ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ ଗଳ୍ପ ନିଷିଦ୍ଧ ଇଲାକା 

      ନିଷିଦ୍ଧ ଇଲାକା 

                                    ମମତା ଶତପଥୀ

କନକନିଆ ଶୀତ ରାତି।ସେହି ରାତିର ଶୁନ୍ ଶାନ୍ ନିଝୁମ ପ୍ରହର।ସେହି ନିଝୁମ ପ୍ରହରରେ ନିଷିଦ୍ଧ ଇଲାକାର ଗୋଟିଏ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଗଲା।ନିଷିଦ୍ଧ ଇଲାକାରେ ଘର !!

ନା —-ନା — ଘର କହିହେବ ନାହିଁ।ଘର ତାକୁ କୁହାଯାଏ ଯେଉଁଠି ଗୋଟିଏ ପରିବାର ବାସ କରେ।ଜେଜେ, ଜେଜେମା,ବାପା, ବୋଉ, କକେଇ,ଖୁଡି, ଭାଇ ଓ ଭଉଣୀ ପ୍ରଭୃତିଙ୍କୁ ନେଇ ପରିବାର।ପୁଣି ସେ ସମସ୍ତେ ସ୍ନେହ ପ୍ରେମ ଶ୍ରଦ୍ଧା ର ଡୋରରେ ବାନ୍ଧିହୋଇଥାଅନ୍ତି।ନିଷିଦ୍ଧ ଇଲାକାରେ ଟଙ୍କା ବଦଳରେ ପ୍ରେମର ଅଭିନୟ କରାଯାଏ।ଏ ଇଲାକାରେ ସମସ୍ତେ ଏକା ଏକା।ରାତିରେ ଏକାକୀତ୍ବକୁ ଭାଙ୍ଗି ଚୁର୍ ମାର୍ କରୁଥିବା ପୁରୁଷମାନେ ସକାଳେ ନଥାନ୍ତି।

ତେବେ ଏତିକି କୁହାଯାଇପାରେ ସେ ଇଲାକାର ଗୋଟିଏ କୋଠରୀ ନିଆଁରେ ହୁତ୍ ହୁତ୍ ଜଳି ସମ୍ପୂର୍ଣ୍ଣ ଭଷ୍ମିଭୂତ ହୋଇଗଲା।ହୁଏତ ସେ କୋଠରୀର ଅନ୍ତେବାସିନୀ ସେ ନିଆଁରେ ଜଳିପୋଡି ମରିଗଲା।ଆଃ –ମରୁ ସିଏ।ସାମାନ୍ୟ ଦେହଜୀବୀ ବାରନାରୀ ଗଣିକାଟିଏତ !!ତା’ର କିଏ ନିଜର ଅଛିକି ?ତା ମୃତ୍ୟୁରେ ଦୁଇ ଟୋପା ଲୁହ ଢାଳିଦେବ ! ବିଶେଷ କିଛି ପର୍ଯ୍ୟାଲୋଚନା ହେଲାନାହିଁ।

ସେ କାଳରାତି ପାହି ସକାଳ ହେଲା।କ୍ରମେ କ୍ରମେ ସକାଳର ବୟସ ବଢିଲା,ତ ସାରା ସହରରେ ହଇଚଇ ସୃଷ୍ଟି ହେଲା।

ସହରର କାହିଁକି ସାରା ରାଜ୍ୟରେ ଚହଳ ପଡିଗଲା।ବିଶିଷ୍ଟ ଶିଳ୍ପପତି,ମହାନ୍ ସମାଜସେବୀ, ସରକାରଙ୍କ ଡାହାଣ ହାତ,ବିଶେଷ କରି ଆଜନ୍ମ ବ୍ରହ୍ମଚାରୀ ‘ଦେବବ୍ରତ’ ନିଖୋଜ ହୋଇଯାଇଛନ୍ତି।ପ୍ରାୟ ସମସ୍ତ ସମ୍ବାଦପତ୍ରରେ ଏ ଖବର ପ୍ରକାଶିତ ହୋଇଗଲା।ବିଭିନ୍ନ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମରେ ଏ ଖବର ଅଧଘଣ୍ଟା ଅନ୍ତରରେ ପ୍ରସାରିତ ହେବାକୁ ଲାଗିଲା।ତାଙ୍କର ସନ୍ଧାନ ପାଇବା ପାଇଁ ସମଗ୍ର ସରକାରୀ କଳ ତତ୍ପର ହୋଇଉଠିଥିଲା।

