ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରିଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ 

ବୌଦ୍ଧ – 26/10 :– ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାର ଦ୍ବାରା ଆୟୋଜିତ ବ୍ଲକ ସ୍ତରୀୟ ସୁରଭି 2022 କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 17 ଟି କ୍ଲଷ୍ଟର ର ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦିନ10 ଟା ସମୟରେ ସୁରଭି କାଯ୍ୟକ୍ରମ ଉଦଘାଟିତ ହୋଇଥିଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗତ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର କୁମାର କହଁର ସମାନିତ ଅତିଥି ଭାବେ ବାଣୀଭୂଷଣପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀବନ୍ତ ମେହେର ଅନ୍ୟ ତମ ଅତିଥି ଭାବେ ସମିତି ସଭ୍ୟ ପ୍ରଶାନ୍ତ କୁମାର ପ୍ରଧାନ ଅନ୍ୟ ତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱରାଜ କହଁର ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ସୁରଭି କାଯ୍ୟକ୍ରମ ରେ ବକୃତା, ତର୍କ, ପ୍ରବନ୍ଧ ଲିଖନ ଚିତ୍ରାଙ୍କନ, ସଂଗୀତ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି 10 ବିଭାଗ ରେ ଆସିଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଡା ଉଦୟ ନାଥ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନି ଦାସ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଅନ୍ୟ ତମ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗତ ମଲିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀସ୍ଵରାଜକହଁର ଓ ଚାରିଛକ 5ଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୁଣନିଧି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପଦକ ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି 2022 ରେ ଅଂଶଗ୍ରହଣ କରିବେ। ଉକ୍ତ କାର୍ଯ୍ୟକ୍ରମରେ ସିଆରସିସି ନରେନ୍ଦ୍ର କୁମାର ରଣା, ସନ୍ତୋଷ କୁମାର ସେଠୀ,, ସୁବାସ ବିଶି, ପ୍ରସନ୍ନ ଭୋକ୍ତା, ଶିକ୍ଷକ ସରୋଜ କୁମାର ସାହୁ, ସତ୍ଯ ନାରାୟଣ ସାହୁ, ସନ୍ତୋଷ ପାଣିଗ୍ରାହୀ, ସୁଧାକର ଜେଠି, କୈଳାସ ବେହେରା, ସତ୍ଯ ନାଏକ ପ୍ରମୁଖ ଶିକ୍ଷକ ସହଯୋଗ କରିଥିଲେ। ସିଆରସିସି ଧରଣୀମେହେର ମଞ୍ଚ ପରିଚାଳନା କରିଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଆଦରମଣି ପ୍ରଧାନ,(ଗୋଲାପୀ) ଙ୍କ ଗଳ୍ପ ମୁଁ ପ୍ରେମିକା

Sunil Chandra Nayak

ଜିଲ୍ଲାପାଳଙ୍କ ବୋଡେ଼ନ ବ୍ଲକ ପରିଦର୍ଶନ

Sunil Chandra Nayak

ଆଜାଦି କା ଅମୃତ ମହୋତ୍ସବ ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଲି ସଚେତନତା

Sunil Chandra Nayak

Leave a Comment

error: Content is protected !!