ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ଠାରେ ଧୁମଧାମରେ ପାଳିତ ହେଲା ମହମ୍ମଦ ଜୟନ୍ତୀ 

ରାଇଘର (ମ ନି ସ)୯/୧୦ ନବରଙ୍ଗପୁର ଜିଲ୍ଲା ରାଇଘର ମସଜିଦ ପରିସରରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ତଥା ଜଷ୍ନେ-ଇଦ-ମିଳାଦୁନ-ନବୀ ନିରାଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି।ଏହି ଅବସରରେ ଆଜି ଗ୍ରାମରେ ଶତାଧିକ ମୁସଲମାନ ଭାଇମାନେ ଏକ ବିରାଟ ଶୋଭାଯାତ୍ରାରେ ମସଜିଦକୁ ଯାଇ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ କରିଥିଲେ। ରାଇଘର ମସଜିଦ ପରିସରରେ ଅଞ୍ଜୁମାନ ଇସଲାମିୟା କମିଟିର ସଭାପତି ହଜିବୁଲା ଅଂଶାରୀଙ୍କ ଦ୍ଵାରା ଧାର୍ମିକ ପତାକା ଉତ୍ତୋଳନ କରାଯାଇ ଥିବା ବେଳେ ମୌଲାନା ମକସୁଦ୍‌ କାଦରୀଙ୍କ ପୋୖରହିତ୍ୟରେ ଫାତିହା ପାଠ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ବିଶ୍ୱବାସୀଙ୍କ କଲ୍ୟାଣ ଉଦେଶ୍ୟରେ ଆଲ୍ଲାଙ୍କ ନିକଟରେ ପ୍ରାଥନା କରାଯାଇଥିଲା।ଏହାପରେ ପରସ୍ପର ପରସ୍ପରକୁ ମହମ୍ମଦଙ୍କ ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ।ଏଥିରେ ମୋହରା ସୁନ୍ନି ମୁସଲିମ କମିଟିର ସଭାପତି ହଜିବୁଲା ଅଂଶାରୀ , ସମ୍ପାଦକ ସେଏଆଦ ଇକବାଲ ହକ୍‌, ହଜିବ ସଲିମ,ଇଜାରୁଲ ହକ,ମହମ୍ମଦ ଅଜଗର,ମହମ୍ମଦ ଇଦିରିସ,ମହମ୍ମଦ ଆସଲମ୍,ୟୁନୁସ ରାଠୋର,ଅନବର ଆଲାମ,ଇକ୍ରାମୁଲ ହକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୧୪ ତାରିଖ ଦିନ ମସଜିଦ ପରିସରରେ ଏକ ଧର୍ମସଭା ଅନୁଷ୍ଠିତ ହେବ ଏଥିରେ ନେପାଳରୁ ଇବ୍ରାଇମ ରାଜା ଚତୁର୍ବେଦୀ ଯୋଗ ଦେଇ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଫକୀରପୁର ଯୁବକ ସଂଘ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ

Sunil Chandra Nayak

ଚେଙ୍ଗଯୋଡା ପଡିଆର ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ! ବାର୍ଦା ସ୍ପୋର୍ଟିଂ ଟିମ୍ ଚମ୍ପିୟାନ

Sunil Chandra Nayak

ବାନିଗାଁଠାରେ କ୍ଷୁଦ୍ର ଶସ୍ୟ ଚାଷ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

Leave a Comment

error: Content is protected !!