ନିଷିଦ୍ଧ ଇଲାକାର ରାଣୀ – ଆମ୍ରପଲ୍ଲୀ ଏ ଖବରଟି ଶୁଣୁ ଶୁଣୁ ନିଃଶବ୍ଦରେ ହସିଉଠିଲା।ତା ମୁଖମଣ୍ଡଳରେ ଅପୂର୍ବ ପ୍ରଶାନ୍ତି,ଭୂବନବିଜୟୀ ହସ। ମନସ୍କାମନା ପୁରଣ ହୋଇଥିବାର ଚାରୁ ଚିତ୍ର ଉଦ୍ଭାସିତ ହେଲା।ଫେରିଗଲା ସେ ମାତ୍ର ପାଞ୍ଚଟି ବର୍ଷ ପଛକୁ।

ଅପେକ୍ଷା ଗୃହରେ ତା ଭଳି ପଚାଶ କି ଷାଠିଏ ତରୁଣୀ ଅପେକ୍ଷାରତ।ସମସ୍ତଙ୍କ ମୁହଁରେ ଉଦ୍ ବିଗ୍ନତା।ହାତରେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର।ପିଅନଟି ଆସି ଯାହା ନାଁ ଡାକୁଥିଲା ସେ ସାକ୍ଷାତକାର ଗୃହକୁ ମୁହଁରେ ଡରଡର ଭାଵ ନେଇ ପ୍ରବେଶ କରୁଥିଲା।ଆମ୍ରପଲ୍ଲୀର ନାଁ ଡକାହେଲା।ମଫସଲୀ ଗାଉଁଲି ଆମ୍ରପଲ୍ଲୀ ଧୀର ପଦପାତରେ ସାକ୍ଷାତକାର ଦେବାକୁ ଗଲା।ଶୀତତାପନିୟନ୍ତ୍ରିତ କକ୍ଷ।ଦୁଇଜଣ ମହିଳାଙ୍କ ସହିତ ଛଅଜଣ ବ୍ୟକ୍ତି ସାକ୍ଷାତ – କାରରେ ପ୍ରଶ୍ନ ପଚାରୁଥିଲେ।ଆମ୍ରପଲ୍ଲୀ ପ୍ରାୟ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଠିକ୍ ଉତ୍ତର ଦେଇ ଦେଲା।ପ୍ରମାଣପତ୍ର ସବୁ ପୂର୍ବରୁ ସେମାନେ ତନଖି କରିସାରିଥିଲେ। ଶେଷରେ ସେ ଅଫିସ, ର ମୁଖ୍ୟ ଭଳି ଜଣାପଡୁଥିବା ଦାମ୍ଭିକ ବ୍ୟକ୍ତି ଜଣକ ପଚାରିଲେ –ଆଛା ମା, ଏ ଚାକିରିଟି ତୁମର ନିତାନ୍ତ ଆବଶ୍ୟକ କି ?

—ହଁ ସାର୍।ନିହାତି ଆବଶ୍ୟକ।ଆମ୍ରପଲ୍ଲୀ କହିଥିଲା।

—ଆବଶ୍ୟକ ମାନେ,ତ ଅନେକ ପ୍ରକାର।ଆଜିକାଲି ତୁମ ବୟସର ଅନେକ ମା ମାନେ ଚାକିରି କରିବା ନିଶାରେ ହିଁ ଚାକିରି କରନ୍ତି।ଆଉକେତେ ମା ମାନେ ଦାମୀ ପ୍ରସାଧନ ସାମଗ୍ରୀ କିଣିବା ଆଶାରେ ଚାକିରି କରନ୍ତି।କିନ୍ତୁ ଯେଉଁ ମାଆ’ଟିର ବାପାଭାଇ ରୋଜଗାରକ୍ଷମ ନଥିବେ,ସରକାରଙ୍କର ବିଭିନ୍ନ ଯୋଜନା ସତ୍ତ୍ୱେ ଯାହା ଘରେ ଦୁଇ ଓଳି ଚୁଲି ଜଳୁନଥିବ,ମୋ ଅଫିସ୍ ରେ ମୁଁ ସେହିଭଳି ମା’ଟିକୁ ହିଁ ଚାକିରି ଦେବି।

କୃତଜ୍ଞତାରେ କୃତ୍ୟ କୃତ୍ୟ ହୋଇଗଲା ଆମ୍ରପଲ୍ଲୀ।ମନେମନେ ଭାବିଲା ଏତେ ଭଲଲୋକ ଏ ସଂସାରରେ ଅଛନ୍ତି ! ପୁଣି ମନକୁ ବୁଝାଇଲା ହଁ ଏହିପରି ଭଲଲୋକମାନଙ୍କ ପାଇଁ ହିଁ ମାନବ ସମାଜ ତିଷ୍ଠି ରହିଛି।ନହେଲେ କାଳର କରାଳ ବକ୍ଷରେ କେବେ ଠାରୁ ବିଲୁପ୍ତ ହୋଇସାରନ୍ତାଣି।କହିଲା —ସାର୍ ମୋ ବାପା ବର୍ଷେ ପୂର୍ବେ ଆମକୁ ଛାଡି ଚାଲିଯାଇଛନ୍ତି।ମୁଁ ଘରର ବଡ ଝିଅ।ମୋ ତଳେ ଦୁଇ ଭଉଣୀ ଓ ଗୋଟିଏ ଭାଇ।ତେଣୁ ପରିବାରର ଦାୟିତ୍ବ ଏବେ ମୋ କାନ୍ଧରେ।ମୋର ଏ ଚାକିରିଟି ନିହାତି ଆବଶ୍ୟକ।

—ହଉ ଠିକ୍ ଅଛି।ତୁମେ ଏବେ ଆସିପାର।ନିଯୁକ୍ତି ପତ୍ର ପହଞ୍ଚିଵାର ସାତଦିନ ମଧ୍ୟରେ ଚାକିରିରେ ଯୋଗଦେବ।

ଆମ୍ରପଲ୍ଲୀ ଲକ୍ଷ କରିଥିଲା ଅନ୍ୟମାନେ ପ୍ରଶ୍ନ ପଚାରିଲାବେଳେ ତା ମୁହଁକୁ ଚାହିଁ ପ୍ରଶ୍ନ ପଚାରୁଥିଲେ।କିନ୍ତୁ ତାକୁ ମା ବୋଲି ସମ୍ବୋଧନ କରିଥିବା ସେ ମହାନ୍ ବ୍ୟକ୍ତି ତା ମୁହଁକୁ ଥରେ ମଧ୍ୟ ଚାହିଁନଥିଲେ।ଖୁସି ମନରେ ସେ ଘରକୁ ଫେରିଥିଲା।ଠିକ୍ ସମୟରେ ନିଯୁକ୍ତି ପତ୍ର ପହଞ୍ଚିଗଲା।

ନିଯୁକ୍ତି ପତ୍ରଟି ଧରି ସେ ଅଫିସ୍ ର କାଉଣ୍ଟର୍ ରେ ପହଞ୍ଚିଲା।କମ୍ପ୍ୟୁଟର୍ ଅପରେଟର୍ ଚାକିରୀ।କାଉଣ୍ଟର୍ ରେ ଥିବା ପରିଚାରିକା ତାକୁ ମ୍ୟାନେଜିଂ ଡାଇରେକ୍ଟରଙ୍କ ଚାମ୍ବର୍ ରେ ଦେଖାକରିବା ପାଇଁ ପଠାଇଦେଲେ।

ଆମ୍ରପଲ୍ଲୀ ଡାଇରେକ୍ଟରଙ୍କ ଚାମ୍ବର୍ ରେ।ସାକ୍ଷାତକାର ଦିନର ସେହି ମହାନ୍ ବ୍ୟକ୍ତିଙ୍କୁ ଦେଖି ଖୁସି ହୋଇଗଲା ସେ।ଆଜି କିନ୍ତୁ ସେ ବ୍ୟକ୍ତି ତାକୁ ସିଧାସଳଖ ଚାହିଁ ପ୍ରଶ୍ନ କଲେ—ମୁଁ ତୁମ୍ଭକୁ ଚାକିରି ଦେଲି।ବଦଳରେ ତୁମେ ମତେ କ’ଣ ଦବ ?

କିଛି ବୁଝିନପାରି ଆମ୍ରପଲ୍ଲୀ ପ୍ରଶ୍ନିଳ ଆଖିରେ ଚାହିଁଲା

—-ଆରେ ଏଥିରେ ଅବୁଝା କ’ଣ ରହିଲା।ତୁମର ଚାକିରି ନିହାତି ଆବଶ୍ୟକ, ତାହା ମୁଁ ତୁମକୁ ଦେଇଦେଲି।ମୋର ଯେଉଁଟା ନିହାତି ଆବଶ୍ୟକ ତାହା ତୁମେ ପୂରଣ କରିବ ନିଶ୍ଚୟ।କହି –ସାକ୍ଷାତକାର ଦିନ ‘ମା’ ବୋଲି ସମ୍ବୋଧନ କରିଥିବା, ତା ମୁହଁକୁ ଚାହିଁନଥିବା ସେ ବ୍ୟକ୍ତିଟି ତା ହାତକୁ ଧରିନେଇଥିଲା।ଏବେ ତା’ର ଅସଲ ଉଦ୍ଦେଶ୍ୟ ଆମ୍ରପଲ୍ଲୀକୁ ଜଳଜଳ ଦେଖାଗଲା।ନିଜ ହାତକୁ ସଜୋରେ ଝିଙ୍କି ଆଣି ଚିହିଁକି ଉଠିଲା ସେ।ନିଯୁକ୍ତି ପତ୍ରକୁ ଫିଙ୍ଗିଦେଇ କବାଟ ଆଡ଼କୁ ଦୌଡି ଯାଉ ଯାଉ କହୁଥିଲା —ଆବେ କୁକୁର, ତୁ କ’ଣ ମୋ ଶରୀରକୁ ପଣ୍ୟଦ୍ରବ୍ୟ ଭାବିଛୁ ? ମୁଁ ଏବେ ଯାଇ ଏ ଦୁନିଆ ଆଗରେ ତୋର ଅସଲ ଚେହେରାଟାକୁ ପଦାରେ ପକାଇଦେବି।ଥାନାରେ ଅଭିଯୋଗ କରିବି।

