ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ଭାରତୀ ସରିତା ମହାନ୍ତି ଙ୍କ କବିତା ଶୂନ୍ୟତା

ଶୂନ୍ୟତା

କଣ୍ଟକିତ ଏହି ଚଲା ପଥେ ଆଜି
       ପାଦେ ପାଦେ କଣ୍ଟା ଦିଏ ଆଘାତ
ଅଭିଶପ୍ତ ଲାଗେ ସାରା ଜୀବନଟା
        ସ୍ମୃତିରେ ସ୍ମୃତିରେ ହୁଏ ଆହତ।
ଆଶାର ସାଗରେ ହାତାଶାର ଢେଉ
       ସ୍ବପ୍ନ ବାଲି ଘର ନିଏ ଭସାଇ
ରଙ୍ଗହୀନ ଏହି ଅଳିକ ଜୀବନ
       ମୃତ୍ୟୁକୁ ଅପେକ୍ଷା କରି ବସଇ।
ପରାସ୍ତ ପଥିକ ଆଜି ଭାରାକ୍ରାନ୍ତ
       ଅଦିନ ଝଡ଼ରେ ଯାଏ ଝାଉଁଳି
ବେଦନାର ଅଶ୍ରୁ ଆୟୁଷକୁ ଗ୍ରାସି
     ସାରା ଶରୀରକୁ ଦେଉଛି ଜାଳି।
ଚକ୍ର ବ୍ୟୁହ୍ଵ ମଧ୍ୟେ ଜୀବନ ଛନ୍ଦିଛି
           ବାହାରିବା ଦ୍ଵାର ଆଜି ଆବଦ୍ଧ
ପ୍ରଚେଷ୍ଟାରେ ସଦା ହୋଇଲେ ବିଫଳ
         ଅବସୋସ ଶ୍ୱାସ କରିବ ରୁଦ୍ଧ।
କବିତାର ଶବ୍ଦ ଦିଏ ଆଶ୍ଵାସନା
     ନିଃଶବ୍ଦ ନୀରବ ଯେବେ ଜୀବନ
ବିଜନ ରଜନୀ ଶୁଣାଏ କାହାଣୀ
    ରାତି ପାହିଯାଏ ଥାଏ ସପନ।
କୋଟିଏ ସପନ ନିଅଣ୍ଟ ରାତିକୁ
       ମିଳନ ବିଚ୍ଛେଦ ସେ ଅଭିମାନ
ଆଦର,ଦରଦ, ନୀରବ ,ଉନ୍ମାଦ
       ନୃତ୍ୟ ଆରମ୍ଭନ୍ତି ନେଇ ଶରଣ।
ସ୍ୱାର୍ଥପର ଏହି ଦୁନିଆ ଦାଣ୍ଡରେ
      ଆସ୍ତରଣ ଘେରେ ମିଥ୍ୟା କୁହୁଡି
ସତ୍ୟ ,ପ୍ରେମ ଆଉ ଧର୍ମ ମହାମନ୍ତ୍ର
      ଅଧର୍ମକୁ ଦେଖି ଯାଏ ବାହୁଡ଼ି।
ଅତୃପ୍ତ ଆଶା ତା’ ଶୂନ୍ୟତାକୁ ଦେଖି
       ସ୍ମୃତି ଅନୁଭୂତି ହୁଏ ଜାଗ୍ରତ
ସଫଳ ଜୀବନ ବାସ୍ତବତା ଖୋଜି
      ପୂର୍ଣ୍ଣତା ପ୍ରାପ୍ତିକୁ କରେ ଆହ୍ଵାନ।

କବି ଭାରତୀ ସରିତା ମହାନ୍ତି

ବାଲିଆପାଳ , ବାଲେଶ୍ଵର

Related posts

ଖଡ଼ିଆଳ ବ୍ଲକ ପାର୍ବତ୍ୟାଅଞ୍ଚଳ ରେ ବ୍ଲକ ଅଧ୍ୟକ୍ଷାଙ୍କ ସହ ବ୍ଲକ ପ୍ରଶାସନ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ ୧୬ ତାରିଖ :  ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାତ

Sunil Chandra Nayak

Leave a Comment

error: Content is protected !!