ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ପ୍ରଭୁ ନମସ୍କାର ଭକ୍ତ ନମସ୍କାର

    ନମସ୍କାର ବଡ଼ଦାଣ୍ଡ

ଦର୍ଶନ ଯାହାର ବିଶ୍ବରେ ପ୍ରସିଦ୍ଧ

    ପୁରୀ ଯାହା ବିଶ୍ଵ ପିଣ୍ଡ।

ଦେଉଳ ଯାହାର ବିଶ୍ବରେ ବିଖ୍ୟାତ

   ବାନା ଉଡ଼େ ଫରଫର

ପତିତ ଉଦ୍ଧାର ଜନଙ୍କୁ ରକ୍ଷକ

    ସେହି ମୋ ବିଶ୍ବ ଈଶ୍ୱର।

ତାଙ୍କ ପାଶେ ମୋର ଶରଣ ଜୀବନ

    ତାଙ୍କ ପାଦେ ମୋ ଆଶ୍ରୟ

ଯାହା ଇଚ୍ଛା ତାହା ନିର୍ଦ୍ଦେଶ ଦିଅ ହେ

       ନିଶ୍ଚିତ ଦେବି ସମୟ।

ତୁମରି ନାମକୁ ପ୍ରଚାର କରୁଛି

   ଜପା ମାଳି ନିତି ଜପ

ଦୁନିଆ ଦାଣ୍ଡ ରୁ ହଟି ଯାଉ ଦୁଃଖ

    ଦୂର ହେଉ ଧରା ପାପ।

ସୁବୁଦ୍ଧି ଦିଅନ୍ତୁ କୁବୁଦ୍ଧି ନାଶନ

    ଜଗତ ହେଉ ମଙ୍ଗଳ

ଶାନ୍ତି ପ୍ରୀତି ଭାବ ସମାଜ ଭିତରେ

    ସଭିଙ୍କ ହେଉ କୁଶଳ।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧରଣ ବୈଠକ ରାକିକିଆ ଠାରେ ଅନୁଷ୍ଠିତ 

Sunil Chandra Nayak

କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ

Sunil Chandra Nayak

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!