ହୋ—ହୋ ହସରେ ଚାମ୍ବର୍ ଟା ଦୋହଲି ଉଠିଲା।

—-ଖାଇବାକୁନପାଇ ତୋ ଘରେ ଚାରିଟାଲୋକ ଛଟପଟ।ତୁ ମତେ ଢମ ଦେଖଉଛୁ ?କ’ଣ କହିଲୁ ?ମୋ ନାଁରେ ଫେରାଦ ହବୁ !ଏଡିଜି ବକଟେ ମେଞ୍ଚଡ ଟୋକି ତୁ।ତୋ କଥାକୁ ବିଶ୍ୱାସ କରିବ କିଏ ?ଏ ସହରର ସମସ୍ତେ ଜାଣନ୍ତି କୋଟି କୋଟି ଟଙ୍କାର ମାଲିକ ଏ ଦେବବ୍ରତ ଅବିବାହିତ।ନାରୀସଂସର୍ଗ ଠାରୁ ଅନେକ ଦୂରରେ।ଝିଅମାନଙ୍କୁ ଆଖି ଉଠାଇ ଚାହୁଁନଥିବା ବ୍ୟକ୍ତି ନାଁରେ ଏ ଅଭିଯୋଗକୁ କିଏ ବା ବିଶ୍ୱାସ କରିବ ?ବିଭିନ୍ନ ଦାତବ୍ୟ ଅନୁଷ୍ଠାନକୁ ମୁଁ ଅପର୍ଯ୍ୟାପ୍ତ ଅର୍ଥ ଦାନ କରିଥାଏ।ମୋ ଦୟାରେ ସେମାନେ।ମୋ ବିରୁଦ୍ଧରେ ପଦେ ଶୁଣିବେନି।ବାହାରେ ମୋ ଭାବମୂର୍ତ୍ତିଟି ପୁରା ନିର୍ମଳ। ଆଉ ଥାନା ? ସେଠିପା ସମସ୍ତେ ମୋର କିଣାଚାକର।ଆଲୋ ସେ ଢଗ ଶୁଣିନୁ ?”ତୁ ଗୁହାରୀ କରିବୁ ଯାହାକୁ /ମୁଁ ଘଇତା କରିଛି ତାହାକୁ।

ତୁ କ’ଣ ଭାବୁଛୁ ମୋ ନାଁ ରେ ଅଭିଯୋଗ ହୋଇ ନାହିଁ ?ବହୁବାର ହୋଇଛି।କିନ୍ତୁ ଯିଏ ଅଭିଯୋଗ କରିଛି, ତାକୁ ନିର୍ମମ ରୁପେ ହତ୍ଯା କରାଯାଇଛି।ସେମାନଙ୍କ ମଧ୍ୟରୁ ଜଣେ ବି କେହି ଜୀବିତ ନାହିଁ।

ଆମ୍ରପଲ୍ଲୀ ଥମ୍ କି ଯାଇ ଠିଆ ହୋଇଥିଲା।ଭାବୁଥିଲା, ରାବଣ, କଂସ,ଦୁର୍ଯ୍ୟୋଧନ ଠାରୁ ଏ ଲୋକଜଣକ ଯେ ମହାଭୟଙ୍କର !!

