Content is protected !!