ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡକୁଳ ଗ୍ରାମରେ ବସୁଧା ଯୋଜନା ବିଫଳ 

ଟେମରି (ମ.ନି.ସ ): ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ଗ୍ରୀଷ୍ମ ତାପ ହେତୁ ନଈ, ନାଳ, ପୋଖରୀ ଶୁଖିଯିବା ଫଳରେ ଲୋକମାନେ ଗାଧୋଇବା, ପିଇବା, ଦୈନନ୍ଦିନ ଜଳ ବ୍ୟବହାର କାର୍ଯ୍ୟରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଚିଚିଆ ଗ୍ରାମ ପଂଚାୟତର ପଣ୍ଡକୁଳ ଗ୍ରାମରେ ବସୁଧା ଯୋଜନା କାର୍ଯ୍ୟକାରୀ ହୋଇଥିଲେ ହେଁ  ପାଣି ଟ୍ୟାଙ୍କ ଶୁଖିଯିବା ଫଳରେ ଜଳ ଯୋଗାଣ ହୋଇ ପାରୁ ନାହିଁ, ତେଣୁ ପଣ୍ଡକୁଳ ଗ୍ରାମ ବାସୀ ଦୀର୍ଘ 15 ଦିନ ପୂର୍ବରୁ ପାଣି ପାଇଁ ପାରୁ ନାହାନ୍ତି l ପଣ୍ଡକୁଳ ବାଲି ଘାଟରେ ବାଲି ଛୁଆଁରୁ ମହିଳାମାନେ ପାଣି ବ୍ୟବହାର କରୁଥିବା ହେତୁ ବସୁଧା ଯୋଜନା ବିଫଳ ହେବା ଜନସାଧାରଣରେ ଚର୍ଚ୍ଚା ହେଉଛି l ଏଥିପ୍ରତି ଗୋଲାମୁଣ୍ଡା ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଗ୍ରାମବାସୀ ମାନଙ୍କ ଜଳ ସଙ୍କଟ ସମସ୍ୟା ଦୂର କରାଯାଉ ଓ ତୁରନ୍ତ ପଦକ୍ଷେପ ନିଆଯାଉ ଓ ଟ୍ରାକ୍ଟର ଟ୍ୟାଙ୍କର ବିଶୁଦ୍ଧ ପାଣି ଘରକୁ ଘର ଯୋଗାଣ କରାଯାଉ ବୋଲି ଜନସାଧାରଣରେ ଦାବି ହେଉଛି l

Related posts

ବିକଳାଙ୍ଗଙ୍କୁ ସାହାଯ୍ୟ ନିମନ୍ତେ ଦାବି

Sunil Chandra Nayak

ବିଧାୟକ ଯୋଗଦେଲେ ଗଣେଶ ବିସର୍ଜନ ଉତ୍ସବରେ ନାଚି ନଚାଇଲେ ସମସ୍ତଙ୍କୁ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

Leave a Comment

error: Content is protected !!