ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମହାକବି ଜୟଦେବ ଜୟନ୍ତୀ ସମାରୋହ ପାଳିତ

ରାଉରକେଲା/ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଉଦିତନଗରସ୍ଥିତ ମହାନଗର ପାଠାଗାର ଠାରେ ମହାକବି ଜୟଦେବଙ୍କ ଜୟନ୍ତୀ ସମାରୋହ ପାଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୋକସଂପର୍କ ଅଧିକାରୀ ସୀମା ଫତିମା ଏକ୍କାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ମହାନଗର ନିଗମ ର ଉପାୟୁକ୍ତ ସୁଧାଂଶୁ ଭୋଇ ମୁଖ୍ୟଅତିଥି,ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଓ କବି ତଥା ଭାଷାପ୍ରେମୀ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ପ୍ରାରମ୍ଭରେ ଅତିଥିମାନେ ଜୟଦେବଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ କରିବା ପରେ ସମ୍ମାନିତ ଅତିଥି ଶ୍ରୀ ରାଉତ ମହାକବିଙ୍କ ଜୀବନୀ ଓ ଗୀତ ଗୋବିନ୍ଦ ସଂପର୍କରେ ବକ୍ତବ୍ଯ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ଭୋଇ ତାଙ୍କ ବକ୍ତବ୍ଯରେ କହିଲେ ଯେ କବିମାନେ ହେଉଛନ୍ତି ସମାଜର ଆଇନା। କବିଙ୍କ ଲେଖା ମାନଙ୍କରେ ସମାଜ ପ୍ରତି ଅବଦାନ ରହିଥାଏ। ମହାକବି ଜୟଦେବ ତାଙ୍କ ଗୀତ ଗୋବିନ୍ଦ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କବି ଙ୍କ ଜୀବନୀ ସହ କବି କିପରି ବିଭୁ ପ୍ରେମରେ ରସାମୃତ କାବ୍ୟ ରଚନା କରିଛନ୍ତି ସେ ସଂପର୍କରେ ଆଲୋଚନା କରିବା ସହ ତାଙ୍କ ଦ୍ବାରା ପ୍ରଣୀତ ଗୀତ ଗୋବିନ୍ଦ ବିଶ୍ବ ସାହିତ୍ୟରେ ଏକ ଅମୂଲ୍ୟ ଗ୍ରନ୍ଥ ଭାବେ ପରିଚିତି ଲାଭ କରିଛି ବୋଲି କହିଥିଲେ। ସମଗ୍ର ବିଶ୍ବରେ ଧର୍ମ,ଦର୍ଶନ, ଐତିହ୍ୟ ସାହିତ୍ୟକୁ ଏହା ରୁଦ୍ଧିମନ୍ତ କରିଛି ବୋଲି କହିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି ଶ୍ରୀ ରାଉତଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଭିରାମ ପ୍ରଧାନ,ଉପେନ୍ଦ୍ର ବସ୍ତିଆ,ଅଶୋକ କୁମାର ପଟ୍ଟନାୟକ,ଗୀତାରାଣୀ ବେହେରା,ରଶ୍ମି ସାହୁ,କନକଲତା ମିଶ୍ର,ଆର୍ତ୍ତତ୍ରାଣ ମହାପାତ୍ର, କୁଞ୍ଜବିହାରୀ ରାଉତ ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଶ୍ରୀ ମତୀ ଏକ୍କା ସ୍ବାଗତ ଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ସଂଗୀତ ନିର୍ଦ୍ଦେଶକ ରମେଶ ସୁନାଙ୍କ ନିର୍ଦ୍ଦେଶନାରେ ପଦ୍ମାରାଣୀ ବେହୁରା, ଶୁଭଶ୍ରୀ ଭୋଇ, ଲିପ୍ସାରାଣୀ ଦାସ,ବିକ୍ରମ କେଶରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ବାଦ୍ୟ ଯନ୍ତ୍ରରେ ଦେବେନ୍ଦ୍ର ରଣା ଓ ଲକ୍ଷ୍ମୀଧର ଡୋରା ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉଦିତନଗର ହାଇସ୍କୁଲର ଛାତ୍ର, ଶିକ୍ଷକ, ସମାଜସେବୀ ବୈଲୋଚନ ସାହୁ,ବିଭୁଦତ୍ତ ବେହେରା,ସରୋଜ ପାତ୍ର,ଶ୍ରଦ୍ଧା ଷଡଙ୍ଗୀ,ରାପିଲ ଲାକ୍ରା,ପୁଷ୍ପାଞ୍ଜଳୀ ସାହୁ,ରୋସ୍ନା ଲାକ୍ରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ କବିମାନଙ୍କୁ ବିଭାଗ ତରଫରୁ ପୁଷ୍ପଗୁଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶ୍ରୀମତୀ ଏକ୍କା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୧

Sunil Chandra Nayak

ନବରଙ୍ଗପୁର ଜିଲ୍ଳା ପୋଲିସ ଓ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଶହୀଦ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ 

Sunil Chandra Nayak

ଅନ୍ଧାରୀ ନଦୀରେ ଭାସିଯାଇଥିବା ଦୁଇ ଯୁବକ ମଧ୍ୟରୁ ଜଣେ ଜୀବନ୍ତ ଉଦ୍ଧାର ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!