ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି  ଙ୍କ ଗଳ୍ପ ପୁଣ୍ୟବନ୍ତ ମଣିଷ

ପୁଣ୍ୟବନ୍ତ ମଣିଷ

                                ନିରୁପମା ପାଣି 

ଆନନ୍ଦ-ପୁର ଗାଆଁ’ରେ ଦୁଇ ଜଣ ସମବୟସ୍କ ବ୍ୟକ୍ତି ଥିଲେ ! ଜଣେ ପାଠ ପଢି ଇଞ୍ଜିନିୟର ରାଜକିଶୋର ରାୟ ଏବଂ ଆଉଜଣେ ମଦନ ମୋହନ ସାହୁ । ମଦନମୋହନ’ ଗାଆଁ ‘ ରେ ରହେ, ଛୋଟ- ମୋଟ କାମ କରି ପରିବାର ଚଳାଏ । ଅଭାବ ଅସୁବିଧାରେ ସମୟ କାଟେ, ହେଲେ ଶାନ୍ତିରେ ଥାଏ । କାରଣ ତା’ ସ୍ତ୍ରୀ ସେବତୀ ବି ସେମିତି ଶାନ୍ତ ସରଳ ପ୍ରକୃତି ର । କେବେ କିଛି ରେ ଜିଦ୍ କରେନି କି’ ଆଶା କରେନି । ଯାହା ରୋଜଗାର ହୁଏ, ପରିବାର କଷ୍ଟେ-ମଷ୍ଟେ ଚଳିଯାଏ । 

ରାଜକିଶୋର ‘ ର ବୋହୁତ ପଇଶା ଲୋକଙ୍କୁ ଦେଖେଇହେବା ତା’ର ସଉକ। ପ୍ରତି ବର୍ଷ କୋଉଠି ମନ୍ଦିର କରେ ତ’ କୋଉଠି ଠାକୁରଙ୍କ ନାମରେ ଭୋଜି ଭାତରେ ଲକ୍ଷ ଲକ୍ଷ ଟଙ୍କା ଉଡେଇ ଦିଏ । ତା’ ସ୍ତ୍ରୀ ‘ ସୁରୁଚି’ ର, ବି ଅହଂକାର ଯେ ତା’ ସ୍ୱାମୀ ଏମିତି ଦାନ କରିପାରୁଛି । ରାଜକିଶୋର’ ର ଚାରି ପାଖରେ କିଛି କୁଜି ଟାଉଟର ଧର୍ମାନ୍ଧ ବ୍ୟକ୍ତିବିଶେଷ ସବୁ ବେଳେ ଥାଆନ୍ତି । ତା’କୁ ଧର୍ମ ନାମ’ ରେ ମନଗଢା, କାହାଣୀ ସବୁ ଶୁଣାଇ ନିଜର ଫାଇଦା ହାସଲ କରୁଥାନ୍ତି । ରାଜକିଶୋର ନିଜେ କିଛି ନକରି ସେମାନଙ୍କ କଥାରେ ଭାସିଯାଇ ସେଇ ମାନେ ଯାହା’ ବତାନ୍ତି ସେହିସାବରେ ଟଙ୍କା ଖର୍ଚ୍ଚକରେ। ତା ‘ ଦ୍ୱାରା ଚାଟୁକାର ମାନଙ୍କର ଭଲ ଫାଇଦା ବି ହୁଏ । ସେ ଅଞ୍ଚଳରେ ମହାଦାନୀ ବୋଲି ତା’ ର ନାଆଁ ଦିନକୁ-ଦିନ ପ୍ରଚାର ହୋଇଗଲା ସେଇ ଦଲାରି ମାନଙ୍କ ଦ୍ବାରା । ହେଲେ ରାଜକିଶୋର ଏତେ ବିବେକହୀନ ଥିଲା,ଯେ ତା’ ସହୋଦର ଓ ପଡ଼ୋଶୀ ଅସୁବିଧାରେ ପଡିଲେ କି ବେମାର ରେ ପଡି ମରିଗଲେ ବି ‘ ଟଙ୍କା -ଟିଏ ଦେବାକୁ ମନ ବଳାଏ ନାହିଁ। ତା ‘ ଆଗରେ କେହି ନକହିଲେ ବି ପଛଆଡେ ଲୋକ ତା ନୀତିକୁ କେହି କେହି ଆଲୋଚନା ବି କରନ୍ତି । ଅବାଟ ରେ ଟଙ୍କା ସାରି ନାଆଁ କମୋଉଛି କହି ।

