ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ 

ପାପଡାହାଣ୍ଡି, 11/8, ମନିସ –— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ଛଟାଗୁଡା ଗ୍ରାମର ତ୍ରିନାଥ ପୂଜାରୀଙ୍କୁ ରାତିରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଭାଲୁ ଗୋଡ଼ରେ କାମୁଡି ଦେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ପାପଡାହାଣ୍ଡି ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ସୂଚନା ପ୍ରକାରେ ବୁଧବାର ମଧ୍ୟ ରାତ୍ର ସମୟରେ ଶୌଚ କରିବାକୁ ଘର ପାଖକୁ ଯାଇଥିଲେ । ପଛ ଆଡ଼ୁ ଭାଲୁ ଆସି ତ୍ରିନାଥ ଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣର ଶିକାର ହୋଇଥିବା ତ୍ରିନାଥ ପାଟି କରି ସାହି ପୋଡ଼ିଶାଙ୍କୁ ଡାକିବା ପରେ ଭାଲୁ ଜଙ୍ଗଲ ଆଡକୁ ଚାଲିଯାଇଥିଲା ।108 ଆମ୍ବୁଲାନ୍ସରେ ନେଇ ପ୍ରଥମେ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ସହ ଆଉ ପ୍ରାୟ ପନ୍ଦର ଦିନ ରହିଲେ ସମ୍ପୂର୍ଣ ଭଲ ହୋଇଯିବ ବୋଲି ଡ଼ଃ ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ  ଙ୍କ ରିପୋର୍ଟ 

Related posts

ମ.ରାମପୁର ସିରିଜ୍ ଡ଼କାୟତି ଘଟଣା: ପୁଲିସ ଗ୍ୟାଙ୍ଗ ର ଜଣକୁ ମାତ୍ର କରି ପାରିଛି ଗିରଫ : ବାକି ଡକାୟତ ଧରା ପଡ଼ିବେ କେବେ ?

Sunil Chandra Nayak

ପୌର ନିର୍ବାଚନ ପାଇଁ ଜୋରଦାର ପ୍ରଚାର

Sunil Chandra Nayak

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ; ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

Leave a Comment

error: Content is protected !!