କଳା କାହ୍ନୁ ବଇଶୀ ଧର
କବିତା ସାହୁ
କଳା କାହ୍ନୁ ବଇଶୀ ଧର
ବଇଶାଖ ଖରା ଝାଞି ପବନରେ
ମଳିନ ଦିଶୁଛି ମୁହଁ ଟି ତୋର
କଳା କାହ୍ନୁ——‐———-‐—୧
ରଖିଛି ତୋ ପାଇଁ ସୁବାସିତ ଜଳ
ପକାଇ ସେଥିରେ ଚୁଆ ଅଗୁର
ସ୍ନାହାନ କର ହେ କଳା ମାଣିକ
ବେଳ ହୋଇଲାଣି ଆସି ଉଛୁର
କଳା କାହ୍ନୁ _________——-୨
ଅତି ଯତନରେ ପିଢା ପକାଇଛି
ଚନ୍ଦନ ଘୋରି ସାଇତି ରଖିଛି
ଲେପି ଦେବୀ ଦେହ ହେବ ଶୀତଳ
କଳା କାହ୍ନୁ————————-‐୩
ତୁଳସୀ ଦୟଣା ଆଣିଛି ମୁଁ ତୋଳି
ମଲ୍ଲି ଚମ୍ପା ସହ ଗୁନ୍ଥିଛି ମାଳି
ଆସହେ ମୋହନ ହେ ମଧୁସୂଦନ
ଅନାଇ ବସଛି ଚାତକ ପରି
କଳା କାହ୍ନୁ—————————–୪
ସାଇତି ରଖିଛି ନାନା ଜାତି ଫଳ
ଖୁଆଇବି ହାତେ ନଟ ନାଗର
ଖୁସିରେ ଖାଇବ ଆନନ୍ଦେ ଗାଇବ
ରାଇ ରାଇ ହୋଇ ବଇଶୀ ତୋର
କଳା କାହ୍ନୁ ————————–୫
ଏମିତି ସତରେ ଆସିବ କି ଦିନ
ଭାବଇ ମନରେ ରଙ୍କୁଣି ଧନ
ତୋର ମାୟା ସିନା ତୁ କରିବୁ ଯାହା
କରିଥିବି ଯଦି ମୁଁ କିଛି ପୂଣ୍ୟ