ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ସଚେତନତା ଶୋଭାଯାତ୍ରା ଓ ସଭା

ଜୁନାଗଡ଼,୨/୧୧(ମ ନି ସ) ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଏକ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ସଂଗଠନ ,ଛାତ୍ର ଛାତ୍ରୀ, ମହିଳା ସଂଗଠନ କର୍ମକର୍ତ୍ତା ଯୋଗ ଦେଇଥିଲେ।ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିର ଠାରୁ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଛାତ୍ର ଛାତ୍ରୀ ଉପସ୍ଥିତ ହୋଇ ଶୋଭାଯାତ୍ରାରେ ସହର ପରିକ୍ରମାକରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହାପରେ ବ୍ଲକ ସଭାଗୃହରେ ଏକ ସଚେତନତା ସଭା ବିଡ଼ିଓ ଦୁଲରାମ ମାରାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ସବିତା ମେହେର,ସମ୍ମାନିତ ଅତିଥି ଭାବେ ଉପାଧକ୍ଷ୍ୟ ପ୍ରମୋଦ ବେହେରା,ପିଏ ରାଜେନ୍ଦ୍ର ଭୋଇ,ଡବ୍ଲୁ ଏଓ ସୁମନ୍ତ ମାଝୀ,ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ,ଏବିଇଓ କ୍ଷୀରୋଦ ଭୋଇଙ୍କ ସମେତ ଭିଜିଲାନ୍ସ ଏଏସ ଆଇ ଶରତ ବେହେରା, ଓ ବିଭନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ, ମହିଳାସଂଘ,କର୍ତ୍ତବ୍ୟ ଓ ସ୍ବେଚ୍ଛା ସେବୀ ଅନୁଷ୍ଠାନ, ପୋଲିସ କର୍ମଚାରୀ ଏବଂ ଜନସାଧାରଣ ଉପସ୍ଥିତ ରହିଥିଲେ। ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ଏହି ସଚେତନତା ସପ୍ତାହର ମୁଖ୍ୟ ଉଦେଶ୍ୟ ଏଥିନେଇ ସମସ୍ତେ ସଚେତନ ହେବା ଅବଶକୀୟ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ।ଏଥିନେଇ ପ୍ରତେକ ନାଗରିକଙ୍କ ଯତ୍ନବାନ ହେବାସହ ନିଜ ରାଷ୍ଟ୍ର ନିର୍ମାଣରେ ଦାୟିତ୍ୱ ଓ କର୍ତବ୍ୟ ରହିଛି ବୋଲି ମତ ପ୍ରକାଶ ପାଇଥିଲା। ଏହାପରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ,ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତି ଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ ଗାଡ଼ି ଉପରକୁ ବୋମା ମାଡ 

Sunil Chandra Nayak

ତରକାସୁର ବଧ

Sunil Chandra Nayak

ତୁମୁରା ଧାନମଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 

Sunil Chandra Nayak

Leave a Comment

error: Content is protected !!