କବାଟ ଟାଣି ଖୋଲିବାକୁ ଚେଷ୍ଟା କରୁଥିଲା ସେ।କବାଟକୁ ଢୋ ଢୋ ପିଟୁଥିଲା।

——-ଆଲୋ ବୋକୀ କ’ଣ କରୁଛୁ ତୁ ?ମୁଁ ରିମୋଟ୍ ସୁଇଚ୍ ନଟିପିଲେ ଏ କବାଟ ଖୋଲିବ ନାହିଁ।କବାଟ,ତ ଛାର।ମୋ ବିନାନୁମତିରେ ଏ ଚାମ୍ବର୍ ଭିତରେ ପବନ ବି ହଲ୍ ଚଲ୍ ହେବନାହିଁ।ତୋ ମୋ କଥା କାଉ କୋଇଲି ଚନ୍ଦ୍ର ସୂର୍ଯ୍ୟ କେହି ଜାଣିବେନି।ଏ ଚାରିକାନ୍ଥ ଭିତରେ ସବୁ ଗୁପ୍ତ ରହିଯିବ।ବାହାର ଲୋକଙ୍କ କଥା କିଏ ପଚାରେ,ମୋ ଅଫିସ୍ ଲୋକ ବି ଟେର୍ ପାଇବେନି।ଦରମା ଟଙ୍କା ଠାରୁ ଢେର ଅଧିକ ଟଙ୍କା ପାଇବୁ।ତୋ ଘରଲୋକେ କିଛି ଜାଣିବେନି।ଭବିଷ୍ୟତରେ ଯାହାକୁ ବିବାହ କରିବୁ ସେ ସ୍ବାମୀ ବି କିଛି ଜାଣିବନି।ଆଉ ମୁଁ ! ଏକା ଏକା ନାଗା ବାଗା।ମାଇପ ନାହିଁ କି ପିଲାପିଚିକା ନାହିଁ।ଯେବେ ଠାରୁ ଗାଁ ଛାଡିଛି ବାପା ବୋଉ ଭାଇ କାହା ଖବର ରଖିନି।ମୋ ପାଇଁ ସେମାନେ ମରିଯାଇଛନ୍ତି,ସେମାନଙ୍କ ପାଇଁ ମୁଁ ମରିଯାଇଛି।ମୋ ମର୍ଜିର ମୁଁ ରାଜା।—ଅନର୍ଗଳ କହିଚାଲିଥିଲା ଦେବବ୍ରତ।କବାଟ ପାଖରେ ଆମ୍ରପଲ୍ଲୀ ସତେକି ନିର୍ଜୀବ ମୂର୍ତ୍ତି ହୋଇଯାଇଥିଲା।ତା ଦେହ ସ୍ଥିର ଥିଲା।କିନ୍ତୁ ଆଖିରୁ ଅଗ୍ନିବର୍ଷା ହେଉଥିଲା କି ?ସେ ଅଗ୍ନିରେ ସେ ଦେବବ୍ରତ କୁ ଜାଳିପୋଡି ଭଷ୍ମ କରିଦେବାକୁ ସମର୍ଥ ହେବକି ? ନା ସେମିତି କିଛି ହେଉନଥିଲା।

ଦେଵବ୍ରତ ପୁଣି ଆରମ୍ଭ କଲା —-ଆଲୋ ନଖରୀ, କେତେ ନଖରା ଦେଖଉଛୁ ? ତୋ ଭଳିଆ କେତେ ଝିଅଙ୍କୁ ମୁଁ ——

ସେକଥା ଛାଡ।କେତେ ଝିଅ ତୋ ଭଳି ନିଜକୁ ନାଗୁଣୀ ଭାବି ଫଁ ଦେଖାନ୍ତି, ବାଘୁଣୀ ଭଳି ହେଣ୍ଟାଳ ଛାଡନ୍ତି,କିନ୍ତୁ ମୋ ଭଳି ପୁରୁଷ ସିଂହ ପାଖରେ ଏ ପ୍ରତିରୋଧର ମୂଲ୍ୟ କେତେ ? ଆଉ କେତେ ଝିଅ କିଛି ବି ନଖରାମୀ ନଦେଖାଇ,ସୁନାଝିଅ ପରି ଚୁପ୍ ଚାପ୍ ଆତ୍ମସମର୍ପଣ କରିଦିଅନ୍ତି।ବିଲେଇ ପରି ନିଜେ ଆସି ଘଷି ହୁଅନ୍ତି।

ଦେବବ୍ରତ ଠାରୁ ରକ୍ଷା ପାଇବାର କୌଣସି ଉପାୟ ଆମ୍ରପଲ୍ଲୀ ପାଖରେ ନଥିଲା।ସେ ନରପିଶାଚ ତାର କାମନା ପୂରଣ କଲା।ଆମ୍ରପଲ୍ଲୀର କଅଁଳ ଫୁଲ ପରି ଦେହ ଦଳିମକଚି ହୋଇଗଲା।ଦେବଯୋଗ୍ୟ ହୋଇ ରହିଲା ନାହିଁ।

