ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ରୋଷେଇ ଚୁଲିରୁ ଅଗ୍ନିକାଣ୍ଡ

ବାଲେଶ୍ବର,୦୩/୬/୨୨- ବାଲେଶ୍ବର ଜିଲ୍ଲା ଖଇରା ତହସିଲ କୁପାରୀ ଆର ଆଇ ଅଧିନ ବଗେଇପୁର ଗ୍ରାମରେ ଘଟିଯାଇଛି ଅଗ୍ନିକାଣ୍ଡ । ଘଟଣାରୁ ଜଣାଯାଇଛି ଯେ ଗତକାଲି ଅର୍ଥାତ୍ ତା ୦୨/୬/୨୨ ରିଖ ଦିବା ପ୍ରାୟ ୧୨ ଘଟିକା ସମୟରେ ବୁଧିମତୀ ମହାରଣାଙ୍କ ଘର ହଠାତ୍ ଜଳି ଉଠିଥିଲା । ଏହାଦେଖି ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଖଇରା ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ବି ରୋଷେଇ ଚୁଲିରୁ ଅଗ୍ନିକାଣ୍ଡ ଘଟି ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦମକଳ ବାହିନୀଙ୍କ ଆକଳନରୁ କ୍ଷୟକ୍ଷତିର ପରିମାଣ ପ୍ରାୟ ୬୦ ହଜାର ଟଙ୍କା ଅନୁମାନ କରାଯାଇଥିବା ବେଳେ କୁପାରୀ ଆର ଆଇ ଙ୍କ ତଦନ୍ତ ପରେ ପ୍ରକୃତ କ୍ଷୟକ୍ଷତିର ପରିମାଣ ଜଣାପଡିବ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଫୁଲେଇ କବିତା ସିଏ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା – କର୍ମ, ଜ୍ଞାନ, ଭକ୍ତି

Sunil Chandra Nayak

ରାସ୍ତା ,ପାନୀୟଜଳ ତଥା ବନ୍ଦ ଥିବା ବିଦ୍ୟାଳୟ ଖୋଲିବା ପାଇଁ ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!