ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ର ଗ୍ରାମାଞ୍ଚଳରେ ଅଭିବୃଦ୍ଧିର ଇଞ୍ଜିନ୍…. ନବୀନ ପଟ୍ଟନାୟକ

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ମନ୍ତ୍ର ଆଧାରରେ ତୃଣମୂଳସ୍ତରରେ ପରିବର୍ତ୍ତନ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ର ଗ୍ରାମାଞ୍ଚଳରେ ଅଭିବୃଦ୍ଧିର ଇଞ୍ଜିନ୍ ବୋଲି ସେ କହିଛନ୍ତି।

ରାଜ୍ଯର ଗ୍ରାମାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ Fisheries & ARD Department ରେ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବେ ନିଯୁକ୍ତ ହୋଇଛନ୍ତି। ଅଧିକାରୀମାନେ ସେମାନଙ୍କ ଦାୟିତ୍ବର ଗୁରୁତ୍ଵକୁ ବୁଝି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କୃଷି ପ୍ରଧାନ ରାଜ୍ୟ ଭାବେ ଗ୍ରାମାଞ୍ଚଳର ୭୦%ରୁ ଅଧିକ ଲୋକ ବିଭିନ୍ନ ଚାଷ କାର୍ଯ୍ୟ କରନ୍ତି। ଏଥିମଧ୍ୟରୁ ଅଧିକାଂଶ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ଉପରେ ନିର୍ଭରଶୀଳ। ସେମାନଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା ସହ ରୋଜଗାର ବଢାଇବା ଏବଂ ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦୁଇ ଦଫା ଦାବୀ ନେଇ ସର୍ଗିଗୁଡା ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

Sunil Chandra Nayak

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିବେକକୁ ପ୍ରକାଶ କର

Sunil Chandra Nayak

Leave a Comment

error: Content is protected !!