ତା ସମ୍ମୁଖରେ ଏବେ ତିନୋଟି ପଥ।

ପ୍ରଥମ ——ଆତ୍ମହତ୍ୟା।କିନ୍ତୁ ସେ ଆତ୍ମହତ୍ୟା କଲେ ତା’ଘରେ ତା ବୋଉ ସମେତ ଚାରୋଟିଲୋକ ବାରହିନସ୍ତା ଭୋଗିବେ, ହୁଏତ ଭୋକଉପାସରେ ମରି ବି ଯାଇପାରନ୍ତି।ତାଛଡା ସେ ବଞ୍ଚିରହିଲେ ଏ ନରାଧମକୁ ନିଶ୍ଚୟ ଉଚିତ୍ ଶାସ୍ତି ଦେବ।ନଚେତ୍ ଏ ପାଷାଣ୍ଡ ଆହୁରି କେତେ ଝିଅଙ୍କ ଇଜ୍ଜତ ସହ ଖେଳ ଖେଳିବ।

ଦ୍ୱିତୀୟ ——ଏହି ଅଫିସ୍ ରେ ସେ ଚାକିରି କରିବ।ଏ ବର୍ବର,ର ସବୁକଥା ମାନିଯିବ।ବାହାରକୁ ଲୋକଦେଖାଣିଆ ବଞ୍ଚି ରହିବ, ସତୀ ସାବିତ୍ରୀ ବୋଲାଇବ, କିନ୍ତୁ ନିଜ ଭିତରେ ନିଜେ ଜଳି ଜଳି ମରିଯିବ।

ତୃତୀୟ ——ସେ ଏ କାମାନ୍ଧ,ର ଜଣଭୋଗ୍ୟା ନହୋଇ ଗଣଭୋଗ୍ୟା ହୋଇଯିବ।ତା ଶରୀରଟା ପଣ୍ୟଦ୍ରବ୍ୟ ହୋଇ କଳଙ୍କିତ ହେବ ସିନା ତା ଆତ୍ମା କଳୁଷିତ ହେବନାହିଁ।ସେ ବିବାହ କରିବନାହିଁ କି ତା କଳଙ୍କିତ ଦେହକୁ ସେ ନିଜ ସ୍ବାମୀ ରୂପକ ଦେବତାଙ୍କୁ ଭେଟିଦେବ ନାହିଁ।ସେ ନିଷିଦ୍ଧ ଇଲାକାର ପଥିକ ହୋଇ ନିଷିଦ୍ଧ ଇଲାକାକୁ ବାଟ ଖୋଜିନେବ।

