ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସ୍ବର୍ଣ୍ଣ ବିଜେତାଙ୍କୁ ମିଳିବ ୧ କୋଟି

ଭୁବନେଶ୍ୱର: ବୃଦ୍ଧି ପାଇଲା ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ । ରାଜ୍ୟ ସରକାର ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଭୁବନେଶ୍ୱରରେ ଇଣ୍ଡିଆନ ସ୍କିଲ ପ୍ରତିଯୋଗିତା-୨୦୨୧ର ବିଜେତାମାନଙ୍କୁ ପୁରସ୍କୃତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି, ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଗୋଲଡ୍ ମେଡାଲ ବିଜୟୀଙ୍କୁ ୧କୋଟି ଟଙ୍କା, ରୌପ୍ୟ ବିଜେତାଙ୍କୁ ୫୦ଲକ୍ଷ ଓ ବ୍ରୋଞ୍ଜ ବିଜେତାଙ୍କୁ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ । ଓଡ଼ିଶାର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ୫୯ଟି ମେଡାଲ ବିଜୟୀ ହୋଇଛନ୍ତି । ଏହି ପ୍ରତିଯୋଗିତା ୨୦୨୨ ଜାନୁୟାରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ପ୍ରସ୍ତୁତିରେ ସନ୍ତୋଷ ଓଝା, ପେଣ୍ଟିଂରେ ସୋନା ବେହେରା, ରୋବୋଟିକ୍ ସିଷ୍ଟମରେ ସ୍ୱାତୀ କୁମାରୀ ଓ ନୌସିନ ନିଗର ଗୋଲଡ୍ ମେଡାଲ ବିଜୟୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାଙ୍କର ପିତାମାତା, କୋଚ୍ ଓ ଅନୁଷ୍ଠାନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଜାତୀୟ ଦକ୍ଷତା ବିକାଶ ନିଗମ ସହାୟତାରେ ଏହା ସମ୍ଭବପର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨୦୨୨ ରେ ସାଂଘାଇ ରେ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗୀତା ପାଇଁ ଓଡିଶାର ବିଜେତା ମାନଙ୍କୁ ତାଲିମ ଦେବା ପାଇଁ ସମସ୍ତ ପ୍ରରକାର ବନ୍ଦୋବସ୍ତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏ ଆଇ ଟି ଟି ପରୀକ୍ଷାରେ ଓଡ଼ିଶା ଟପର ହେଲେ କୁମ୍ଭାରୀ ଗ୍ରାମର ପପୁ ସା

Sunil Chandra Nayak

ଛୁରୀ ମାଡରେ ଜଣେ ଆହତ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ  ଙ୍କ କବିତା ବାପା, ମୁଁ ଆଜି ବାପା ହୋଇଛି 

Leave a Comment

error: Content is protected !!