ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଙ୍ଗାପାରୁ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଶିଥିଳତା କୁ ନେଇ ଭାରତୀୟ ଯୁବମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ  

 ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ନିକଟସ୍ଥ ରାଙ୍ଗାପାରୁ ଆଦିବାସୀ ହରିଜନ ଉନ୍ନୟନ ବିଭାଗ ପକ୍ଷରୁ ପରିଚାଳିତ ଆବାସିକ ବିଦ୍ୟାଳୟ ର ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇ ମୃତ ଛୁଆ ପ୍ରସବ କରିବା ପରେ ଚିକିତ୍ସା ଅବହେଳା ହେତୁ ମୃତ୍ୟୁ ହୋଇଥିବା ଲଜ୍ୟା ଘଟଣା କୁ ନେଇ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଯେଉଁ ମାନେ ଘଟଣା ସହିତ ସମ୍ପୃକ୍ତ ସେହି ମାନଙ୍କୁ ଓ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ସୁରକ୍ଷା ଦେଇପାରିନ ଥିବା ଏବଂ ନାବାଳିକା ଛାତ୍ରୀ ଉପଯୁକ୍ତ ଚିକିତ୍ସା କରିବାକୁ ଉଦ୍ୟମ କରିନଥିବା ଏହି ଭଳି ଲଜ୍ୟା ଘଟଣା ଘଟିଲା। ତେଣୁ ରାଙ୍ଗାପାରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ସମ୍ପୂର୍ଣ୍ଣ ଦାୟୀ କରାଯାଇଛି। ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୮ତାରିଖ ଦିନ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ପ୍ରକୃତ ଦୋଷୀ ଙ୍କୁ ପ୍ରଶାସନ ୯ଦିନ ପରେ ମଧ୍ୟ ଗିରଫ ନ କରିବାରୁ ତାପରେ ଜିଲ୍ଲା ପ୍ରଶାସନ କୁ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠାଇବା ନିମନ୍ତେ ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଗୋଲକ ବିହାରୀ କଁହର ଙ୍କର ନେତୃତ୍ୱରେ ଘଣ୍ଟ ବଜାଇ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ। ଜିଲ୍ଲା ପ୍ରଶାସନ ସେହି ଘଟଣା ରେ ଏ ଏନ ଏମ ଓ ମେଟ୍ରୋନ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଦାୟିତ୍ୱ ସାରି ଦେଇଥିଲା। ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସେଠାର ରାତ୍ରି ଜାପନ କରୁଥିବା ଠିକାଦାର ତଥା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳ ସଭାପତି ଙ୍କୁ ଗିରଫ କରାଯାଇ ନଥିବାରୁ ଆଜି ଅପରାହ୍ନ ୪ ଟା ବେଳେ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଶିଥିଳତା କୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତି ଶ୍ରୀ କଁହର ଙ୍କର ସଭାପତିତ୍ୱ ରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ତୁମୁଡିବନ୍ଧ ବେଲଘର ଠାରେ ଅନୁନ୍ନତ ଆଦିବାସୀ କୁଟିଆ କନ୍ଧ ମାନଙ୍କ ର ସାମୁହିକ ଉନ୍ନତି ଯଥା ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ , ଅର୍ଥନୈତିକ,ସାସଂସ୍କୃତିକ ବିକାଶ ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର କୁଟିଆ କନ୍ଧ ଉନ୍ନୟନ ସଂସ୍ଥା କେ କେ ଡି ଏ ପ୍ରକଳ୍ପ କାର୍ଯ୍ୟକରୁଛି। ଅଞ୍ଚଳ ର ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି। ହେଲେ ଅଞ୍ଚଳ ର ଉନ୍ନତି କାଗଜ କଲମରେ ସିମିତି । ସେହି କୁଟିଆ କନ୍ଧ ସମ୍ପ୍ରଦାୟ ଆଦିବାସୀ ମାନଙ୍କ ର କିଛି ଉନ୍ନତି ହୋଇ ନାହିଁ। ଅଞ୍ଚଳରେ ଜନ ସଚେତନା ର ଅଭାବ ଯୋଗୁଁ ନାବାଳିକା ମହିଳା ଗର୍ଭବତୀ ହୋଇ ମୃତ୍ୟୁ ହେଉଛି ବୋଲି କହିଥିଲେ। ରାଙ୍ଗାପାରୁ ଆବାସିକ ମହିଳା ବିଦ୍ୟାଳୟ ର ନାବାଳିକା ମୃତ ମହିଳା ଙ୍କର ପରିବାର ଙ୍କୁ ସରକାର ଙ୍କ ପକ୍ଷରୁ ମୃତ୍ୟୁ କାଳୀନ ସହାୟତା ୨୦ ଲକ୍ଷ ଏବଂ ପ୍ରକୃତ ଦୋଷୀ କୁ ଗିରଫ ନ କରିବା ଏବଂ ଫୁଲବାଣୀ ଅନ୍ଵେଷା ହଷ୍ଟେଲ ର ଆଦିବାସୀ ନାବାଳକ ଛାତ୍ର ମୃତ୍ୟୁର ପୋଷ୍ଟମୋର୍ଟାମ ନକରି ଘଟଣା କୁ ଚପେଇ ଦେବା ପାଇଁ ଉଦ୍ୟମ କରିଥିବା ହଷ୍ଟେଲ ସୁପରିଡେଣ୍ଟ ଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଅନଶନ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ କଁହର କହିଥିବା ବେଳେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ ( ଟିକୁ),ଫିରିଙ୍ଗିଆ ନଗର ସଭାପତି ସୁଶିଳ କଁହର ଉପସ୍ଥିତ ଥିଲେ। ତତ ସହିତ ଭାରତୀୟ ଜନତା ଯୁବମୋର୍ଚ୍ଚା ର ଅନ୍ୟାନ୍ୟ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା କାହାକୁ ଭାବନା ଛୋଟ

Sunil Chandra Nayak

ମମତା ସାହୁ ଙ୍କ କବିତା ନୂଆଖାଇ ତିହାର

Sunil Chandra Nayak

Leave a Comment

error: Content is protected !!