ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

 

ରୋହିଣୀ ନକ୍ଷତ୍ର ବଇଶାଖ ମାସ

ଶୁକ୍ଳ ପକ୍ଷ ତୃତୀୟାରେ

ଶୁଭ ଅନୁକୂଳ ପାଳୀ ଚାଷୀକୁଳ

ଅକ୍ଷୟ ମୁଠି ଜମିରେ ।।

 

ଶ୍ରୀକ୍ଷେତ୍ର ଧାମରେ ଚନ୍ଦନ ଯାତରା

ପ୍ରାରମ୍ଭ ହୁଏ ବିଧିରେ

ରଥ ଅନୁକୂଳ ବର୍ଦ୍ଧକି ଙ୍କ କୁଳ

କରି ଥାନ୍ତି ଭକ୍ତି ଭରେ।।

 

ସତ୍ୟ ତ୍ରେତୟା ର ଯୁଗର ଆରମ୍ଭ

ଦ୍ଵାପର ଯୁଗର ଶେଷ

ନର ନାରାୟଣ ବିଷ୍ଣୁ ଦେବ ରୂପ

ଆଜିର ଦିନେ ପ୍ରକାଶ।।

 

ପର୍ଶୁରାମ ଜନ୍ମ ଲକ୍ଷ୍ମୀଙ୍କୁ ସମ୍ମାନ

ଭକ୍ତି ପୂର୍ଣ୍ଣ ସାଧୁ ଜନ

ଗୃହେ ଗୃହେ ପୂଜା ହୋଇଥାଏ ସଜା

ମୂର୍ତ୍ତୀ ଲକ୍ଷ୍ମୀ ନାରାୟଣ ।।

 

ସର୍ବ କାର୍ଯ୍ୟ ସିଦ୍ଧି ପାଇଁ ପୂଜା ବିଧି

କାର୍ଯ୍ୟ ଅନୁକୂଳ ପର୍ବ

ଧରଣୀ ମାତାଙ୍କ ସନ୍ତୁଷ୍ଟ ନିମନ୍ତେ

ଚାଷୀ ଦିଏ ଭକ୍ତି ଅର୍ଘ୍ୟ।।

 

ସବୁଜ ଫସଲ କ୍ଷେତ ପରିପୂର୍ଣ୍ଣ

ଲିଭାଉ ଭୋକର ଦାଉ

ଦୁର୍ଭିକ୍ଷ ମରୁଡ଼ି ବାତ୍ୟା ନଇବଢି

ସଂସାରେ ଦେଖା ନ ଯାଉ।।

କବି ରାମଚନ୍ଦ୍ର ମହାନ୍ତି

ଗଞ୍ଜାମ

Related posts

ଲଡୁଗାଁ ଠାରେ ଡେଙ୍ଗୁ ନିରାକରଣ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ମହୁ ମାଛି ଆକ୍ରମଣରେ 2 ଗୁରୁତର

Sunil Chandra Nayak

ପରଜାପତି ଶିଶୁ ସାହିତ୍ୟ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!