ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ର ଗ୍ରାମାଞ୍ଚଳରେ ଅଭିବୃଦ୍ଧିର ଇଞ୍ଜିନ୍…. ନବୀନ ପଟ୍ଟନାୟକ
ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ମନ୍ତ୍ର ଆଧାରରେ ତୃଣମୂଳସ୍ତରରେ ପରିବର୍ତ୍ତନ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ର ଗ୍ରାମାଞ୍ଚଳରେ ଅଭିବୃଦ୍ଧିର ଇଞ୍ଜିନ୍ ବୋଲି ସେ କହିଛନ୍ତି।
ରାଜ୍ଯର ଗ୍ରାମାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ Fisheries & ARD Department ରେ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବେ ନିଯୁକ୍ତ ହୋଇଛନ୍ତି। ଅଧିକାରୀମାନେ ସେମାନଙ୍କ ଦାୟିତ୍ବର ଗୁରୁତ୍ଵକୁ ବୁଝି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
କୃଷି ପ୍ରଧାନ ରାଜ୍ୟ ଭାବେ ଗ୍ରାମାଞ୍ଚଳର ୭୦%ରୁ ଅଧିକ ଲୋକ ବିଭିନ୍ନ ଚାଷ କାର୍ଯ୍ୟ କରନ୍ତି। ଏଥିମଧ୍ୟରୁ ଅଧିକାଂଶ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ଉପରେ ନିର୍ଭରଶୀଳ। ସେମାନଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା ସହ ରୋଜଗାର ବଢାଇବା ଏବଂ ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….