ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ବାଚନୀ ପ୍ରତିଶ୍ରୁତି: ମନ୍ତ୍ରୀଙ୍କୁ ତିନି ବର୍ଷର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ, ୨୯ ତାରିଖରେରେ ସମୀକ୍ଷା

ଭୁବନେଶ୍ୱର: ମେ’ ୨୯ତାରିଖ ନବୀନ ସରକାରର ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତି ହେଉଛି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି(ଇସ୍ତାହାର)କୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ଗତ ୩ ବର୍ଷ ମଧ୍ୟରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କ୍ରମାଗତ ପଂଚମଥର ଶପଥ ନେବା ଦିନ ହିଁ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ଡାକି ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ ବିଜେଡି ଦେଇଥିବା ନିର୍ବାଚନୀ ଇସ୍ତାହାର ଉପରେ ସରକାରୀ ମୋହର ମାରିଥିଲେ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରର ୩ବର୍ଷ ପୂର୍ତ୍ତି ଅବସରରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ ଦିଗରେ ସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସରକାର ନିୟମିତ ଭାବେ ସମୀକ୍ଷା କରିଥିଲେ ମଧ୍ୟ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ବିଶେଷକରି ୨୦୨୧ ମେ’ ୨୯ତାରିଖରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଗୃହୀତ ହୋଇଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ସମ୍ପୃକ୍ତ ବିଭାଗ କି ପଦକ୍ଷେପ ନେଇଛି ତାହା ମେ’ ୭ ତାରିଖ ସୁଦ୍ଧା ଜଣାଇବାକୁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ନିର୍ଦ୍ଦେଶ ଦେଇଥିଲା । ଏହାସହିତ ୨୦୨୧ ମେ’ ୨୯ତାରିଖ ମନ୍ତ୍ରିପରିଷଦ ବୈଠକରେ ବିପର୍ଯ୍ୟୟ ପରିଚାଳନାର ପ୍ରସ୍ତୁତି ସଂକ୍ରାନ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ସମ୍ପୃକ୍ତ ବିଭାଗ କ’ଣ ପଦକ୍ଷେପ ନେଇଛି ତାହା ମଧ୍ୟ ଜଣାଇବାକୁ କୁହାଯାଇଛି।

ଗତବର୍ଷ ମେ’ ୨୯ତାରିଖରେ ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ମନ୍ତ୍ରିପରିଷଦରେ ପାରିତ ସଂକଳ୍ପ ଅନୁସାରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନାକୁ ସ୍କୁଲ ଓ କଲେଜ ପାଠ୍ୟକ୍ରମ ଏବଂ ସରକାରୀ ନିଯୁକ୍ତି ସିଲାବସରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାସହିତ ବିପର୍ଯ୍ୟୟ ମୁକାବିଲା ଦିଗରେ ରାଜ୍ୟରେ ପ୍ରତ୍ୟେକଙ୍କୁ ଜଣେ ଲେଖାଁଏ ଯୋଦ୍ଧା ଭାବେ ବିକଶିତ କରିବାକୁ ଏହି ସଂକଳ୍ପରେ ସାମିଲ କରିବା ସହ ନିର୍ବାଚିତ ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଶିକ୍ଷିତ ପାଇଁ ସଂକଳ୍ପରେ ପାରିତ ହୋଇଥିଲା । ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।ସେହି ସଂକଳ୍ପର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ରାଜ୍ୟର ପ୍ରତ୍ୟେକ ଘରେ ଜଣେ ଲେଖାଏଁ ଯୋଦ୍ଧା ସୃଷ୍ଟି କରିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ କହିଥିଲେ । ଏହି ସଂକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ୨୦୨୧ ଜୁନ୍ ୧୬ରେ ବିଭାଗଗୁଡ଼ିକ ସରକାର ଜଣାଇଥିଲେ । ୨୦୨୨ ମାର୍ଚ୍ଚ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାରେ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ମଧ୍ୟ ଯୋଜନା ଓ ସଂଯୋଜନ ବିଭାଗ କହିଛି ।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଏପର୍ଯ୍ୟନ୍ତ ମାତ୍ର ୨୦ ପ୍ରତିଶତ ବିଭାଗ ନିର୍ବାଚନୀ ଇସ୍ତାହାର ସହ ଜଡ଼ିତ ପ୍ରସଙ୍ଗ ଉପରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ…..

Related posts

ବାହାଘର ଭୋଜିଖାଇ ଫେରିବା ବେଳେ ଅପହରଣ ସୁଚନା

Sunil Chandra Nayak

ମଦନପୁରରେ ମା ପଟଖଣ୍ଡା ଙ୍କ ଛତର ଯାତ୍ରା 

Sunil Chandra Nayak

ବିଶୋଇ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort