ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳ,ଜମି ଓ ଜଙ୍ଗଲ ଆଦିବାସୀ ଙ୍କ ଅଧିକାର…

ବଞ୍ଚିବାର ବାଟ….

ଆନ୍ଦୋଳନ ଓ ଧର୍ମଘଟ

ବଞ୍ଚିବାର ଗୋଟିଏ ବାଟ ଆନ୍ଦୋଳନ ଓ ଧର୍ମଘଟ । ନିଜର ହକ୍ ପାଇଁ ନିଜ ମାଟି ଗାଁ ପାଇଁ ଲଢେଇ କରାଯିବ ।

 ଲଢେଇ ବିନା ମୁକ୍ତି ନାହିଁ ମୁକ୍ତି ବିନା ଶାନ୍ତି ନାହିଁ । ଆଦିବାସୀଙ୍କ ଅଧିକାର ଜଳ ଜମି ଜଙ୍ଗଲ । ଯଦି କେହି ତାଙ୍କୁ ଏଥୁରୁ ବଞ୍ଚିତ କରିବାକୁ ପ୍ରୟାସ କରେ ତେବେ ଶାନ୍ତିରେ ବଣ ଜଙ୍ଗଲରେ ରହୁଥିବା ଆଦିବାସୀ ନିଜ ପାରମ୍ପାରିକ ଅସ୍ତ୍ର ଧରିବାକୁ ପଛେଇବ ନାହିଁ । ଅସ୍ତ୍ର ହିଂସା ପାଇଁ ନୁହେଁ ପ୍ରତିରୋଧ ପାଇଁ ଆଦିବାସୀ ନିଜ ପାରମ୍ପାରିକ ଅସ୍ତ୍ର ଧରିବାର ଆବଶ୍ୟକତା ଅଛି ବୋଲି କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ପୁଲିଙ୍ଗ ପଦର ଠାରେ କର୍ଲାପାଟ ଓ ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ତରଫରୁ ଆୟୋଜିତ ସମାବେଶରେ ମଞ୍ଚାସୀନ ଅତିଥ୍ ମତ ବ୍ୟକ୍ତ କରିଥିଲେ । ଆଗାମୀ ଜୁନ ୫ ତାରିଖ ଦିନ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଏକ ବିରାଟ ଜନ ସମାବେଶ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି । କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ପେରୁମଞ୍ଜି ଠାରେ ହେବାକୁ ଥିବା ଜନ ସମାବେଶରେ ଜଳ ଜମି ଜଙ୍ଗଲ ଆନ୍ଦୋଳନର ପୁରୋଧା

ମେଧା ପାଠେକରଙ୍କ ସମେତ ସମଗ୍ର ଭାରତର ବହୁ ସାମାଜିକ କର୍ମୀ , ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହିବେ । ସମାବେଶରେ ରାଜ୍ୟ ସରକାର ଖଣ୍ଡୁଆଳ ମାଳିକୁ ତଞ୍ଚକତା କରି ଲିଜ ଦେଇଥିବାରୁ ଦୃଢ ବିରୋଧ କରାଯିବ । ଏହାସହ ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ବିକାଶ ନାଁରେ ଦମନଲୀଳା ଚଲେଇଛନ୍ତି ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚାସୀନ ଅତିଥୁ ମତ ବ୍ୟକ୍ତ କରିଥିଲେ । ଖଣ୍ଡୁଆଳା ମାଳି ସୁରକ୍ଷା ସମିତିର ସଭାପତି କାର୍ତିକ ମାଝୀ , ବ୍ରିଟିଶ କୁମାର , ନିୟମଗିରୀ ଆନ୍ଦୋଳନର ଲିଙ୍ଗରାଜ ଆଜାଦ , ସତ୍ୟ ମାହାର , ଲୋକ ଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା , ରାମକୃଷ୍ଣ , ଉପେନ୍ଦ୍ର ଦ୍ରାବିଡ , ସ୍ଵାତୀ ମିଶ୍ର , ବନ ମାଝୀଙ୍କ ସମେତ ସୁପ୍ରିମକୋର୍ଟର ଆଇନଜୀବୀ ରାହୁଲ ଚୌଧୁରୀ , ସୌରଭ ଶର୍ମା ପ୍ରମୁଖ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ମିଛ ଗାଁରେ କରିଛି ଘର

ପୌର ନିର୍ବାଚନ ରେ ତିନି ପ୍ରମୁଖ ଦଳ ପ୍ରଚାର ଯୋର୍ ଧରିଲା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା “ଷଣ୍ଢ ଲଢ଼lଇ”

Sunil Chandra Nayak

Leave a Comment

error: Content is protected !!