  ଏକଦା, ସେହି ଆନନ୍ଦ-ପୁର ଗାଆଁ ‘ ରେ ଜଣେ ଗରିବ-ଘର ବୁଢି ରୋଗରେ ପଡିଲା, ଓ ପଇସା ଅଭାବରୁ ଔଷଧ ନଖାଇ ରୋଗ ବଢିଲା । ବୁଢି ଦିନେ ଯାଇଁ, ରାଜକିଶୋର ପାଖରେ ନିଜ ଦୁଃଖ ଜଣେଇଲା, ପଇସା ପାଇଁ କାକୁତି -ମିନତି ହେଲା । ହେଲେ, ତାକୁ ସାହାଯ୍ୟ କରିବା ପରିବର୍ତ୍ତେ ରାଜକିଶୋର, ଓଲଟି, ବୁଝେଇଦେଲା ଭଗବାନ ଯାହାକୁ ଦୁଃଖ ,କଷ୍ଟ,ରୋଗ ଦେଇଛନ୍ତି ତା କର୍ମ ଫଳ ସେ ଭୋଗୁଛି। ଭଗବାନ ଚାହୁଁନାହାନ୍ତି ତା ରୋଗ ଭଲ ହେଉ, ତେଣୁ ସେ ଟଙ୍କା ଦେଇ ଭଗବାନଙ୍କ ପାଖରେ ଦୋଷି ହେବାକୁ ଚାହୁନି । ବୁଢି’ କୁ ବହୁତ କଷ୍ଟ ହେଲା ରୋଗ ଯନ୍ତ୍ରଣା ଠୁ ରାଜକିଶୋର’ ର କଥା ଏଥର ତାକୁ ବେଶି ବାଧିଲା । ସେ କାନ୍ଦି ଭଗବାନ ଙ୍କୁ ନିଜ ମନ କଷ୍ଟ ଜଣେଇ ଫେରି ଆସିଲା । ବାଟରେ ମଦନ ମୋହନ ଦେଖାହେଲା , ବୁଢିର ଦୁଃଖ ଦେଖି ବୁଢିକୁ ନେଇ ମେଡିକାଲ ଦେଖେଇ ଭଲ କଲା, ଓ ବୁଢି ପୁରା ସୁସ୍ଥ ହୋଇ ତା ଘରେ ରହିଲା ।

   ଜୀବନର ଅନ୍ତିମ ସମୟ ସରିଲା ମଦନମୋହନ ଆଉ ରାଜକିଶୋର ଏକା ଦିନେ ମୃତ୍ୟୁ ବରଣକଲେ । ଯମଦୂତ ମାନେ ମଦନ ମୋହନ ଓ ରାଜକିଶୋର’ ଙ୍କ ଅଶରିରୀ ଆତ୍ମା ଙ୍କୁ ନେଇ ଯମଙ୍କ ଆଗରେ ହାଜର କରାଇଲେ । ମନ୍ତ୍ରୀ, ଚିତ୍ରଗୁପ୍ତ ପାଞ୍ଜି ଦେଖି ପାପ-ପୁଣ୍ୟ ବିଚାର କରିବେ । ରାଜକିଶୋର ର ଆତ୍ମା ଖୁସି ଥାଏ କାରଣ ସେ ତ ଅନେକ ମନ୍ଦିର କରିଛି, ବାପା’ଙ୍କ ଶ୍ରାଦ୍ଧରେ ଦଶ-ହଜାର ଲୋକଙ୍କୁ ଭୋଜୀ-ଭାତ ଦେଇଛି । ବିଚରା ମଦନମୋହନ’ ର ଆତ୍ମା ଭାବୁଥାଏ ଗରିବି ଅଭାବରେ ଜୀବନ ସରିଗଲା ଦିନେ ତ ପୁଣ୍ୟ କରିନି ନର୍କରେ ଯନ୍ତ୍ରଣା ଲେଖା ମୋର।

