ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଦଳେଇଗୁଡା ଏସଏସଡି ବାଳିକା ହାଇସ୍କୁଲ ଛାତ୍ରୀ ଅସୁସ୍ଥ ଘଟଣା, ମେଡିକାଲ ଟିମର ଉପସ୍ଥିତିରେ ସ୍ୱାସ୍ଥ୍ୟ ପରୀକ୍ଷା 

ପାପଡାହାଣ୍ଡି,4/8, ମନିସ —– ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର 14 ଜଣ ଛାତ୍ରୀ ବୁଧବାର ଅସୁସ୍ଥ ଘଟଣାରେ ଗୁରୁବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶରେ ଦୁଇଟି ଟିମ ବିଦ୍ୟାଳୟରେ ପହଂଚି ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି | ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ସହ ଷଷ୍ଠ ଓ ସପ୍ତମର ଜର ଥଣ୍ଡା କାଶ ରେ ଆକ୍ରାନ୍ତଙ୍କୁ ମିଶାଇ 236 ଜଣ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | 167 ଜଣ ଙ୍କ ମ୍ୟାଲେରିଆ ଓ 69ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିଲା | ସମସ୍ତଙ୍କ ନମୁନା ନେଗେଟିଭ ରହିଥିବା ଜଣାପଡିଛି | ଆରବିଏସକେ ସହ ନବରଙ୍ଗପୁର ରୁ ଏକ ଟିମ ଆଶା, ଏଏନଏମ ମାନଙ୍କ ସହଯୋଗରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | VDTS କାନ୍ହୁ ଚରଣ ଛଟେଇ, VVD ଦିନେଶ ପ୍ରହରାଜ, ଫାରମାସିଷ୍ଟ ସମୀର ପାତ୍ର ଓ ହେଲଥ ୱର୍କର ଚନ୍ଦନ ପାତ୍ର ପ୍ରମୁଖ ଏହି ଟିମରେ ରହିଥିଲେ | ପ୍ରଧାଶିକ୍ଷୟତ୍ରୀ ସୁଦେଷ୍ନା ପ୍ରଧାନ ଓ ସହଶିକ୍ଷକ ଅଭିମନ୍ୟୁ ପାଣିଗ୍ରାହୀ ବିଦ୍ୟାଳୟ ତରଫରୁ ସହଯୋଗ କରିଥିଲେ | ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝାଡା ବାନ୍ତିରେ ଗୁରୁତର ରିତା ଭତରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସହ ରିତା ହରିଜନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିଛି | ସନ୍ଧ୍ୟାରେ ନବରଙ୍ଗପୁର ସିଡିଏମଓ ବିଦ୍ୟାଳୟରେ ପହଂଚି ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଛନ୍ତି | ସୂଚନା ଥାଉ କି ବୁଧବାର ବିଦ୍ୟାଳୟର 12 ଜଣଙ୍କୁ ଥଣ୍ଡା ଖାସ ହୋଇଥିବା ବେଳେ 2 ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ | ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା | ପ୍ରାଥମିକ ଚିକିତ୍ସା ପରେ ଔଷଧ ଦେଇ ବିଦ୍ୟାଳୟକୁ ପଠାଯାଇଛି | ଝାଡା ବାନ୍ତି ଆକ୍ରାନ୍ତ ଙ୍କ ମେଡିକାଲରେ ଚିକିତ୍ସା ଜାରି ରହିଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ଗଁଦିଆ ବ୍ଲକରେ ବିଭିନ୍ନ ପଞ୍ଚାୟତ ରେ ଧରିଲାଣି ରୋଗ ଲୋକ ଙ୍କ ପକ୍ଷରୁ ସୂଚନା , ଆଖିଧରା ସ୍ଥିତି ବିଗିଡ଼ିଲେ ଜାରି ହୋଇପାରେ ମାର୍ଗଦର୍ଶିକା: ଜନସ୍ୱାସ୍ଥ୍ୟ ନିର୍ଦେଶକ

Sunil Chandra Nayak

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର

Sunil Chandra Nayak

କୁଷ୍ଠ ରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା

masiha

Leave a Comment

error: Content is protected !!