ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତଦଶ ଅଧ୍ଯାୟର ସାରକଥା–୧୭
୧୬ଶ ଅଧ୍ଯାୟ ଶେଷରେ ଭଗବାନ୍ କହିଲେ- ଶାସ୍ତ୍ରବିଧିଲଂଘନ କରି କୌଣସି କର୍ମ କଲେ ସିଦ୍ଧି ମିଳେ ନାହିଁ । ଏଣୁ ୧୭ଶ ଅଧ୍ଯାୟ ଆରମ୍ଭରେ ଅର୍ଜୁନ ପ୍ରଶ୍ନ କଲେ- ସମସ୍ତଙ୍କର ଶାସ୍ତ୍ର ଜ୍ଞାନ ନଥାଏ । ଅନ୍ଯମାନଙ୍କଠାରୁ ଶୁଣି ଯେଉଁ ବ୍ଯକ୍ତି ଶ୍ରଦ୍ଧାର ସହିତ ଉପାସନା କରନ୍ତି ତାଙ୍କୁ କ’ଣ କୁହାଯିବ- ସାତ୍ତ୍ବିକ , ରାଜସିକ ଅଥବା ତାମସିକ ? ଜନ୍ମସଂସ୍କାର ବା ସାଧନାନୁସାରେ ବ୍ଯକ୍ତି ବିଶେଷର ଶ୍ରଦ୍ଧା ଭିନ୍ନ ହୋଇଥାଏ । ସାତ୍ତ୍ବିକ ପ୍ରକୃତିର ବ୍ଯକ୍ତିମାନେ ଦେବତାମାନଙ୍କୁ ପୂଜା କରନ୍ତି , ରାଜସିକ ପ୍ରକୃତିର ବ୍ଯକ୍ତିମାନେ ପକ୍ଷ ରାକ୍ଷଙ୍କ ପୂଜା କରନ୍ତି ଏବଂ ତାମସିକ ପ୍ରକୃତିର ବ୍ଯକ୍ତିମାନେ ଭୂତପ୍ରେତାଦିର ପୂଜା କରନ୍ତି । ତାମସିକ ବ୍ଯକ୍ତିମାନେ ଦମ୍ଭ ଅହଂକାର ଓ ରାଗାନ୍ବିତ ହୋଇ ଶରୀରକୁ କଷ୍ଟଦେଇ ନାନା ପ୍ରକାର ତପ ସାଧନା କରିଥାନ୍ତି । କିନ୍ତୁ ସିଦ୍ଧିଲାଭ କରିନପାରି ଦୁଃଖ ଭୋଗ କରିଥାନ୍ତି । ପ୍ରକୃତି ଭେଦରେ ମନୁଷ୍ୟର ପ୍ରିୟ ଆୟୁ , ବଳ , ସ୍ବାସ୍ଥ୍ୟ , ସୁଖ ଓ ଆନନ୍ଦ ବର୍ଦ୍ଧକ ରସଯୁକ୍ତ , ସ୍ନେହସିକ୍ତ , ସାରବାନ୍ ଖାଦ୍ଯର ପ୍ରିୟ ଅଟନ୍ତି । ରାଜସ ପ୍ରକୃତିର ବ୍ଯକ୍ତି ଅତି କଟୁ , ଅତିଖଟା , ଅତି ଲୁଣିଆ , ଅତି ଗରମ , ଅତିତୀକ୍ଷ୍ଣ , ଅତି ରୁକ୍ଷ ଓ ଅତି ବିଦାହୀ ଖାଦ୍ଯ ଖାଇବାକୁ ଭଲ ପାଆନ୍ତି । ତାମସିକ ବ୍ଯକ୍ତିମାନେ ରସହୀନ ଦୁର୍ଗନ୍ଧ , ବାସି ଅଇଁଠା ଓ ଅମେଧ୍ଯ ପ୍ରଭୃତି ଖାଦ୍ଯ ଖାଇବାକୁ ଭଲ ପାଆନ୍ତି । ସେହିପରି ଯଜ୍ଞ , ଦାନ ଓ ତପ ମଧ୍ଯ ତିନିପ୍ରକାର । ଶାରୀରିକ , ମାନସିକ ଓ ବାଚିକ ଭେଦରେ ତପ ମଧ୍ଯ ତିନି ପ୍ରକାର ହୁଏ ।
ଓଁ ତତ୍ ସତ୍ — ଏହି ତିନୋଟି ଶବ୍ଦ ବ୍ରହ୍ମଙ୍କୁ ବୁଝାଏ । ଏଥିରୁ ବ୍ରାହ୍ମଣ , ବେଦ ଓ ଯଜ୍ଞର ସୃଷ୍ଟି । ‘ଓଁ’ ବ୍ରହ୍ମଙ୍କର ଏହି ନାମ ଉଚ୍ଚାରଣ କରି ବ୍ରହ୍ମଜ୍ଞମାନେ ଧର୍ମାନୁଷ୍ଠାନ କରିଥାନ୍ତି ।ସେହିଭଳି ମୁକ୍ତିକାମୀମାନେ ‘ତତ୍’ ଶବ୍ଦ ଉଚ୍ଚାରଣ କରି ନିଷ୍କାମ ଭାବରେ ସମସ୍ତ କର୍ମ କରିଥାନ୍ତି । ‘ ସତ୍ ‘ ଶବ୍ଦ ବ୍ରହ୍ମଙ୍କୁ ବୁଝାଏ ।ଏଣୁ ଶୁଭକର୍ମମାନଙ୍କରେ ମଧ୍ଯ ଏହାର ବ୍ଯଵହାର ପ୍ରଚଳିତ ଅଛି । ଶ୍ରଦ୍ଧା ବା ଆସ୍ତିକ୍ଯବୁଦ୍ଧି ସମସ୍ତ ଧର୍ମକାର୍ଯ୍ଯର ପ୍ରାଣସ୍ବରୂପ । ଶ୍ରଦ୍ଧା ସହିତ ଅନୁଷ୍ଠିତ କର୍ମ ମଙ୍ଗଳଦାୟକ ହୋଇଥାଏ । ଅଶ୍ରଦ୍ଧାରେ କରାଯାଉଥିବା ଯଜ୍ଞ , ଦାନ ଓ ତପ ନିଷ୍ଫଳ ହୁଏ । ଅଶ୍ରଦ୍ଧ କର୍ମ ଇହଲୋକ ଓ ପରଲୋକ ଉଭୟରେ ଅସତ୍ ରୂପରେ ପ୍ରତିଷ୍ଠା ଲାଭ କରେ ।
ଗୁଣତ୍ରୟ ପରି ଏ ଅଧ୍ଯାୟରେ ଶ୍ରଦ୍ଧାତ୍ରୟ ବିଷୟରେ ଆଲୋଚନା କରାଯାଇଛି । ଏଣୁ ଏ ଅଧ୍ଯାୟରେ ନାମ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ରଖାଯାଇଛି ।