ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ଆଶିଷ ଭିକ୍ଷା

ଆଶିଷ ଭିକ୍ଷା

ଉମାକାନ୍ତ ଦାସ

 

ଦେ ମାଆ ବିରଜା ମୋ ଝିଅ ଜ୍ବାଇଁଙ୍କୁ

     ତୋ ଚରଣ ରେଣୁ ମୁଠେ,

ସଦ୍ଭାବନା ଆଉ ସଂସ୍କାର ସୁବୁଦ୍ଧି

     ଭରି ଦେଏ ତାଙ୍କ କଣ୍ଠେ ।।

 

ତୋ ଦୁଆରୁ ଆମେ ପାଇ କନ୍ୟା ଟିଏ

     ହୋଇ ଥିଲୁ ଖୁସି ଯେତେ,

ପର ହସ୍ତେ ଆଜି ଟେକି ଦେଉ ତାକୁ

     ସର୍ବ ସାକ୍ଷୀ ରଖି ତୋତେ ।।

 

ଝିଅ ସେ ନଥିଲା ଥିଲା ପୁତ୍ର ପରି

     ସାହାପକ୍ଷ ହୋଇ ମୋତେ

ବନ୍ଧୁଟିଏ ପରି ସାହାଯ୍ୟ କରଇ

    ସହି ଝଡ ଝଞ୍ଜା କେତେ ।।

 

ସେହିପରି ଜ୍ଞାନ ଦେବୁ ମା”ବିରଜା

       ଅଳି ତୋର ପଦାଗ୍ରତେ ,

ଶାଶୂଘର ତାକୁ ଲାଗୁ ସ୍ବର୍ଗପୁରୀ

       ଭୁଲିଯାଉ ସିଏ ମୋତେ ।।

 

ଜନ୍ମଦାତ୍ରୀ ଆଉ ଜନ୍ମଦାତା ସ୍ନେହ

     ନରଖୁ କେବେ ତା ଚିତେ ,

ଶଶ୍ବର ଘରର ସପରିବାରଙ୍କୁ

     ଶ୍ରଦ୍ଧା ଭକ୍ତି ଦେଉ ସେତେ ।।

ଲାଲବାଗ ,
ଖାନନଗର ,
ମଙ୍ଗଳ ପୁର ,
ଯାଜପୁର 

Related posts

ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ ର ଓ୍ଵାର୍ଲଡ ଟିଭି ପ୍ରିମିୟର ଜୁନ୍ ୧୨

Sunil Chandra Nayak

ଗୋରୁମହିଷାଣୀ ଥାନା ;ଶଶୁର ଘରେ ଯୁବକର ଆତ୍ମହତ୍ୟା

Sunil Chandra Nayak

ନୂଆପଡା – ଭଜନ ସନ୍ଧ୍ୟା ଆୟୋଜିତ

Leave a Comment

error: Content is protected !!