ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖେଳଶିକ୍ଷୟତ୍ରୀ ଙ୍କ ଘରୁ ଚୋରି , ସୁନା, ଟଙ୍କା, ମୋବାଇଲ୍ ସମେତ ବହୁ ସାମଗ୍ରୀ ଚୋରି ଅଭିଯୋଗ

 କୋଷାଗୁମୁଡ଼ା (ମନିସ) ୧୦/୧୦/୨୨ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ଚୋର ମାନଙ୍କ ପାଦୃଭାଵ ବଢିଯାଇଛି ! ଗତ ସପ୍ତାହ ମଧ୍ୟରେ ଚାରୋଟି ସ୍ଥାନରେ ଚୋରି ହୋଇଥିବା ଅଭିଯୋଗ ହେଇଛି ! ମିଳିଥିବା ସୂଚନା ଅନୁଯାଇ କୋଡିଙ୍ଗା ସ୍ଥିତ ସରକାରୀ ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷୟତ୍ରୀ ସାଗରିକା ବାରିକ ଦଶହରା ଛୁଟି ଥିବାରୁ ନିଜ ଗ୍ରାମ ଭୁବନେଶ୍ଵର ଯାଇଥିଲେ ! ଛୁଟି ସାରିବାପରେ ୧୦ ଅକ୍ଟୋବର ଦିନ କୋଡିଙ୍ଗା ଆସି ଦେଖି ବାକୁ ପାଇଲେ କି ନିଜ ସରକାରୀ କ୍ଵାଟର ଘରର ଭେଣ୍ଟିଲେଟର ଭାଙ୍ଗି ଘରୁ ଆସବାବ ପତ୍ର , ମୋବାଇଲ ଫୋନ , ହଳେ ସୁନା କାନ ଫୁଲ , ତିନି ହଜାର ଟଙ୍କା ଓ ଗଡ଼ରେଜ ରୁ ଆଉ କିଛି ସମାନ ଚୋରି ହୋଇଥିବା କୋଡିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ! ପ୍ରକାଶ ଥାଉକି ଗତ କିଛି ଦିନ ହେଲା କୋଡିଙ୍ଗା ଗ୍ରାମରେ ଚୋରି ଘଟଣା ବୃଦ୍ଧି ପାଇଛି ! ଗତ ସପ୍ତାହ ମଧ୍ୟରେ ତିନୋଟି ଦୋକାନ ଏବଂ ଆଜି ଜଣେ ଶିକ୍ଷୟତ୍ରୀ ଙ୍କ ଘରୁ ଚୋରି ହୋଇଛି ! ଥାନାରେ ଅଭିଯୋଗ ଦେବା ପରେ କୋଡିଙ୍ଗା ପୁଲିସ ଚୋର ମାନଙ୍କୁ ଧରିବା ପାଇଁ ଖୋଳତାଡ ଆରମ୍ଭ କରିଛି। ଏଇ ଅଞ୍ଚଳ ରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉ ଥିବାରୁ ପୋଲିସ ପେଟ୍ରୋଲିଙ୍ଗ କଡ଼ାକଡ଼ି କରିବା ପାଇଁ କୋଡିଙ୍ଗା ଗ୍ରାମବାସୀ ଅଭିଯୋଗ କରିଛନ୍ତି !

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଲଳିତା

Sunil Chandra Nayak

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି ହେବ ଭୋଟ୍

Sunil Chandra Nayak

ପୂର୍ବତନ ସ୍ବାଧୀନ ବିଧାୟକ କପିଲ ନାରାୟଣ ତିୱାରୀ ଙ୍କ ଆଜି ୯୩ ବର୍ଷରେ ପରଲୋକ

Sunil Chandra Nayak

Leave a Comment

error: Content is protected !!