ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଦଳୀମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ଦୁଇ ବାଇକ ଆରୋହୀ ଗୁରୁତର

ଗୋଳାମୁଣ୍ଡା/ମସିହା/୧୦/୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କଦଳିମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହେବାରୁ ଦୁଇ ବାଇକ ଆରୋହୀ ଗୁରୁତର . ସୂଚନା ଯେ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗ୍ରାମର ଶ୍ରୀକାନ୍ତ ଗହୀର ଏବଂ ସେହି ଗ୍ରାମର ରାଜୁ ନାଗ ଗୋଟିଏ ବାଇକ ରେ ନିଜ ଗାଁ ରୁ ଗୋଲାମୁଣ୍ଡା ଯାଉଥିବା ବେଳେ କଦଳିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହୋଇ ଥିଲେ. ଦୁର୍ଘଟଣା ହେଵା ଫଳରେ ଶ୍ରୀକାନ୍ତ ଙ୍କ ମୁଣ୍ଡରେ, ନାକ ରେ ଅଧିକ କ୍ଷତାକ୍ତ ହୋଇଥିବା ବେଳେ ରାଜୁ ନାଗଙ୍କ ମଧ ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇ ଦୁଇଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଥିଲା. ଖବର ପାଇ ଅଞ୍ଚଳବାସୀ ଘଟଣା ସ୍ଥଳ କୁ ପହଞ୍ଚି 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାକୁ 2 ଗୁରୁତର କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ. ଅଧିକ ଗୁରୁତର ଥିବାରୁ ଶ୍ରୀକାନ୍ତ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ ଡାକ୍ତର.

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

କେତେବେଳେ ହନୁମାନ ତୁଳସୀ ଦାସଙ୍କ ସମ୍ମୁଖରେ ପ୍ରକଟ ହେଲେ

Sunil Chandra Nayak

ଯୁବକ ର ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତର

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା “ଗୋବିନ୍ଦ “

Sunil Chandra Nayak

Leave a Comment

error: Content is protected !!