ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା କଳା କାହ୍ନୁ ବଇଶୀ ଧର 

କଳା କାହ୍ନୁ ବଇଶୀ ଧର 

 

 କବିତା ସାହୁ      

 

କଳା କାହ୍ନୁ ବଇଶୀ ଧର 

ବଇଶାଖ ଖରା ଝାଞି ପବନରେ 

ମଳିନ ଦିଶୁଛି ମୁହଁ ଟି ତୋର 

କଳା କାହ୍ନୁ——‐———-‐—୧

ରଖିଛି ତୋ ପାଇଁ ସୁବାସିତ ଜଳ 

ପକାଇ ସେଥିରେ ଚୁଆ ଅଗୁର 

ସ୍ନାହାନ କର ହେ କଳା ମାଣିକ 

ବେଳ ହୋଇଲାଣି ଆସି ଉଛୁର 

କଳା କାହ୍ନୁ _________——-୨

ଅତି ଯତନରେ ପିଢା ପକାଇଛି 

ଚନ୍ଦନ ଘୋରି ସାଇତି ରଖିଛି 

ଲେପି ଦେବୀ ଦେହ ହେବ ଶୀତଳ

କଳା କାହ୍ନୁ————————-‐୩

ତୁଳସୀ ଦୟଣା ଆଣିଛି ମୁଁ ତୋଳି 

ମଲ୍ଲି ଚମ୍ପା ସହ ଗୁନ୍ଥିଛି ମାଳି

ଆସହେ ମୋହନ  ହେ ମଧୁସୂଦନ 

ଅନାଇ ବସଛି ଚାତକ ପରି 

କଳା କାହ୍ନୁ—————————–୪

ସାଇତି ରଖିଛି ନାନା ଜାତି ଫଳ 

ଖୁଆଇବି ହାତେ ନଟ  ନାଗର

ଖୁସିରେ ଖାଇବ ଆନନ୍ଦେ ଗାଇବ

ରାଇ ରାଇ ହୋଇ ବଇଶୀ  ତୋର 

କଳା କାହ୍ନୁ ————————–୫

ଏମିତି ସତରେ ଆସିବ କି ଦିନ

ଭାବଇ ମନରେ ରଙ୍କୁଣି ଧନ

ତୋର ମାୟା ସିନା ତୁ କରିବୁ ଯାହା

କରିଥିବି ଯଦି ମୁଁ କିଛି ପୂଣ୍ୟ

ଜୟପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବାହୁଡ଼ା ବେଳ ହେଲା

କୋଲନରା ବ୍ଳକରେ ସଂଯୁକ୍ତା ହେଲେ ପଞ୍ଚାୟତ ସମିତି ଅଧ୍ଯକ୍ଷା

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ପ୍ରକୃତି କବି ଗଙ୍ଗାଧର

Sunil Chandra Nayak

Leave a Comment

error: Content is protected !!