ମୟୂରଭଞ୍ଜ ୪/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜାମୁଦା ବ୍ଲକର ଚାନ୍ଦିଖମାଣ ଗାଁରେ ବିଲରେ ଟ୍ରାକ୍ଟର ହଳ କରୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା ।ଚାଳକ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବେସରକାରୀ ଗାଡ଼ିରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତକର ଘର କୁସୁମି ବ୍ଳକର ଉପରବେଡା ପଞ୍ଚାୟତର ଏଦେଲବେଡା ଗ୍ରାମ ।ଚାଳକର ନାମ ଅମିତ ମାରାଣ୍ଡି (୨୫)।ଘଟଣାଟି ଅପରାହ୍ନ ୩/୩୦ ପାଖାପାଖି ସମୟରେ ଘଟିଥିଲା । ଦୁଃଖର ବିଷୟ ମୃତ ଅମିତଙ୍କ ଭାଇ ଗତମାସ ୧୬ ତାରିଖ ଦିନ କୀଡନୀ ଜନିତ ରୋଗରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଦୁଇଟି ଛୋଟ ପିଲା ଅଛନ୍ତି ।ଅମିତ ବିବାହିତ କିନ୍ତୁ ତାଙ୍କର ପିଲାପିଲି ନାହାନ୍ତି ।ଘରର ଦୁଇଜଣ ରୋଜଗାରିଆ ମୃତ୍ୟୁରେ ପରିବାର ଧ୍ବଂସ ହୋଇଯାଇଛି । ପୋଲିସ ଘଟଣା ତଦନ୍ତ କରୁଛି । ଗୁରୁବାର ଦିନ ଶବ ବ୍ୟବଚ୍ଛେଦ ହେବ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ ।