ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା..୧୯୫୨ ରୁ ୨୦୧୭ ଦେଶ ପାଇଛି ୧୪ ରାଷ୍ଟ୍ରପତି :

କିନ୍ତୁ କିଏ କାହା ବିରୋଧରେ କିଏ କେତେ ଭୋଟରେ ଜିତିଛନ୍ତି ?

ରାଜେନ୍ଦ୍ର କୁମାର ଦୁଇଥର ରାଷ୍ଟ୍ରପତି ଭାବେ ନିର୍ବାଚିତ

ଓଡିଶାରୁ ରାଷ୍ଟ୍ରପତି ହୋଇଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ଭିଭି ଗିରି

ଦେଶରେ ସମୁଦାୟ ୧୪ଜଣ ରାଷ୍ଟ୍ରପତି ଆସନରେ ବସିଛନ୍ତି । କେବଳ ରାଜେନ୍ଦ୍ର କୁମାର ଦୁଇଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜେନ୍ଦ୍ର ପ୍ରସାଦଙ୍କ ନାଁରେ ଆଉ ଏକ ରେକର୍ଡ ରହିଛି । ୧୯୫୭ ମସିହା ରାଷ୍ଟ୍ରପତି ନିର୍ବାଚନରେ ସେ ସର୍ବାଧିକ ୯୮.୯୯% ଭୋଟ ପାଇ ବିଜୟୀ ହୋଇଥିଲେ । ଏହା ଥିଲା ତାଙ୍କର ଦ୍ଵିତୀୟ ପାଳି ।

୧୯୫୨ମସିହାରେ ହୋଇଥିଲା ଦେଶର ପ୍ରଥମ ରାଷ୍ଟ୍ରପତି ନିର୍ବାଚନ । କଂଗ୍ରେସର ପ୍ରାର୍ଥୀ ହୋଇଥିଲେ ଡ଼ ରାଜେନ୍ଦ୍ର ପ୍ରସାଦ । ତାଙ୍କ ବିପକ୍ଷରେ ଥିଲେ ସ୍ୱାଧୀନ ପ୍ରାର୍ଥୀ କେ.ଟି. ଶାହ।ଏହି ନିର୍ବାଚନରେ ୮୩.୮୧ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ ରାଜେନ୍ଦ୍ର ପ୍ରସାଦ । କେ.ଟି. ଶାହଙ୍କୁ ମିଳିଥିଲା ପ୍ରାୟ ୧୫ ପ୍ରତିଶତ ଭୋଟ । ୧୯୫୭ରେ ହୋଇଥିଲା ଦ୍ଵିତୀୟ ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ୯୮.୯୯ ପ୍ରତିଶତ ଭୋଟ ପାଇଥିଲେ ରାଜେନ୍ଦ୍ର ପ୍ରସାଦ।ଚୌଧୁରୀ ହରି ରାମଙ୍କୁ ହରାଇଥିଲେ ଡ଼ ରାଜେନ୍ଦ୍ର ପ୍ରସାଦ । ୧୯୬୨ମସିହାରେ ଦେଶ ଦେଖିଥିଲା ତୃତୀୟ ରାଷ୍ଟ୍ରପତି ନିର୍ବାଚନ।ସ୍ୱାଧୀନ ପ୍ରାର୍ଥୀ ଭାବେ ୯୮.୨୫ ପ୍ରତିଶତ ଭୋଟରେ ଜିତିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ । ଏହି ନିର୍ବାଚନରେ ମଧ୍ୟ ହାରିଥିଲେ ଚୌଧୁରୀ ହରି ରାମ ।୧୯୬୭ ନିର୍ବାଚନରେ ୫୬.୨୩ପ୍ରତିଶତ ଭୋଟରେ ଜିତିଥିଲେ ଡ଼ ଜାକିର ହୁସେନ । ଯିଏଥିଲେ ଦେଶର ପ୍ରଥମ ମୁସଲମାନ ରାଷ୍ଟ୍ରପତି । ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଥିଲେ କୋକା ସୁବ୍ବା ରାଓ । ୧୯୬୯ ନିର୍ବାଚନରେ ଭିଭି ଗିରି ୫୦.୦୯ପ୍ରତିଶତ ଭୋଟରେ ବିଜୟୀ ହୋଇଥିଲେ । ୪୯.୧୦ ପ୍ରତିଶତ ଭୋଟ ପାଇଁ ଦ୍ଵିତୀୟ ସ୍ଥାନରେ ରହିଥିଲେ ନିଲମ ସଞ୍ଜୀବ ରେଡ୍ଡୀ । ଓଡିଶାରୁ ରାଷ୍ଟ୍ରପତି ହୋଇଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ଭିଭି ଗିରି ।

