ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଏସ୍‌ସିବି ମେଡ଼ିକାଲ୍‌ – କଟକରେ ଆରମ୍ଭ ହୋଇଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା

ଏସ୍‌ସିବି ମେଡ଼ିକାଲ୍‌,କଟକରେ ଆରମ୍ଭ ହୋଇଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା । ଫଳରେ ଡାକ୍ତରଖାନାର ଟିକେଟ କାଉଣ୍ଟରଗୁଡ଼ିକରେ ଆଉ ରୋଗୀଙ୍କୁ ଧାଡିବାନ୍ଧି ଛିଡ଼ା ହେବାକୁ ପଡ଼ିବ ନାହିଁ । SCBରେ ଆଜିଠାରୁ ଅନଲାଇନ୍ OPD ସେବା ଆରମ୍ଭ ହୋଇଛି ଫଳରେ କଟକ ବଡ଼ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଟେନସନ୍‌ ଗଲା।ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ହୋଇଛି। http://eswasthya.odisha.gov.inରେ ଅନଲାଇନ୍ ଟିକେଟ୍ ମିଳୁଛି।

ଆଜିଠୁ ନିଜ ଟିକେଟ୍ କରିପାରିବେ ଏବଂ ରୋଗୀଙ୍କ ସୁବିଧା ଅନୁଯାୟୀ ଯେ କୌଣସି ସ୍ଥାନରୁ ପ୍ରିଣ୍ଟ୍ ବାହାର କରିପାରିବେ।www.eswasthya.odisha.gov.in ଲିଙ୍କ୍‌ରେ କ୍ଲିକ୍ କରି ରୋଗୀ OPD ଟିକେଟ୍ ପାଇଁ ପଞ୍ଜିକୃତ କରିପାରିବେ ।

ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ସୁବିଧା ଦ୍ୱାରା ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ମେଗା ରକ୍ତଦାନ ଶିବିର, ରେକର୍ଡସଂଖ୍ୟକ ୨୦୦ ୟୁନିଟ୍ ରକ୍ତ ସଂଗ୍ରୁହୀତ

Sunil Chandra Nayak

ବାଲାପଦର ଓ ସେମେଲପଦରରେ ବ୍ୟାପିଲା ଝାଡ଼ାବାନ୍ତି : ଜଣେ ମୃତ, ୮ ଗୁରୁତର

Sunil Chandra Nayak

ତୁଳସୀପଦର ଝାଡ଼ାବାନ୍ତି ବ୍ୟାପିବା ଘଟଣା , ନବରଙ୍ଗପୁର ମେଡିକାଲ ଟିମ ପହଂଚି ଅନୁଧ୍ୟାନ

Sunil Chandra Nayak

Leave a Comment

error: Content is protected !!