ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତଦଶ ଅଧ୍ଯାୟର ସାରକଥା–୧୭

ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତଦଶ ଅଧ୍ଯାୟର ସାରକଥା–୧୭

        ୧୬ଶ ଅଧ୍ଯାୟ ଶେଷରେ ଭଗବାନ୍ କହିଲେ- ଶାସ୍ତ୍ରବିଧିଲଂଘନ କରି କୌଣସି କର୍ମ କଲେ ସିଦ୍ଧି ମିଳେ ନାହିଁ । ଏଣୁ ୧୭ଶ ଅଧ୍ଯାୟ ଆରମ୍ଭରେ ଅର୍ଜୁନ ପ୍ରଶ୍ନ କଲେ- ସମସ୍ତଙ୍କର ଶାସ୍ତ୍ର ଜ୍ଞାନ ନଥାଏ । ଅନ୍ଯମାନଙ୍କଠାରୁ ଶୁଣି ଯେଉଁ ବ୍ଯକ୍ତି ଶ୍ରଦ୍ଧାର ସହିତ ଉପାସନା କରନ୍ତି ତାଙ୍କୁ କ’ଣ କୁହାଯିବ- ସାତ୍ତ୍ବିକ , ରାଜସିକ ଅଥବା ତାମସିକ ? ଜନ୍ମସଂସ୍କାର ବା ସାଧନାନୁସାରେ ବ୍ଯକ୍ତି ବିଶେଷର ଶ୍ରଦ୍ଧା ଭିନ୍ନ ହୋଇଥାଏ । ସାତ୍ତ୍ବିକ ପ୍ରକୃତିର ବ୍ଯକ୍ତିମାନେ ଦେବତାମାନଙ୍କୁ ପୂଜା କରନ୍ତି , ରାଜସିକ ପ୍ରକୃତିର ବ୍ଯକ୍ତିମାନେ ପକ୍ଷ ରାକ୍ଷଙ୍କ ପୂଜା କରନ୍ତି ଏବଂ ତାମସିକ ପ୍ରକୃତିର ବ୍ଯକ୍ତିମାନେ ଭୂତପ୍ରେତାଦିର ପୂଜା କରନ୍ତି । ତାମସିକ ବ୍ଯକ୍ତିମାନେ ଦମ୍ଭ ଅହଂକାର ଓ ରାଗାନ୍ବିତ ହୋଇ ଶରୀରକୁ କଷ୍ଟଦେଇ ନାନା ପ୍ରକାର ତପ ସାଧନା କରିଥାନ୍ତି । କିନ୍ତୁ ସିଦ୍ଧିଲାଭ କରିନପାରି ଦୁଃଖ ଭୋଗ କରିଥାନ୍ତି । ପ୍ରକୃତି ଭେଦରେ ମନୁଷ୍ୟର ପ୍ରିୟ ଆୟୁ , ବଳ , ସ୍ବାସ୍ଥ୍ୟ , ସୁଖ ଓ ଆନନ୍ଦ ବର୍ଦ୍ଧକ ରସଯୁକ୍ତ , ସ୍ନେହସିକ୍ତ , ସାରବାନ୍ ଖାଦ୍ଯର ପ୍ରିୟ ଅଟନ୍ତି । ରାଜସ ପ୍ରକୃତିର ବ୍ଯକ୍ତି ଅତି କଟୁ , ଅତିଖଟା , ଅତି ଲୁଣିଆ , ଅତି ଗରମ , ଅତିତୀକ୍ଷ୍ଣ , ଅତି ରୁକ୍ଷ ଓ ଅତି ବିଦାହୀ ଖାଦ୍ଯ ଖାଇବାକୁ ଭଲ ପାଆନ୍ତି । ତାମସିକ ବ୍ଯକ୍ତିମାନେ ରସହୀନ ଦୁର୍ଗନ୍ଧ , ବାସି ଅଇଁଠା ଓ ଅମେଧ୍ଯ ପ୍ରଭୃତି ଖାଦ୍ଯ ଖାଇବାକୁ ଭଲ ପାଆନ୍ତି । ସେହିପରି ଯଜ୍ଞ , ଦାନ ଓ ତପ ମଧ୍ଯ ତିନିପ୍ରକାର । ଶାରୀରିକ , ମାନସିକ ଓ ବାଚିକ ଭେଦରେ ତପ ମଧ୍ଯ ତିନି ପ୍ରକାର ହୁଏ ।

