ଗୀତା ଜ୍ଞାନ
ଉପେନ୍ଦ୍ର କୁମାର ବସ୍ତିଆ
ଭାରତ ଯୁଦ୍ଧରେ ଅର୍ଜୁନ ରଥରେ
ସାରଥି ଗୋ ଯଦୁମଣି
ସଖାହିତ ପାଇଁ କୁହନ୍ତି ବୁଝାଇ
ଗୀତାର ମହତ ବାଣୀ
ଏତ ଗୀତାର ମହତ ବାଣୀ ।
ଛାଡି ଧନୁଶର ବସିଗଲେ ପାର୍ଥ
ମାରିଲେ ସ୍ୱଜନ ହୋଇବ ଅନର୍ଥ
ମାୟା କବଳରେ ପାର୍ଥଙ୍କର ମନ
ଜାଣି ନନ୍ଦବଳା କହିଲେ ଅର୍ଜୁନ
ମାରୁନାଂହ ତୁମେ ମରେନାହିଁ କେହି
ଆତ୍ମାକୁ ନ ପାର ହାଣି
ଏତ ଗୀତାର ମହତ ବାଣୀ ।
ମାୟା କବଳରେ ପରାଧୀନ ମନ
ଦେଖିଶୁଣି ସବୁ କରୁଥିବ କର୍ମ
ବିକର୍ମକୁ ବୁଝି କରିବ ବର୍ଜନ
ଶୁଣ ଅରଜୁନ ଜନମ ମରଣ
ତୁମ ପୂର୍ବଜନ୍ମ ମୋ ଜନ୍ମ କରମ
ନ ପାରିବ ତୁମେ ଜାଣି
ଏତ ଗୀତାର ମହତ ବାଣୀ ।
ଆଜିଅଚ୍ଛି ମାୟା କାଲି ରହିଥିବ
ଶରୀରୁ ପରାଣ ବାହାରିଟି ଯିବ
ନାହିଁତା ଜନମ ନାହିଁତା ମରଣ
ରଖିଥାଅ ମନେ ଆହେ ଅରକୁନ
ନିମିତ୍ତ ମାତର ଅସ୍ତ୍ର ତୁମେ ଧର
କର୍ତ୍ତ୍ୟବକୁ ହେୟ ମଣି
ଏତ ଗୀତାର ମହତ ବାଣୀ ।
ଜ୍ଞାନ,କର୍ମ,ଯୋଗ ଭକତି ମାରଗ
ବୁଝାଇଲେ କୃଷ୍ଣ ନିଗୁଢ଼ର ଯୋଗ
ଭକତ ମୋ ହୁଅ ମୋରେ ମନ ଦିଅ
ରଖିକର କର୍ମ ଯାଅ ମୋ ଶରଣ
ହୋଇବ ନିଷ୍ପାପ ନ ଲାଗିବ ପାପ
ପଦ୍ମପତ୍ରେ ପରି ପାଣି
ଏତ ଗୀତାର ମହତ ବାଣୀ ।
କରି କରାଇଁଣ ଥାଆନ୍ତି ହରି
ଦେଖାଇଲେ ବିଶ୍ଵ ରୂପକୁ ଧରି
ବିଶ୍ଵ ବ୍ରହ୍ମାଣ୍ଡର ରୁପଟି ଆବର
ବାରମ୍ବାର ପାର୍ଥ କରିଲେ ଜୁହାର
କେମନ୍ତ ଜାଣିବ ଏଛାର ସେବକ
କୃପାକର ଚକ୍ରପାଣି
ଏତ ଗୀତାର ମହତ ବାଣୀ ।
ରାଉରକେଲା