ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀ ଏବଂ ଏମ ଏସ୍ ଏମ ଇ ଉଦ୍ୟୋଗୀ ଙ୍କ ସହ ବାର୍ତ୍ତାଳାପ

ଭବାନୀପାଟଣା ତା ୨.୬.୨୦୨୨:( ମ ନି ସ )  ଆଜି ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭାର୍ଥିଙ୍କ ସହ ବାର୍ତ୍ତାଳାପ କରିବା ସହ ସଂପୃକ୍ତ ଅଧିକାରୀଙ୍କ କାର୍ଯ କୁ ନେଇ ସମୀକ୍ଷା କରିଥିଲେ। ସଭାରେ ଡ ବ୍ଲୁ ଓ ଡି ସି, ସି ଇ ଓ ଡ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି , ପି ଡି ଡି ଆର୍ ଡି ଏ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ , ଉଦ୍ୟୋଗୀ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।ପ୍ରଥମେ ଜିଲ୍ଲାପାଳ ଡ ଗାଭାଲି ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଙ୍କ ସମେତ ଉପସ୍ଥିତ ହିତାଧିକାରୀ, ଉଦ୍ୟୋଗୀ,ବିଭାଗୀୟ ଅଧିକାରୀ ଙ୍କୁ ସ୍ଵାଗତ କରି ଉଦ୍ୟୋଗୀଙ୍କୁ ନିଜ ୟୁନିଟର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସହଯୋଗ ପାଇଁ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ କଳାହାଣ୍ଡି ଜିଲ୍ଲା କେବଳ ଧାନ ଓ କପା ଉତ୍ପାଦନ ରେ ସୀମିତ ନ ରହି କୃଷି ସମ୍ବଧୀୟ ଉଦ୍ୟୋଗକୁ ପ୍ରାଧାନ୍ୟ ଦେବା ସହ ଏହାର ସ୍ଥାପନା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଆନ୍ତରିକ ଉଦ୍ୟମ ଓ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଶ୍ରୀ ତ୍ରିପାଠୀ କୁକୁଡ଼ା ଫାର୍ମ, ବଟନ୍ ଛତୁ ଉତ୍ପାଦନ ୟୁନିଟ୍, ଏଗ୍ରୋ ସର୍ଭିସ ସେଣ୍ଟର,ବିହନ ପ୍ରକ୍ରିୟାକରଣ ୟୁନିଟ, ରାଇସ ମିଲ,ଡାଲି ପ୍ରକ୍ରିୟାକରଣ ୟୁନିଟ , ଥର୍ମାଲ ଇଁସୁଲେସନ, ସୋୟା,ପାପଡ ଫ୍ୟାକ୍ଟ୍ରି, ସ୍ଵଂୟ ଚାଳିତ ବେକରୀ ୟୁନିଟ ସ୍ଥାପନ କରିଥିବା ଉଦ୍ୟୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ ଉତ୍ପାଦନ,ନିଯୁକ୍ତି ଓ ଲାଭ ଉପରେ ବାର୍ତ୍ତାଳାପ କରିଥିଲେ। ସେଭଳି ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ୩୨ ଏକର ମାଛ ଯାଆଁଳା ଉତ୍ପାଦନ ଫାର୍ମ,ସୌରଭ ଅଗ୍ରୱାଲ ଙ୍କ ସୋୟା, ପାପଡ଼ ଓ ବଡି ଫ୍ୟାକ୍ଟ୍ରି, ସନ୍ତୋଷ ସାହୁ ଙ୍କ ପ୍ରସ୍ତାବିତ ୧୨୦ କୋଟି ଖାଦ୍ୟ କଣିକା ପ୍ରସ୍ତୁତ ଇଥାନଲ ୟୁନିଟଉପରେ ସବିଶେଷ ଆଲୋଚନା କରିଥିଲେ ।ସେଭଳି କୃଷକ ଉତ୍ପାଦନ ସଂଘର କର୍ମକର୍ତ୍ତା ଓ ସଭାପତି ନିଜ ନିଜର ସଂଘ, ଉତ୍ପାଦନ ଓ ଲାଭ ଉପରେ ଅଧ୍ୟକ୍ଷ ଙ୍କୁ ଜଣାଇ ଥିଲେ। ଆସନ୍ତା କାଲି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ ଜିଲ୍ଲା ର ବିଭିନ୍ନ ରୂପାନ୍ତରିତ ହାଇସ୍କୁଲ୍, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ,ସରକାରୀ ମେଡିକାଲ କଲେଜ, ହିତାଧିକାରୀଙ୍କ ୟୁନିଟ ପରିଦର୍ଶନ କରିବାର କାର୍ଯକ୍ରମ ରହିଛି।ସଭା ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସଜ ଗୋଲାପ

Sunil Chandra Nayak

ବ୍ଲକ ସ୍ତରୀୟ ପ୍ରାଥମିକ କୃଷି ସମବାୟ ସମିତି କମିଟି ଗଠନ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମିଳନ

Sunil Chandra Nayak

Leave a Comment

error: Content is protected !!