ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲ୍ୟାମ୍ପସ ପରିସର ରେ କୃତ୍ରିମ ପୋଖରୀ

ଚନ୍ଦାହାଣ୍ଡି:(ମନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ରେ ଦୁଇ ଦିନ ଧରି ଲଘୁ  ଚାପଜନିତ ବର୍ଷା ଯୋଗୁଁ ଚନ୍ଦାହାଣ୍ଡି ଲ୍ୟାମ୍ପସ ଗୋଦାମ ଘର ଆଗରେ ଆଣ୍ଠୁଏ ପାଣି ଜମି ରହିଛି ।ନିଷ୍କାସନ ହୋଇପାରୁନଥିବାରୁ ଲ୍ୟାମ୍ପସ ପରିସର ଏକ କୃତ୍ରିମ ପୋଖରୀ ସଦୃଶ ହୋଇଛି। ଫଳରେ ଲ୍ୟାମ୍ପସ କୁ ଆସୁଥିବା ଲୋକେ ନାନା ଅସୁବିଧା ର ସମ୍ମୁଖିନ ହେଉଛନ୍ତି।ଲ୍ୟାମ୍ପସ କାର୍ଯ୍ୟାଳୟ ପଛପଟେ ଗୋଦାମ ଗୃହ ରହିଛି।ଲ୍ୟାମ୍ପସ କାର୍ଯ୍ୟାଳୟ ଠୁ ଗୋଦାମ ଗୃହ ପର୍ଯ୍ୟନ୍ତ ଏ ମୁଣ୍ଡ ସେ ମୁଣ୍ଡ ପାଣି ଲହଡି ଭାଙ୍ଗୁଛି।ପାଣି ଜମି ରହୁଥିବା ରୁ ଏଠାରେ ମଶା, ମାଛି ସହ ବିଭିନ୍ନ ପ୍ରକାରର ସରୀସୃପ ବସବାସ କରୁଥିବା ଦେଖିବାକୁ ମିଳୁଛି।ବିଭିନ୍ନ ସମୟରେ ବିଷାକ୍ତ ସାପ ମଧ୍ୟ କାର୍ଯ୍ୟାଳୟ ଭିତରକୁ ପସିଆସୁଥିବାର ନଜରକୁ ଆସୁଛି।ଅନ୍ୟ ପକ୍ଷରେ କାର୍ଯ୍ୟାଳୟ କୁ ଲାଗିକି ବସ୍ତି ରହିଛି।ଏହି ରାସ୍ତା ଦେଇ ଲୋକେ ଆଣ୍ଠୁଏ ପାଣି ପାରି ହୋଇ ବସ୍ତିକୁ ଯିବା ଆସିବା କରନ୍ତି।ଲୋକଙ୍କ ପିଇବା ପାଣି ପାଇଁ ଏକ ନଳକୁଅ ମଧ୍ୟ ଅଛି।ହେଲେ ଅପରିଷ୍କାର ପରିବେଶ ରେ ଥିବା ନଳକୁଅ ର ପାଣି ଦୂଷିତ ହେଉଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା।ଏଥି ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ବସ୍ତି ବାସିନ୍ଦା ।ପରିସର ରୁ ପାଣି ନିଷ୍କାସନ ହେଉନଥିବାରୁ ସମସ୍ୟା ହେଉଥିବା କର୍ତ୍ତୃପକ୍ଷ କହିଛନ୍ତି।ପାଣି ଯୋଗୁଁ ଲୋକ ଓ କର୍ତ୍ତୃପକ୍ଷ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଏ ନେଇ ଚନ୍ଦାହାଣ୍ଡି ସମିତି ସଭ୍ୟ ପୌରସ ମାଝି କହିଛନ୍ତି ଗୋଟେ ସରକାରି କାର୍ଯ୍ୟାଳୟ ସମ୍ମୁଖରେ ଆଣ୍ଠୁଏ ପାଣି ଜମି ରହିବା ଓ ପ୍ରଶାସନ ର ନଜର କୁ ନଆସିବା ପରିତାପର ବିଷୟ।ଯଥା ଶୀଘ୍ର ରାସ୍ତା ଓ ଡ୍ରେନ ନିର୍ମାଣ କରିବା ସହ ବର୍ତ୍ତମାନ ପାଣି ନିଷ୍କାସନ କରିବା ପାଇଁ ଦାବି କରିଛନ୍ତି।ଏ ବାବଦ ରେ ବିଡ଼ିଓ ଧର୍ମରାଜ୍ ମାଝୀ ଙ୍କୁ ତାଙ୍କ ମୋବାଇଲ ନମ୍ବର ୯୦୭୮୧୫୪୨୮୭ ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।

      ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

 

Related posts

କବିତା – ଖରାପ ରାସ୍ତା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭୂସ୍ବର୍ଗ ସାଜଇ ଧରା

ବାବା ପୂର୍ଣେଶ୍ବର ମନ୍ଦିର, ପରିସରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ଦୀପଦାନ ଓ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!