   ମନ୍ତ୍ରୀ-ଚିତ୍ରଗୁପ୍ତ ପାଞ୍ଜି ଦେଖି କର୍ମ ଫଳ ଭୋଗା-ଭୋଗ ବାବଦକୁ ରାଜକିଶୋର’ କୁ ନର୍କ କୁଣ୍ଡ ରେ ପକାଇବାକୁ ଆଉ ମଦନମୋହନ’କୁ ବୈକୁଣ୍ଠ ପୁରୀ,କୁ ନେବାକୁ ଦୂତଙ୍କୁ ଆଦେଶ କଲେ । ରାଜକିଶୋର’ ର ଆତ୍ମା ପାଟି କରି ଚିଲେଇଲା ଭୁଲ୍ ପାଞ୍ଜି ଦେଖୁଛ କହି, ମୁଁ ଏତେ ମନ୍ଦିର ଅଛି ହଜାର ହଜାର ଲୋକଙ୍କୁ ଖାଇବାକୁ ଦେଇଛି କହି।

   ଯମରାଜ ବୁଝେଇଦେଲେ ତୁମ ଗଢିଥିବା ମନ୍ଦିରରେ କିଏ ଉପକୃତ ହେଇଛି ?, କେହି ଭୋକି, ଶୋଷି,ଗରିବ ନା ଅସହାୟ ! କେବଳ ଫାଇଦାରେ ଥିଲେ , ସେମାନେ ହେଉଛନ୍ତି, ତୁମ ସାନିଧ୍ୟରେ ଥିବା ଚାଟୁକାର ଗୋଷ୍ଠୀ । ସେମାନେ ତୁମକୁ ଚାଟୁ ବାକ୍ୟ କହି ତମ ପଇସା’ ରେ ମନ୍ଦିର ଗଢେଇ ସେଇଠି ରୋଜଗାର କରି ପେଟ ପୋଷୁଛନ୍ତି । ହଜାର ହଜାର ଲୋକଙ୍କୁ ଖାଇବାକୁ ଦେଇଛ ସତ, କାହାକୁ ବିନା ସ୍ୱାର୍ଥ ରେ ଦେଇଛ କି? ନା ନିଜ ସମାସ୍କନ୍ଧ ସମ୍ପର୍କୀୟ ,ଯିଏ ତମକୁ ଡାକେ ତାକୁ ଖାଇବାକୁ ଦେଇଛ ? ସେଇଟା ନିଜ ବଡ ପଣିଆ ଦେଖେଇ ହୋଇ ନିଜଗର୍ବଓଅହଙ୍କାର ପାଇଁ କରିଛ। ବିନା ସ୍ୱାର୍ଥ ରେ ଯଦି କାହାଲାଗି ତ୍ୟାଗ କରିଥାଆନ୍ତ ତୁମେ ବି ମଦନମୋହନ ପରି ପୁଣ୍ୟବନ୍ତ ହୋଇ ବୈକୁଣ୍ଠ କୁ ଯାଇ ଥାଆନ୍ତ !।

        ଆଜିର ସମାଜରେ ଅନେକ ରାଜକିଶୋର ମିଳିଯାଉଛନ୍ତି, ହେଲେ ମଦନମୋହନ ଙ୍କ ସଂଖ୍ୟା ସମୟକ୍ରମେ ହ୍ରାସ ପାଉଛି।

      @ ଚାନ୍ଦବାଲି, ଭଦ୍ରକ 

Related posts

ନୀଳ ମାଧବ ସିଂ ଦେଓ ଙ୍କ ନେତୃତ୍ୱ ରେ ରାଜ୍ୟସଭା ସାଂସଦ ସୁଜିତକୁମାର ସେଟ ଙ୍କୁ ଭେଟିଲେ ବିଶ୍ୱ ଶାନ୍ତି ସଂଗଠନ ସଦସ୍ୟ

Sunil Chandra Nayak

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ କଳାହାଣ୍ଡି ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଲାବଣ୍ୟମୟୀ ମୌସୁମୀ

Sunil Chandra Nayak

Leave a Comment

error: Content is protected !!