ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ମିଶନ ଶକ୍ତି ଆନୁକୂଲ୍ୟରେ ‘ସ୍ବୟଂସିଦ୍ଧା ଉତ୍ପାଦକ ଗୋଷ୍ଠୀ’ର ସିଲେଇ ଗୃହର ଶୁଭ ଉଦ୍ଘାଟିତ

ମୟୂରଭଂଜ– ୨/୦୬/୨୨(ମସିହା)  ଦେଶର ଅର୍ଥନୀତି ପ୍ରଗତିରେ ମହିଳାଙ୍କ ଭୂମିକା ଅନନ୍ୟ । ଯେଉଁ ଦେଶରେ ନାରୀ ଶିକ୍ଷିତ ଓ ସ୍ବାବଲମ୍ବୀ ସେ ଦେଶର ଉନ୍ନତି ସେତେ ଉନ୍ନତ । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ମହିଳାଙ୍କୁ ମିଶନ ଶକ୍ତି ଜରିଆରେ ଅଧିକରୁ ଅଧିକ ସଶକ୍ତ , ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ବହୁବିଧ ଯୋଜନା କରିଛନ୍ତି ।ମିଶନ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ଵୟଂସହାୟିକା ଗୋଷ୍ଠୀକୁ ଆର୍ଥିକ ସହାୟତା କରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଯାଉଛି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ପୁରୁଣା ପାଣି ପଞ୍ଚାୟତର ଦୁବୁଲାବେଡା ଗ୍ରାମର(ବିକାଶ ନଗରରେ) ସ୍ବୟଂସିଦ୍ଧା ଉତ୍ପାଦକ ଗୋଷ୍ଠୀକୁ ୭ଟି ସିଲେଇ ମେସିନର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପଞ୍ଚାୟତର ସିଲେଇ ତାଲିମପ୍ରାପ୍ତା ମହିଳାମାନେ ଯେଉଁ ମାନେ ନିଜ ଘରେ ସିଲେଇ କରୁଥିଲେ ସେମାନେ ଏହି ସିଲେଇ ଗୃହରେ ସିଲେଇ କରି ଅର୍ଡର ପାଇଥିବା ସିଲେଇ ସାମଗ୍ରୀ ଉତ୍ପାଦନ କରିବେ । ବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ, ବଜାରର ଆବଶ୍ୟକତାକୁ ଦେଖି ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ସିଲେଇ ଉତ୍ପାଦନ କରି ବଜାରରେ ବିକ୍ରୟ କରିପାରିବେ ।ତଦସହ ଲାଭାନ୍ବିତ ହୋଇପାରିବେ । ସ୍ବୟଂସିଦ୍ଧା ଉତ୍ପାଦକ ଗୋଷ୍ଠୀ କେନ୍ଦ୍ରର ସିଲେଇ ଉତ୍ପାଦକ କେନ୍ଦ୍ରକୁ ବ୍ଲକ ସିଡିପିଓ ଶାକ୍ରମଣି ଟୁଡୁ, ମିଶନ ଶକ୍ତି ରାଇରଙ୍ଗପୁର ବ୍ଲକ ସଂଯୋଜିକା ସ୍ବର୍ଣପ୍ରିୟା ସାହୁ ,ମିଶନ ଶକ୍ତି କୋଷାଧ୍ୟକ୍ଷ ବିଜୟ ସାହୁ, ଆଇସିଡିଏସର ବିଏମଏସ ଶାନ୍ତି ଲତା ବେଶ୍ରା,ବ୍ଲକ ଫେଡେରେସେନ ସଭାନେତ୍ରୀ ଶାନ୍ତି ଲତା ପାତ୍ର,ମମତା