         ଓଁ ତତ୍ ସତ୍ — ଏହି ତିନୋଟି ଶବ୍ଦ ବ୍ରହ୍ମଙ୍କୁ ବୁଝାଏ । ଏଥିରୁ ବ୍ରାହ୍ମଣ , ବେଦ ଓ ଯଜ୍ଞର ସୃଷ୍ଟି । ‘ଓଁ’ ବ୍ରହ୍ମଙ୍କର ଏହି ନାମ ଉଚ୍ଚାରଣ କରି ବ୍ରହ୍ମଜ୍ଞମାନେ ଧର୍ମାନୁଷ୍ଠାନ କରିଥାନ୍ତି ।ସେହିଭଳି ମୁକ୍ତିକାମୀମାନେ ‘ତତ୍’ ଶବ୍ଦ ଉଚ୍ଚାରଣ କରି ନିଷ୍କାମ ଭାବରେ ସମସ୍ତ କର୍ମ କରିଥାନ୍ତି । ‘ ସତ୍ ‘ ଶବ୍ଦ ବ୍ରହ୍ମଙ୍କୁ ବୁଝାଏ ।ଏଣୁ ଶୁଭକର୍ମମାନଙ୍କରେ ମଧ୍ଯ ଏହାର ବ୍ଯଵହାର ପ୍ରଚଳିତ ଅଛି । ଶ୍ରଦ୍ଧା ବା ଆସ୍ତିକ୍ଯବୁଦ୍ଧି ସମସ୍ତ ଧର୍ମକାର୍ଯ୍ଯର ପ୍ରାଣସ୍ବରୂପ । ଶ୍ରଦ୍ଧା ସହିତ ଅନୁଷ୍ଠିତ କର୍ମ ମଙ୍ଗଳଦାୟକ ହୋଇଥାଏ । ଅଶ୍ରଦ୍ଧାରେ କରାଯାଉଥିବା ଯଜ୍ଞ , ଦାନ ଓ ତପ ନିଷ୍ଫଳ ହୁଏ । ଅଶ୍ରଦ୍ଧ କର୍ମ ଇହଲୋକ ଓ ପରଲୋକ ଉଭୟରେ ଅସତ୍ ରୂପରେ ପ୍ରତିଷ୍ଠା ଲାଭ କରେ ।

     ଗୁଣତ୍ରୟ ପରି ଏ ଅଧ୍ଯାୟରେ ଶ୍ରଦ୍ଧାତ୍ରୟ ବିଷୟରେ ଆଲୋଚନା କରାଯାଇଛି । ଏଣୁ ଏ ଅଧ୍ଯାୟରେ ନାମ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ରଖାଯାଇଛି ।

 

ସଂଗ୍ରାହକ — କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ବିଶୋଇ ଥାନା – ୪୯ ନମ୍ବର ରାଜପଥ ଖଡମବେଡାରେ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମଧ୍ୟରୁ ଜଣେ ମୃତ ଜଣେ ଗୁରୁତର 

Sunil Chandra Nayak

ଦୂର ହେଲା ପାଣି ନିଷ୍କାସନ ସମସ୍ୟା, ଖୁସିହେଲେ ଆନ୍ଦୋଳନକାରୀ

Sunil Chandra Nayak

ଭାଦ୍ରବ ମାସର ଦ୍ଵିତୀୟା ତିଥି ଥିବାରୁ ମହିମା ଗାଦିରେ ସାଧୁ ଓ ଭକ୍ତମାନେ ନବାନ୍ନ ଭୋଜନ କଲେ

Sunil Chandra Nayak

Leave a Comment

error: Content is protected !!