ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାକ୍ଟର ଓଲଟି ଚାଳକ ମୃତ

ମୟୂରଭଞ୍ଜ ୪/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜାମୁଦା ବ୍ଲକର ଚାନ୍ଦିଖମାଣ ଗାଁରେ ବିଲରେ ଟ୍ରାକ୍ଟର ହଳ କରୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା ।ଚାଳକ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବେସରକାରୀ ଗାଡ଼ିରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତକର ଘର କୁସୁମି ବ୍ଳକର ଉପରବେଡା ପଞ୍ଚାୟତର ଏଦେଲବେଡା ଗ୍ରାମ ।ଚାଳକର ନାମ ଅମିତ ମାରାଣ୍ଡି (୨୫)।ଘଟଣାଟି ଅପରାହ୍ନ ୩/୩୦ ପାଖାପାଖି ସମୟରେ ଘଟିଥିଲା । ଦୁଃଖର ବିଷୟ ମୃତ ଅମିତଙ୍କ ଭାଇ ଗତମାସ ୧୬ ତାରିଖ ଦିନ କୀଡନୀ ଜନିତ ରୋଗରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଦୁଇଟି ଛୋଟ ପିଲା ଅଛନ୍ତି ।ଅମିତ ବିବାହିତ କିନ୍ତୁ ତାଙ୍କର ପିଲାପିଲି ନାହାନ୍ତି ।ଘରର ଦୁଇଜଣ ରୋଜଗାରିଆ ମୃତ୍ୟୁରେ ପରିବାର ଧ୍ବଂସ ହୋଇଯାଇଛି । ପୋଲିସ ଘଟଣା ତଦନ୍ତ କରୁଛି । ଗୁରୁବାର ଦିନ ଶବ ବ୍ୟବଚ୍ଛେଦ ହେବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ ।

Related posts

ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ରେ ବ୍ରୁକ୍ଷରୋପଣ

Sunil Chandra Nayak

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ମା ପରି କିଏ ହେବ

Sunil Chandra Nayak

ନିରୁପମା ପାଣି ଙ୍କ ଗଳ୍ପ ଅନୁତପ୍ତ ଧୃତରାଷ୍ଟ୍ର

Sunil Chandra Nayak

Leave a Comment

error: Content is protected !!