ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସଂଘ ପକ୍ଷରୁ ଲଡୁଗାଁ ସରପଞ୍ଚଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କୋକସରା,୨୭/୧୦- ( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଦିଲ୍ଲୀରୁ ଜାତୀୟ ତ୍ରିସ୍ତରୀୟ ପଂଚାୟତ କର୍ମଶାଳାରୁ ଯୋଗଦେଇ ଫେରିଥିବା ଲଡୁଗାଁ ସରପଞ୍ଚ ନକୁଳ ନାଏକଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ବୁଧବାର ମହିମା ପଞ୍ଚାୟତ ମହାଭାରତ ପଡିଆରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । କୋକସରା ସରପଞ୍ଚ ସଙ୍ଘ ସଭାପତି ନକୁଳ ନାଏକ ଗତ ୧୯/୨୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପଂଚାୟତ ପରିଚାଳନା କର୍ମଶାଳା ରେ ଯୋଗଦେଇ ଫେରିଥିବା ବେଳେ ବୁଧବାର କୋକସରା ବ୍ଲକର ୨୨ ପଞ୍ଚାୟତ ସରପଞ୍ଚ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଲଡୁଗାଁ ସରପଞ୍ଚଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ କୋକସରା ବ୍ଲକ ପାଇଁ ଏହା ଏକ ଗର୍ଵ ଓ ଗୋୖରବ ବୋଲି ଉପସ୍ଥିତ ସରପଞ୍ଚ ଓ ପ୍ରତିନିଧି ମାନେ ମତ ଦେଇଥିଲେ। ସରପଞ୍ଚ ସଙ୍ଘର ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ମୂଷାପାଳି ସରପଞ୍ଚ ଅକ୍ଷୟ ନାଏକ, ମହିମା ସରପଞ୍ଚ ଇଶରାମ କୋଲଥିଆ, ଗମ୍ଭାରୀଗୁଡା ଇଶରାମ ସୁନାନୀ, କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି, କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ , ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, କାଶିବାହଲ ସରପଞ୍ଚ ପ୍ରତିନିଧି ରୁଦ୍ର ପ୍ରସାଦ ନାଏକ, ମୋଟେର ସରପଞ୍ଚ ପ୍ରତିନିଧି ବିଜୁ ନାଏକ, ଖୁଣ୍ଟିଆ ସରପଞ୍ଚ ପ୍ରତିନିଧି ଟଂକଧର ଧରୁଆ ,ବରାଡଙ୍ଗା ସରପଞ୍ଚ ପ୍ରତିନିଧି ଟିକଚନ ସେଠି ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ।

Related posts

ନନ୍ଦିନୀ ରାଉତ ଙ୍କ କବିତା ଦୁଃଖ ଘୁଞ୍ଚିଯିବ ମୋର

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କଳାହାଣ୍ଡି ଏସପି ଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସାଂସଦ ବସନ୍ତ ପଣ୍ତା ଙ୍କ ବଡ ପଦକ୍ଷେପ , ଥୁଆମୂଳ ରାମପୁର ବ୍ଳକରେ ୫୬ ଟି ବିଏସ୍ ଏନ୍ଏଲ୍ ଟାଓ୍ବାର ନିର୍ମାଣ ନେଇ ସୂଚନା  

Sunil Chandra Nayak

Leave a Comment

error: Content is protected !!