ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଏସ୍‌ସିବି ମେଡ଼ିକାଲ୍‌ – କଟକରେ ଆରମ୍ଭ ହୋଇଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା

ଏସ୍‌ସିବି ମେଡ଼ିକାଲ୍‌,କଟକରେ ଆରମ୍ଭ ହୋଇଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା । ଫଳରେ ଡାକ୍ତରଖାନାର ଟିକେଟ କାଉଣ୍ଟରଗୁଡ଼ିକରେ ଆଉ ରୋଗୀଙ୍କୁ ଧାଡିବାନ୍ଧି ଛିଡ଼ା ହେବାକୁ ପଡ଼ିବ ନାହିଁ । SCBରେ ଆଜିଠାରୁ ଅନଲାଇନ୍ OPD ସେବା ଆରମ୍ଭ ହୋଇଛି ଫଳରେ କଟକ ବଡ଼ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଟେନସନ୍‌ ଗଲା।ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ହୋଇଛି। http://eswasthya.odisha.gov.inରେ ଅନଲାଇନ୍ ଟିକେଟ୍ ମିଳୁଛି।

ଆଜିଠୁ ନିଜ ଟିକେଟ୍ କରିପାରିବେ ଏବଂ ରୋଗୀଙ୍କ ସୁବିଧା ଅନୁଯାୟୀ ଯେ କୌଣସି ସ୍ଥାନରୁ ପ୍ରିଣ୍ଟ୍ ବାହାର କରିପାରିବେ।www.eswasthya.odisha.gov.in ଲିଙ୍କ୍‌ରେ କ୍ଲିକ୍ କରି ରୋଗୀ OPD ଟିକେଟ୍ ପାଇଁ ପଞ୍ଜିକୃତ କରିପାରିବେ ।

ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ସୁବିଧା ଦ୍ୱାରା ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସମ୍ଭାବ୍ୟ ମହାମାରୀ କରୋନା ର ପ୍ରତିକାର ଓ ମୁକାବିଲା ପାଇଁ ଏକ ପ୍ରସ୍ତୁତି ଅଭ୍ୟାସ                                                    

Sunil Chandra Nayak

ଝାଡ଼ାବାନ୍ତି ପିଛା ଛାଡ଼ୁନି ଖୁଣ୍ଟିପଦର ର : ଆଜି ଦୁଇ ଆକ୍ରାନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲେ ଜଣେ ରୋଗୀ ରେଫର ହେଲେ ଜିଲ୍ଲା ଚିକିତ୍ସାଳୟ କୁ 

Sunil Chandra Nayak

ତୁଳସୀପଦରରେ ବ୍ୟାପିଲା ଝାଡା ବାନ୍ତି ଜଣେ ମୃତ,2 ଗୁରୁତର, 8 ଆକ୍ରାନ୍ତ ଗ୍ରାମରେ ଚାଲିଛି ଚିକିତ୍ସା 

Sunil Chandra Nayak

Leave a Comment

error: Content is protected !!