ସେହିପରି ୧୯୭୪ ନିର୍ବାଚନରେ ଫକୀରୁଦ୍ଦିନ ଅଲ୍ଲୀ ଅହମ୍ମଦ ୭୯.୯ ପ୍ରତିଶତ ଭୋଟରେ ଜିତିଥିଲେ । ତ୍ରିଦିବ ଚୌଧୁରୀଙ୍କୁ ପରାସ୍ତ କରିଥିଲେ ସେ । ୧୯୭୭ରେ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ ନିଲମ ସଞ୍ଜୀବ ରେଡ୍ଡୀ ସେ ଏକମାତ୍ର ରାଷ୍ଟ୍ରପତି ଯେ କି ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି । ୧୯୮୨ରେ ଜୈଲ ସିଂ ହୋଇଥିଲେ ରାଷ୍ଟ୍ରପତି । ତାଙ୍କୁ ମିଳିଥିଲା ୭୨.୭୩ ପ୍ରତିଶତ ଭୋଟ । ୧୯୮୭ ନିର୍ବାଚନରେ ୭୨.୨୯ ପ୍ରତିଶତ ଭୋଟ ପାଇ ଆର. ଭେଙ୍କଟ ରମଣ ହୋଇଥିଲେ ରାଷ୍ଟ୍ରପତି । ଏହି ନିର୍ବାଚନରେ ଭି ଆର କ୍ରିଷ୍ମ ରାଓ ନିର୍ବାଚନ ହାରିଥିଲେ । ୧୯୯୨ ମସିହା ନିର୍ବାଚନରେ ଶଙ୍କର ଦୟାଲ ଶର୍ମା ହୋଇଥିଲେ ରାଷ୍ଟ୍ରପତି । ୬୫.୯ ପ୍ରତିଶତ ଭୋଟ ପାଇ ହୋଇଥିଲେ ରାଷ୍ଟ୍ରପତି ।୧୯୯୭ ମସିହାରେ ନିର୍ବାଚନରେ କେ ଆର ନାରାୟଣ ହୋଇଥିଲେ ରାଷ୍ଟ୍ରପତି ସେ ୯୫ ପ୍ରତିଶତ ଭୋଟ ପାଇଥିଲେ ସେ ଟିଏନ ଶେସାନଙ୍କୁ ମିଳିଥିଲା ହରାଇଥିଲେ । ୨୦୦୨ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଏପିଜେ ଅବଦୁଲ କଲାମ ଜିତିଥଲେ ନିର୍ବାଚନ । ୮୯.୬ପ୍ରତିଶତ ଭୋଟ ପାଇଥିଲେ କଲାମ।ତାଙ୍କଠାରୁ ପରାସ୍ତ ହୋଇଥିଲେ ଲକ୍ଷ୍ମୀ ସେହଗଲ । ୨୦୦୭ ନିର୍ବାଚନରେ ଦେଶକୁ ମିଳିଥିଲା ପ୍ରଥମ ମହିଳା ରାଷ୍ଟ୍ରପତି, ୬୫.୮ ପ୍ରତିଶତ ଭୋଟ ପାଇ ଜିତିଥିଲେ ପ୍ରତିଭା ଦେବୀ ସିଂ ପାଟିଲ । ନିର୍ବାଚନରେ ପରାସ୍ତ ହୋଇଥିଲେ ଭୈରୋ ସିଂ ସେଖାୱାତ । ୨୦୧୨ ନିର୍ବାଚନରେ ପ୍ରଣବ ମୁଖାର୍ଜୀ ଜିତିଥିଲେ ନିର୍ବାଚନ । ତାଙ୍କୁ ମିଳିଥିଲା ୬୯.୩ ପ୍ରତିଶତ ଭୋଟ।ଏହି ନିର୍ବାଚନରେ ଏନ୍ଡ଼ିଏ ପ୍ରାର୍ଥୀ ପିଏ ସାଙ୍ଗମା ହାରିଥିଲେ । ୨୦୧୭ ନିର୍ବାଚନରେ ରାମନାଥ କୋବିନ୍ଦଙ୍କୁ ମିଳିଥିଲା ୬୫.୬୫ ପ୍ରତିଶତ ଭୋଟ । ୟୁପି ପ୍ରାର୍ଥୀ ମୀରା କୁମାରୀ ପାଇଥିଲେ ୩୪.୩୫ ପ୍ରତିଶତ ଭୋଟ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ଲୀଳା

ଲେଡି ଲାୟନ ଅନୁଷ୍ଠାନ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

Leave a Comment

error: Content is protected !!