ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ କଲେଜରେ ସମ୍ବିଧାନ ଦିବସ ପାଳନ

କୋକସରା,୨୭/୧୧- ( ମ ନି ସ) ନଭେମ୍ବର ୨୬ତାରିଖକୁ ଭାରତ ଗଣତନ୍ତ୍ର ରାଷ୍ଟ୍ର ଗଠନର ସମ୍ବିଧାନ ପ୍ରଣୟନ ଦିବସ ଭାବେ ପାଳନ କରାଯାଇଛି। କୋକସରା ବ୍ଲକ ଲଡୁଗାଁ ହାଇୟର ସେକେଣ୍ଡେରି ସ୍କୁଲରେ ସମ୍ବିଧାନ ଦିବସ ପାଳନ ଅବସରରେ କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ପାଳନ କରାଯାଇଛି। କଲେଜର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ପ୍ରଥମେ ଭାରତୀୟ ନାଗରିକ ହେବାର କର୍ତ୍ତବ୍ୟ ଓ ସମ୍ବିଧାନର ନିୟମ ପାଳନ କରିବାକୁ ଶପଥ ନେଇଥିଲେ। ଅଧ୍ୟାପକ ପ୍ରେମାନନ୍ଦ ସାହା ସମ୍ବିଧାନ ପ୍ରଣୟନ ଦିବସର ମହତ୍ତ୍ୱ ବିଷୟରେ ମତ ରଖିଥିଲେ। ଯୁବ ରେଡ଼ କ୍ରସ ପରାମର୍ଶ ଦାତା ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସମ୍ବିଧାନ ପ୍ରଣୟନର ଐତିହାସିକ ପୃଷ୍ଟଭୂମି ଉପରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପିକ ହେମନ୍ତ ସେନାପତି, କଲ୍ୟାଣି ମହାନ୍ତି, ଶଙ୍କର ସତନାମୀ, ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ, ଭାରତ ଭୂଷଣ ଠାକୁର, ବିଭୁ ସାହୁ, ଭାଗବତ କଟା, ଦିବାକର ଦୁର୍ଗା, ତୁଳସୀ ବାଗ କଲେଜର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ଜୟପାଟଣାରେ ମାଁ ମହାଲକ୍ଷ୍ମୀଙ୍କର ପୂଜନତ୍ସବ ଅନୁଷ୍ଠିତ

Sunil Chandra Nayak

ସପ୍ତମ ଜେହୋବା ଯିରୀ ଇଣ୍ଟର୍ ଷ୍ଟେଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ ଘାଟିତ 

Sunil Chandra Nayak

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା 

Sunil Chandra Nayak

Leave a Comment

error: Content is protected !!