ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୌର୍ଯ୍ୟ ଦିବସ ରେ ସହିଦ୍ ଟୀକଚନ ଙ୍କୁ ଶ୍ରଦ୍ଧାଞ୍ଜଳି

ଜୁନାଗଡ଼,୧୧/୪(ନି.ପ୍ର) ସି ଆର୍ ପି ଏଫ୍ ୬୪ ବାଟାଲିଅନ୍ କଳାହାଣ୍ଡି ତରଫରୁ ଜୁନାଗଡ ଥାନା ମଥୁରା କସ୍ତୁରାବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଠାରେ ସହିଦ୍ ଟିକ୍ ଚନ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ଏହି ଅବସରରେ ସି ଆର୍ ପି ଏଫ୍ ଡେପୁଟି କମାଣ୍ଡେଣ୍ଟ ବିଶ୍ଵ କୁମାର ଶର୍ମା, ଇନ୍ସପେକ୍ଟର ଜି ଏନ୍ ପ୍ରଧାନ ପଲାଶ ସରପଞ୍ଚ ପ୍ରଭାକର ସେଠି, ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା ମୁଣ୍ଡ ପ୍ରମୂଖ ସହିଦ୍ ଙ୍କ ଗ୍ରାମ ସର୍ଗୀ ଗୁଡା କୁ ଯାଇ ପରିବାର ଲୋକଙ୍କୁ ଭେଟି ଥିଲେ l ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ଥିବା ସହିଦ୍ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏଥି ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

କୁଲେଇଶିଳା ପ୍ରାଥମିକ ବିଦ୍ୟାଳୟରେ ‘ଆମେ ଦିଵ୍ଯାଙ୍ଗ ନୁହଁ,ଆମେ ସବଳ’ନେଇ କର୍ମଶାଳା

Sunil Chandra Nayak

ପଲସାଗୋରାରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ ସଭା

Sunil Chandra Nayak

ବୌଦ୍ଧରେ ମେଗା ସ୍ୱଚ୍ଛ ଭାରତ 2.0 ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!