ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରିଲା ସମବାୟ ନିର୍ଦେଶକ ନିର୍ବାଚନ ,ଏବେ ସଭାପତି ପଦବୀ ଉପରେ ସମସ୍ତ ଙ୍କ ନଜର

କଲମପୁର=୨୦/୬(ମସିହା) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତିନି ଗୋଟି କୃଷିସେବା ସମବାୟ ସମିତି ର ନିର୍ଦେଶକ ନିର୍ବାଚନ ଗତ କାଲି ରବିବାର ଦିନ ସୁରୁଖୁରୁ ରେ ପରିସମାପ୍ତି ହୋଇଯାଇଛି ।ଅପ୍ରତିଦ୍ୱନ୍ଧି ଭାବେ ବଡ଼କୁଟୃରୁ ରୁ ୭,କଲମପୁର ରୁ ୫,ମଣ୍ଡଳ ରୁ ୧୧ ଜଣ ନିର୍ବାଚନ ହୋଇଥିବା ବେଳେ ଅବଶିଷ୍ଟ ଜୋନ ମାନଙ୍କ ପାଇଁ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏଥିରେ କଲମପୁର ରୁ ,୧୦ ମଣ୍ଡଳ ରୁ ୪ ,ବଡ଼କୁଟୃରୁ ରୁ ୮ଟି ଜୋନ ର ନିର୍ବାଚନ ହୋଇ ଫଳାଫଳ ଘୋଷଣା ହେବା ମାତ୍ରକେ ତିନୋଟି ସମବାୟ ସମିତିର ସଭାପତି ଆସନ ନିମନ୍ତେ ଜୋର ସୋର ରେ ଅଙ୍କକଷା ଆରମ୍ଭ ହୋଇଯାଇଛି । କାହା ମୁଣ୍ଡରେ ସଭାପତି ପଦବୀ ଆସନ ଅଳକୃତ ହେବ ତାହା ସ୍ପଷ୍ଟ ହୋଇନଥିଲେ ହେଁ ପ୍ରଛଦପଟର ନାୟକ ମାନେ କରିବାର ଯୋଜନା କୁ ସାକାର କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ରାଜନୈତିକ ଦୃଷ୍ଟିରୁ ଭିନ୍ନତା ପରିଲକ୍ଷିତ ହେଉଛି ।ଶାସକ ଦଳ କୁ କୋଣଠେସା କରିବା ଏହାର ମୂଳଲକ୍ଷ୍ୟ ବୋଲି ତଥ୍ୟାଭିଜ୍ଞା ମହଲରେ ଚର୍ଚ୍ଚା ହେଉଥିବା ବେଳେ ନିର୍ବାଚନ ପରେ ସ୍ପଷ୍ଟ ଚିତ୍ର ଲୋକ ଲୋଚନ କୁ ଆସିବ ।

ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର କଳାହାଣ୍ଡି

Related posts

ଜାନକୀ ମହାନ୍ତ ଙ୍କ କବିତା ଦିବ୍ୟ ଦୀପାବଳି

Sunil Chandra Nayak

ମ ରାମପୁର ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିକ୍ଷୋଭ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!