ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କୁଣିଆ

  କୁଣିଆ 

   ଦିଲ୍ଲୀପ କୁମାର ନନ୍ଦୀ 

ସେ ଆସେ,
     ବେଳେ ବେଳେ ଜଣେଇ,
ସମସ୍ତଙ୍କୁ ଜଣେଇ ଆସେ,
ଡେଙ୍ଗୁରା ପିଟି ହୋ ହାଲ୍ଲା
ଆଉ, କୋଳାହଳ ଭିତରେ ଆସେ।।
କେବେ କେବେ ଗର୍ଜନ ତର୍ଜନରେ
ପବନର ନାଦରେ ବିଜୁଳି ଆଲୁଅରେ
ମେଘରେ ଘଡ଼ଘଡ଼ିରେ ବି ଆସେ।।
ନଦୀର ପ୍ଲାବିତ ସ୍ରୋତରେ
କେବେ ପୁଣି ଭୂସ୍ଖଳନରେ ଆସେ
ରୋଗରେ ପାଗରେ ଦିନରେ ରାତିରେ,
ସର୍ବୋପରି ନିଶାର ଅନ୍ଧକାରରେ ମଧ୍ୟ ଆସେ।।
କେବେ ପୁଣି ନିଶବ୍ଦ ଆଉ ବିନା ନିମନ୍ତ୍ରଣର ଅତିଥି ଭାବରେ ଆସେ।।
ସେ କିନ୍ତୁ ଆତିଥ୍ୟର ଚର୍ଚ୍ଚାରେ ଆପ୍ୟାୟିତ ହୁଏ ନାହିଁ,
ସେ ଫେରିଗଲା ପରେ ଶୋକ ଓ କ୍ରନ୍ଦନର କୋଳାହଳର ସୁଅ ଛୁଟେ 
ନିସ୍ତବ୍ଧ କରି ଦେଇଯାଏ ସମସ୍ତଙ୍କୁ
ସୃଷ୍ଟି କରିଯାଏ ନୂଆ ଏକ ଦିଗନ୍ତ
ଶୋକ ଦୁଃଖ ଆଉ ଦୁଃଖ ଖାଲି
ଭରିଯାଏ ସଭିଙ୍କ ମନ ଆଉ ଆତ୍ମାରେ,
ସେ ମୃତ୍ୟୁ
ସେ ମରଣ
ସେ ଇହଲୀଳା ସମ୍ବରଣ,
ସେ ପରା ସତ୍ୟ ସତ୍ୟ ଆଉ ସତ୍ୟ
ସେ ହିଁ କେବଳ ଚିରନ୍ତନ ସତ୍ୟ।।

 ଧର୍ମଶାଳା, ଯାଜପୁର 

Related posts

କୋକସରା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ବିଡ଼ିଓ ଙ୍କ  ସ୍ୱାମୀ ଜୀବନ ରୁ ମାରିବାକୁ ଧମକ, କୋକସରା ଥାନାରେ ଅଭିଯୋଗ କଲେ ସାମ୍ବାଦିକ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

Leave a Comment

error: Content is protected !!