ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ପୋଡା ଆଉଁଳି ଗ୍ରାମରେ ଝାଡା ବାନ୍ତି ରେ ଆଜି ତିନି ଆକ୍ରାନ୍ତ ,ଗତକାଲି ଜଣେ ମୃତ

ତେନ୍ତୁଳିଖୁଣ୍ଟି ୨୦/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପଡ଼ା ଆଉଁଳି ଗ୍ରାମ ରେ ଝାଡା ବାନ୍ତି ଗୁରତର ହେଲାଣି। ଗତକାଲି କାଲିମଣି ହରିଜନ ନାମକ ବୃଦ୍ଧା ଝାଡା ବାନ୍ତି ର ଶିକାର ହୋଇ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଥିଲେ କିନ୍ତୁ ତାଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଜିଲ୍ଲା ଚିକିତ୍ସା ଅଧିକାରୀ ଝାଡା ବାନ୍ତି ନେଇ କୌଣସି ତଥ୍ୟ  ଖବରଦାତା ଙ୍କୁ ଦେବାକୁ ମନା କରିଛନ୍ତି ବୋଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ କହୁଛନ୍ତି ଗତକାଲି ମୃତ କାଳୀ ମଣୀଙ୍କ ମୃତ୍ୟୁ ଝାଡା ବାନ୍ତି ଜନିତ ବୋଲି ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତର ମାନିବାକୁ ନାରାଜ। କିନ୍ତୁ ଗ୍ରାମବାସୀ ଝାଡ଼ାବାନ୍ତି ପାଇଁ ହିଁ କାଲିମଣି ଚିକିତ୍ସା ହେବାକୁ ଯାଇଥିଲା ବୋଲି କହନ୍ତି। ଆଜି ପୋଡା ଆଉଁଳି ଗ୍ରାମର ଦେବ ସାନ୍ତା,ତୁରଞ୍ଜି ସାନ୍ତା ଓ ମାଙ୍ଗନି ମୁଦୁଲି ଝାଡା ବାନ୍ତି ର ଶିକାର ହୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ପୂର୍ବରୁ ମଧ୍ୟ ଏହି ଗ୍ରାମର ତିନି ଜଣ ଝାଡା ବାନ୍ତି ର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଆଜି ଏହି ଗ୍ରାମ କୁ ଜିଲ୍ଲା କଂଗ୍ରେସ ର ଆଦିବାସୀ ସେଲର ସଭାପତି ଦିଲୀପ ପ୍ରଧାନୀ,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀ, ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ,, ସାମାଜିକ ସଂଗଠକ ଜାନକୀ କାନ୍ତ ବିଶୋଇ,ହିନ୍ଦୁ ସଂଗଠନ ର ମୁନା ଦଳେଇ ଅନ୍ୟ ସଂଗଠନ ର ଦିଲୀପ ସୁନା ଚିଦାନନ୍ଦ ସାହୁ ପ୍ରମୁଖ ଗ୍ରାମବାସୀଙ୍କ ସହ କଥା ବାର୍ତା ହେବା ସହ ଦୂଷିତ ପରିବେଶ ଯୋଗୁଁ ଏଭଳି ଝାଡା ବାନ୍ତି ବ୍ୟାପୁଛି ବୋଲି ଅନୁମାନ କରିଥିଲେ। ସ୍ଥିତ ବିଗିଡି ବା ପୂର୍ବରୁ ପ୍ରଶାସନ ଜାଗ୍ରତ ହେବାକୁ କଂଗ୍ରେସ ଦଳ ଦାବୀ କରିଛି । କଂଗ୍ରେସ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ମଧ୍ୟ ଭେଟି ଥିଲେ। ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଝାଡା ବାନ୍ତିରେ 2 ଆକ୍ରାନ୍ତ

Sunil Chandra Nayak

ଝାଡ଼ାବାନ୍ତି ପିଛା ଛାଡ଼ୁନି ଖୁଣ୍ଟିପଦର ର : ଆଜି ଦୁଇ ଆକ୍ରାନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲେ ଜଣେ ରୋଗୀ ରେଫର ହେଲେ ଜିଲ୍ଲା ଚିକିତ୍ସାଳୟ କୁ 

Sunil Chandra Nayak

ଆମ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!