ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଦିନ ହେଲା ଅନ୍ଧାର ରେ ଫୁଲବାଣୀ ସହର

ଫୁଲବାଣୀ -:  ଫୁଲବାଣୀ ମ୍ୟୁନିସିପାଲିଟି ର ସମସ୍ତ ସାହି ଗଳି ବିଭିନ୍ନ ଅଞ୍ଚଳ ଦୁଇ ଦିନ ହେଲା ଅନ୍ଧାର ରେ ରହିଛି। ସୂଚନାଯୋଗ୍ୟ କାହିଁକି ଫୁଲବାଣୀ ସହର ଦୁଇ ଦିନ ହେଲା ଅନ୍ଧାର ରେ ରହିଛି ବୋଲି ଜାଣିବା କୁ ଫୁଲବାଣୀ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କୁ ଯୋଗାଯୋଗ କରିବାରୁ ପୋୖର ଇଲେକ୍ଟ୍ରି ଦାୟିତ୍ୱ ରେ ଥିବା ରାଜ୍ୟର ସମସ୍ତ କର୍ମଚାରୀ ନିଜର ଦାବୀ  ପାଇଁ ୧ ତାରିଖ ଠାରୁ ଷ୍ଟ୍ରାଇକ କରୁଛନ୍ତି। ଫୁଲବାଣୀ ପୋୖର ଇଲେକ୍ଟ୍ରି କର୍ମଚାରୀ ମଧ୍ୟ ଷ୍ଟ୍ରାଇକ ରେ ଭାଗ ନେଇଛନ୍ତି ତେଣୁ ଫୁଲବାଣୀ ସହରରେ ଷ୍ଟ୍ରିଟ ଲାଇଟ ଗୁଡ଼ିକ ଜଳୁନାହିଁ ସହରବାସୀ ଅନ୍ଧାର ରେ ରହିଛନ୍ତି। ତେଣୁ ମୁଁ ରାଜ୍ୟ ସରକାର ଙ୍କୁ ଚିଠି ଲେଖିଛି ବୋଲି ଫୁଲବାଣୀ ମ୍ୟୁନିସିପାଲିଟି ଏକଜୁକୁଟିଭ ଅଫିସର ଶ୍ରୀ ବେହେରା ସୂଚନା ଦେଇଥିଲେ। ବର୍ତ୍ତମାନ ବର୍ଷା ତୁହା ତୁହା ହେଉଥିବା ରୁ ଫୁଲବାଣୀ ସହର ର ବିଭିନ୍ନ ସ୍ଥାନରେ ପାଣି ଜମିରହିଛି। ବିଷଧର ସାପ, ବିଛା କଙ୍କଡା ସରୀସୃପ ଚାରିଆଡେ ଘୁରି ବୁଲୁଥିବା ଦେଖିବା କୁ ମିଳୁଛି। ପାହାଡିଆ ବିଷଧର ଅଜଗର ସାପ ଆସି ଘର ମାନଙ୍କରେ ପଶୁଥିବା ରୁ ଟିମ ହ୍ୟୁମାନିଟି ର ସ୍ନେକ ହେଲ୍ଫ ସ୍କ୍ୱାର୍ଡ଼ ଦଳ ଉଦ୍ଧାର କରୁଥିବା ନଜିର ରହିଛି। ଷ୍ଟ୍ରିଟ ଲାଇଟ ଜଳୁ ନଥିବାରୁ ଚାରିଆଡ଼ ଅନ୍ଧାର ହୋଇ ରହୁଥିବା ରୁ ସରୀସୃପ ଏବଂ ଚୋରି ଡକାୟତି କୁ ନେଇ ଆତଙ୍କିତ ହୋଇ ପଡିଥିବା ଦେଖି ବାକୁ ମିଳିଛି। ପୋୖର ଇଲେକ୍ଟ୍ରି କର୍ମଚାରୀ ଙ୍କର ଖେଳ ଜନସାଧାରଣ ଙ୍କ ପାଇଁ କାଳ ହୋଇଛି। ଫୁଲବାଣୀ ସହରର ଉନ୍ନତି ନିମନ୍ତେ ଅହରହ ଚିନ୍ତା କରୁଥିବା ଫୁଲବାଣୀ ମ୍ୟୁନିସିପାଲିଟି ଚୈରମ୍ୟାନ ସ୍ମିତାରାଣୀ ମହାନ୍ତି ଙ୍କୁ ଦୁଇ ଦିନ ହେଲା କାହିଁକି ଷ୍ଟ୍ରିଟ ସହର ରେ ଲାଗୁ ନାହିଁ ପଚାରି ବୁଝିବା କୁ ଯୋଗାଯୋଗ କରିବାରୁ ଯୋଗା ଯୋଗା ହୋଇପାରିନଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

କଙ୍କଡ଼ାହାଡ଼ ଅଂଚଳରେ ମରୁଡି ସମସ୍ୟା, କେନାଲରେ ପାଣି ଆସୁନାହିଁ ଚାଷୀ ହନ୍ତ ସନ୍ତ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!