ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ପିତୃପକ୍ଷ

ପିତୃପକ୍ଷ

କନ୍ୟାତୁଳା ମାସ
ପିତୃପକ୍ଷ ହେଲେ
     କରନ୍ତି ପିତୃଙ୍କ ଶ୍ରାଦ୍ଧ
ପିତୃପକ୍ଷେ ପିଣ୍ଡ
ଦାନ କରିଥିଲେ
     ମିଳିଥାଏ ମହାପୁଣ୍ୟ।।
ଇନ୍ଦୁ ପୂର୍ଣ୍ଣିମାରୁ
ମହାଳୟା ଯାଏଁ
   ପିତୃପକ୍ଷ ହୋଇଥାଏ
ପିତୃ ମାତୃ ଶ୍ରାଦ୍ଧ
ଶ୍ରଦ୍ଧାରେ କରନ୍ତି
     ସୁଯୋଗ୍ୟ ସନ୍ତାନ ସିଏ।।
ସରଗ ଭୁବନେ
ମୁକ୍ତି ଆଶା ନେଇ
    ଚାହିଁଥନ୍ତି ପିତୃଗଣ
ଶୁଦ୍ଧ ପୁତ୍ତ ମନେ
ଆନନ୍ଦିତ ଶ୍ରାଦ୍ଧ
     ବାଢନ୍ତି ହେବାକୁ ମୋକ୍ଷ।।
ପିତା ମାତା ପୂର୍ବ
ପୁରୁଷ ଆମର
     ବ୍ରହ୍ମା ବିଷ୍ଣୁ ମହେଶ୍ଵର
ତାଙ୍କରି ଆଶିଷ 
ମଥା ପରେ ଥିଲେ
    ମିଳେ ସଫଳ ଅପାର।।
ତାଙ୍କରି ଆତ୍ମାର
ସନ୍ତୋଷ ନିମନ୍ତେ
     ଶ୍ରଦ୍ଧାରେ ଶ୍ରାଦ୍ଧ ଅର୍ପଣ
ଆମ ଓଡିଆଙ୍କ
ବିଶ୍ଵାସର କଥା
    ଶ୍ରଦ୍ଧାର ଦିବସ ମାନ।।
ପୁରାଣ ଶାସ୍ତ୍ର ଓ
ଗୀତା ଭାଗବତ
    ହିନ୍ଦୁ ଧର୍ମକଥା ସାର
କର୍ମରେ ମିଳଇ
ପୂଣ୍ୟ ଗଙ୍ଗାଜଳ
      ସତ୍ୟ ଧର୍ମ ଓ ସଂସ୍କାର।।
ସେନେହ ଶରଧା
ଆଶିଷ ଦିଅନ୍ତି
     ପୂର୍ବ ପୁରୁଷ ଆମକୁ
ଚାହିଁ ରହିଥିବୁ
କନ୍ୟା ତୁଳା ମାସ
   ଆର ବର୍ଷ ପିତୃପକ୍ଷକୁ।।
       

        ମମତା ସାହୁ

         ଗାଈଗାଁ,କଳାହାଣ୍ତି

Related posts

ଗୋବର୍ଦ୍ଧନପୁରଠାରେ ବରଯାତ୍ରୀ ଗାଡି ଦୁର୍ଘଟଣା

ଆଜି ପବିତ୍ର ପିତୃପକ୍ଷ ଓ ମହାଳୟା ସବୁଠି ଶ୍ରାଦ୍ଧ , ତର୍ପଣ ଓ ପୂଜାର୍ଚ୍ଚନା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!