ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କମ୍ରେଡ ପ୍ରଭାତ ମିଶ୍ରଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା

ରାଉରକେଲା/ ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ (ଏଆଇଟିୟୁସି)ପକ୍ଷରୁ ସେକ୍ଟର ୫ସ୍ଥିତ କାର୍ଯ୍ୟାଳୟ ଠାରେ କମ୍ରେଡ ପ୍ରଭାତ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ୟୁନିୟନର ସଭାପତି ପଶୁପତିନାଥ ଚାଟାର୍ଜୀ ଙ୍କ ସଭପତିତ୍ବ ଓ ସଂଯୋଜନା ତଥା ସାଧାରଣ ସଂପାଦକ ରମେଶ ଚନ୍ଦ୍ର ସେଠୀ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟ, ସିଆଇଟିୟୁ ର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ବିଜେଡିର ଆନନ୍ଦ ମହାନ୍ତି,ସମାଜସେବୀ ହରିହର ରାଉତରାୟ,ରମେଶ ବଳ, ବିଏମଏସ ର ସଭାପତି ହିମାଂଶୁ ବଳ, ଶ୍ରମିକନେତା ଦିଲିପ ମହାପାତ୍ର,ନିହାର ଦାସ,ଦିଗମ୍ବର ମହାନ୍ତି,ସଦାନନ୍ଦ ସାହୁ, ସନ୍ତୋଷ ନାୟକ,ବଲାଣି ର ଶ୍ରମିକ ନେତା ଅରବିନ୍ଦ କୁମାର ସାହି, ଶୈଳେନ୍ଦ୍ର କୁମାର ସିଂହ,ଶଶଧର ନାୟକ,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, କୁଂଜବିହାରୀ ରାଉତ,ସତ୍ୟାନନ୍ଦ ବେହେରା,ଶ୍ରଦ୍ଧା ର ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ପ୍ରମୁଖ ସ୍ବର୍ଗତ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ତାଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସାଧାରଣ ସଂପାଦକ ଶ୍ରୀ ସେଠୀ ଅତିଥିଙ୍କ ପରିଚୟ ପ୍ରଦାନ ସହ ୟୁନିୟନର କାର୍ଯ୍ୟକ୍ରମ, ସ୍ବର୍ଗତ ମିଶ୍ରଙ୍କ କାର୍ଯ୍ୟଧାରା ତଥା ତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ନାୟକ,ସୁବାସ ଚନ୍ଦ୍ର ମହାପାତ୍ର,କୃତ୍ତିବାସ ନାୟକ ସମେତ ବହୁ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସହ ସଂପାଦକ ନୀଳମାଧବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

Sunil Chandra Nayak

ଏନ ପି ଏସ ଶିକ୍ଷକଙ୍କ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଜହ୍ନ ରାତି

Sunil Chandra Nayak

Leave a Comment

error: Content is protected !!