ନିଷିଦ୍ଧ ଇଲାକାର ବାସିନ୍ଦା ହେବାକୁ ଶ୍ରେୟସ୍କର ମଣିଲା ସେ।

ଏହି ତୃତୀୟ ପଥଟି ହିଁ ତାକୁ ହାତଠାରି ଡାକିଲା।ସେ ଇଲାକାର ସ୍ଥାୟୀ ବାସିନ୍ଦା ହୋଇଯିବା ପରେ ସେ ନିଜ ଠିକଣା ନଜଣାଇ ଘରକୁ ମାସକୁମାସ ଟଙ୍କା ପଠାଇଲା। ସେ ନିଶ୍ଚିତ ଥିଲା, କେବଳ ନିଶ୍ଚିତ ନଥିଲା,ଦୃଢନିଶ୍ଚିତ ଥିଲା ଯେ,ସେ ଜହ୍ଲାଦ ଦେବବ୍ରତ,ର ପାଦ ଦିନେନାଦିନେ ନିଷିଦ୍ଧ ଇଲାକାରେ ପଡିବ।ସେହି ଦିନକୁ ଅପେକ୍ଷା କରି ପାଞ୍ଚବର୍ଷ ବିତିଯାଇଥିଲା।ନିଜର ଅପରୂପ ସୌନ୍ଦର୍ଯ୍ୟ ଯୋଗୁଁ ସେ ନିଷିଦ୍ଧ ଇଲାକାର ରାଣୀ ପାଲଟି ଯାଇଥିଲା।ଶେଷରେ ସେ ସୁଦିନ ଆସିଥିଲା।ଆମ୍ରପଲ୍ଲୀର ଦୀର୍ଘ ପ୍ରତୀକ୍ଷା ଫଳବତୀ ହୋଇଥିଲା।କନକନିଆ ଶୀତରାତିରେ ଆମ୍ରପଲ୍ଲୀର ଗରାଖ ଈଶ୍ୱର ହୋଇଥିଲା ଦେବବ୍ରତ।ଛଦ୍ମବେଶରେ ଆସିଥିଲା ସେ।ତା କୋଠରୀରେ ପ୍ରବେଶ କରି ନକଲି ଦାଢି ନିଶ ଖୋଲି ରଖିଲା।ମନେ ମନେ ଆମ୍ରପଲ୍ଲୀ ଭାବିଲା—ଓ ହୋ, ଏତେବଡ ନାମଜାଦା,ଚରିତ୍ରବାନ୍ ଲୋକ ଦେବବ୍ରତ। ବେଶ୍ୟାପଡାରେ ପାଦ ପକାଇଛି।କୌଣସି ସୂତ୍ରରୁ ଯଦି ବାହାରଲୋକ ଜାଣିଯିବେ,ନିର୍ମଳ ଭାବମୂର୍ତ୍ତିରେ କଳଙ୍କ ଲାଗିଯିବନି ! ତେଣୁ ଏ ଛଦ୍ମବେଶ। 

ତା ଦେହ ସହିତ ଖେଳି ଖେଳି ଯେତେବେଳେ ଦେବବ୍ରତ କ୍ଳାନ୍ତ ହୋଇ ଶୋଇଯାଇଥିଲା, ଠିକ୍ ସେତିକିବେଳେ ଆମ୍ରପଲ୍ଲୀ ନିଜକୁ ତାଠାରୁ ମୁକ୍ତ କରି କୋଠରୀ ବାହାରକୁ ଚାଲି ଆସିଲା।ଅନେକ ଦିନରୁ ସାଇତିଥିବା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଥିଲା।ସେ ଜାଣିଥିଲା ଦେବବ୍ରତ ନିଷିଦ୍ଧ ଇଲାକା ଆସିଥିବାର ସୁରାକ କେହି ବି ଜାଣିନଥିବେ।କିଏ ବା କାହିଁକି ଭାବିବ ଦେବବ୍ରତବଙ୍କ ପରି ନିର୍ମଳ ନିଷ୍କଳଙ୍କ ଚରିତ୍ରର ବ୍ୟକ୍ତି ବେଶ୍ୟାଳୟ ଆସିଥିବେ।ସେ ସେଠାରେ ପ୍ରାଣ ହରାଇବା କଥା ସମସ୍ତ ଙ୍କ କଳ୍ପନା ବାହାରେ ନିଶ୍ଚୟ।ଦେବବ୍ରତଙ୍କ ସନ୍ଧାନରେ କେହି ନର୍କରୂପୀ ବେଶ୍ୟାଳୟକୁ ଆସିବା ପ୍ରଶ୍ନ ଉଠୁନଥିଲା।

ଅନେକ ତରୁଣୀ ଓ ଯୁବତୀ ଙ୍କ ଇଜ୍ଜତ ଓ ଜୀବନ ସହିତ ଖେଳ ଖେଳିଥିବା,ସହର କାହିଁକି ରାଜ୍ୟର ଜଣେ ବିଶିଷ୍ଟ ବ୍ୟକ୍ତି ଦେବବ୍ରତ ଜୀବନର କି କରୁଣ ପରିସମାପ୍ତି !!

ମମତା ଶତପଥୀ

କେନ୍ଦ୍ରାପଡା

Related posts

ଜହ୍ନ ରାତି

Sunil Chandra Nayak

ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅକ୍ଷୟ ତୃତୀୟା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort