ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ 

ପାପଡାହାଣ୍ଡି, 11/8, ମନିସ –— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ଛଟାଗୁଡା ଗ୍ରାମର ତ୍ରିନାଥ ପୂଜାରୀଙ୍କୁ ରାତିରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଭାଲୁ ଗୋଡ଼ରେ କାମୁଡି ଦେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ପାପଡାହାଣ୍ଡି ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ସୂଚନା ପ୍ରକାରେ ବୁଧବାର ମଧ୍ୟ ରାତ୍ର ସମୟରେ ଶୌଚ କରିବାକୁ ଘର ପାଖକୁ ଯାଇଥିଲେ । ପଛ ଆଡ଼ୁ ଭାଲୁ ଆସି ତ୍ରିନାଥ ଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣର ଶିକାର ହୋଇଥିବା ତ୍ରିନାଥ ପାଟି କରି ସାହି ପୋଡ଼ିଶାଙ୍କୁ ଡାକିବା ପରେ ଭାଲୁ ଜଙ୍ଗଲ ଆଡକୁ ଚାଲିଯାଇଥିଲା ।108 ଆମ୍ବୁଲାନ୍ସରେ ନେଇ ପ୍ରଥମେ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ସହ ଆଉ ପ୍ରାୟ ପନ୍ଦର ଦିନ ରହିଲେ ସମ୍ପୂର୍ଣ ଭଲ ହୋଇଯିବ ବୋଲି ଡ଼ଃ ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ  ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ସାପ କାମୁଡାରେ ଜଣକର ମୃତ୍ୟୁ

Sunil Chandra Nayak

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଦୀନବନ୍ଧୁ ମହାନନ୍ଦଙ୍କୁ ଗର୍ଭସ୍ଥ ଶିଶୁର ମୃତ୍ୟକୁ ନେଇ ମରଣାତ୍ମକ ଆକ୍ରମଣ ଘଟଣାରେ ଦୁଇ ଗିରଫ ଓ କୋର୍ଟ ଚାଲାଣ 

Sunil Chandra Nayak

Leave a Comment

error: Content is protected !!