ପରିଚାଳିକା ସୁକାନ୍ତି ମାଝୀ,ମହିଳା ପରିଦର୍ଶିକା ମାଇନୋ ସୋରେନ, ନୂଆଗାଁ ମହିଳା ପରିଦର୍ଶିକା ଦମୟନ୍ତୀ ମହାନ୍ତ,ଗୁହାଳଡାଙ୍ଗିରୀ ମହିଳା ପରିଦର୍ଶିକା ଜନନୀ ମହାନ୍ତ, ପ୍ରମୁଖ ଯୋଗଦେଇ ସିଲେଇ ଉତ୍ପାଦକ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ । ସ୍ବୟଂସିଦ୍ଧା ଉତ୍ପାଦକ ଗୋଷ୍ଠୀର ସଂପାଦିକା ରଂଜିତା ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମିଶନ ଶକ୍ତି ସଂଯୋଜିକା ସ୍ବର୍ଣପ୍ରିୟା ସାହୁ କହିଥିଲେ ସରକାର ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ ସବୁବେଳେ ସହଯୋଗର ହାତ ବଢାଇଛନ୍ତି । ଏହାର ସୁଫଳ ମହିଳା ନେଇ ନିଜକୁ ସ୍ବାବଲମ୍ବୀ କରିବା ଉଚିତ ସହ ଅନ୍ୟ ମହିଳାମାନଙ୍କୁ ସଚେତନ କରାଇ ମିଶନ ଶକ୍ତି ରାସ୍ତାରେ ପାଦ ଦେଇ ସେମାନଙ୍କୁ ସ୍ବାବଲମ୍ବୀ କଲେ ସମାଜ ଦୁଇପାଦ ଆଗକୁ ବଢିବ ।ମହିଳାମାନେ ଅର୍ଥ ପାଇଁ ଆଉ ଅନ୍ଯର ହାତଟେକା ଉପରେ ନିର୍ଭର କରିବେ ନାହିଁ ।ଏହି ସିଲେଇ ଉତ୍ପାଦନ କେନ୍ଦ୍ରର ଉତ୍ପାଦକ ଜିନିଷକୁ ମିଶନ ଶକ୍ତି ମାଧ୍ୟମରେ ବାହାରକୁ ପଠାଇ ବିକ୍ରୟ କରାଯାଇ ଦୁଇ ପଇସା ଲାଭ ପାଇ ପାରିବେ । ଏହି କାର୍ଯ୍ୟକ୍ରମରେ ବହୁ ସିଲେଇ ତାଲିମପ୍ରାପ୍ତା ମହିଳାମାନେ ଯୋଗ ଦେଇଥିଲେ । ସେମାନେ କହିଥିଲେ ଏହି ଉତ୍ପାଦକ ଗୋଷ୍ଠୀ ଜରିଆରେ ସେମାନେ ନିଶ୍ଚିତ ଭାବରେ ଉପକୃତ ହୋଇ ସ୍ବାବଲମ୍ବୀ ହୋଇପାରିବେ ।ମିଶନ ଶକ୍ତିର କାର୍ଯ୍ୟକ୍ରମକୁ ଏବଂ ବ୍ଲକ ସଂଯୋଜିକା ସ୍ବର୍ଣପ୍ରିୟା ସାହୁଙ୍କ ପ୍ରେରଣାର,ଏବଂ ସ୍ବୟସିଦ୍ଧା ର ସଂପାଦିକା ରଂଜିତା ଲେଙ୍କାଙ୍କ ଉଦ୍ଯମ ଓ ପ୍ରଚେଷ୍ଟା ରେ ସେମାନେ ଆଗକୁ ବଢିପାରିବେ ବୋଲି କହିଥିଲେ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ , ପୋଲିସ କର୍ମଚାରୀ ଙ୍କୁ ନୂଆପଡ଼। ହେବ ସ୍ଥାନାନ୍ତର

କବିତା

Sunil Chandra Nayak

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ଓକିଲ ଇନ୍ଦ୍ରଜିତ ସେନଗୁପ୍ତ ଆରପାରିରେ

Sunil Chandra Nayak

Leave a Comment

error: Content is protected !!