ଜୀବନ ଓ ଯନ୍ତ୍ରଣା
ଜୀବନର କେତେ ଅକୁହା କଥାକୁ
ଅନ୍ତରେ ସାଇତି ରଖି ,
ଛାତି ତଳେ ନିତି ଖେଳୁଥାଏ ହୋଲି
ରକତର ରଙ୍ଗ ମାଖି ।
ଯନ୍ତ୍ରଣା ନିଆଁ ରେ ଜଳୁଛି ଆଜି ମୁଁ
ଛାତିରେ ଛାତି ଏ କୋହ ,
ଆଜି ମୁଁ ଜାଣିଲି ଏଇ ଦୁନିଆରେ
ନିଜର କେବଳ ଲୁହ।
ଗୋଟିଏ ଛାତିରେ ଦୁଇଟି ହୃଦୟ
ଦେଲୁନି ଜଗତ କର୍ତ୍ତା ?
ଯନ୍ତ୍ରଣା ରେ ଯେବେ ଗୋଟିଏ ଭାଙ୍ଗନ୍ତା
ଅନ୍ୟଟିରେ ଜିଇଁ ହୁଅନ୍ତା ।
ମିଛ ମାୟା ର ଏ ସଂସାରେ ଆଜି ମୁଁ
ହୋଇଯାଏ ଯେବେ ଛନ୍ଦି,
ଯନ୍ତ୍ରଣା ର କୋଳେ ଦୁଃଖରେ ହସେ ମୁଁ
ଦିନ ଯାଏ କାନ୍ଦି କାନ୍ଦି ।
ଯନ୍ତ୍ରଣା ଜୁଇରେ ଜଳିଯାଏ ମୁହିଁ
ଅକୁହାକାହାଣୀ ହେଇ ,
ବଞ୍ଚିବାଟା ଖାଲି ବାହାନା ଗୋଟିଏ
କା ଆଗେ ପାରୁନି କହି ।
ମରିଗଲା ପରେ ମଶାଣି ଭୂମିରେ
ଯଦି ବା ପାଉଁଶ ହୁଏ ,
ତଥାପି ଜୀବନ ଉଡ଼ି ମୁଁ କହିବି
ତତେ ହିଁ ମୁଁ ଭଲ ପାଏ ।